ଘରେ ପଶି ସ୍ୱାମୀ-ସ୍ତ୍ରୀଙ୍କୁ ବନ୍ଧୁକ ଦେଖାଇ ଲୁଟିଲେ

କେନ୍ଦୁଝର (ଓଡ଼ିଶା ରିପୋର୍ଟର):କେନ୍ଦୁଝର ଜିଲ୍ଲା ସଦର ଥାନା ଟିକରପଡ଼ା ଗାଁରେ ସଶସ୍ତ୍ର ଡକାୟତି ହୋଇଛି। ରାତି ୯ଟା ବେଳେ ଘରେ ପଶି ସ୍ୱାମୀ-ସ୍ତ୍ରୀଙ୍କୁ ବନ୍ଧୁକ ଦେଖାଇ ଲୁଟି ନେଲେ ସୁନା ଅଳଙ୍କାର, ନଗଦ ଟଙ୍କା ଓ ବାଇକ୍ । ଅଭିଯୋଗ ଅନୁସାରେ ପ୍ରାୟ ୮ ଜଣ ଡକାୟତ ଟିକରପଡ଼ା ଗାଁର ନରେନ୍ଦ୍ର ବେହେରାଙ୍କ ଘରେ ପଶିଥିଲେ। ନରେନ୍ଦ୍ର ଓ ତାଙ୍କ ସ୍ତ୍ରୀଙ୍କୁ ବନ୍ଧୁକ ଦେଖାଇ ଘରେ ଥିବା ସମସ୍ତ ସୁନା ଅଳଙ୍କାର, ନଗଦ ଟଙ୍କା ଓ ଏକ […]

568-1

Tapas Behera
  • Published: Sunday, 15 September 2019
  • , Updated: 15 September 2019, 08:21 AM IST

କେନ୍ଦୁଝର (ଓଡ଼ିଶା ରିପୋର୍ଟର):କେନ୍ଦୁଝର ଜିଲ୍ଲା ସଦର ଥାନା ଟିକରପଡ଼ା ଗାଁରେ ସଶସ୍ତ୍ର ଡକାୟତି ହୋଇଛି। ରାତି ୯ଟା ବେଳେ ଘରେ ପଶି ସ୍ୱାମୀ-ସ୍ତ୍ରୀଙ୍କୁ ବନ୍ଧୁକ ଦେଖାଇ ଲୁଟି ନେଲେ ସୁନା ଅଳଙ୍କାର, ନଗଦ ଟଙ୍କା ଓ ବାଇକ୍ । ଅଭିଯୋଗ ଅନୁସାରେ ପ୍ରାୟ ୮ ଜଣ ଡକାୟତ ଟିକରପଡ଼ା ଗାଁର ନରେନ୍ଦ୍ର ବେହେରାଙ୍କ ଘରେ ପଶିଥିଲେ।

ନରେନ୍ଦ୍ର ଓ ତାଙ୍କ ସ୍ତ୍ରୀଙ୍କୁ ବନ୍ଧୁକ ଦେଖାଇ ଘରେ ଥିବା ସମସ୍ତ ସୁନା ଅଳଙ୍କାର, ନଗଦ ଟଙ୍କା ଓ ଏକ ବାଇକ୍  ଲୁଟ୍  କରି ଫେରାର ହୋଇଯାଇଥିଲେ। ଖବର ପାଇ ସଦର ଥାନା ପୁଲିସ ଘଟଣାର ଛାନଭିନ୍ ଚଳାଇଥିଲେ ବି ଡକାୟତଙ୍କ ସମ୍ପର୍କରେ କିଛି ସୁରାକ୍  ପାଇନି।

Related story