ମିଠା କିଣିବାକୁ ଯାଇଥିଲେ, ଦେଖୁ ଦେଖୁ ନେଇଗଲେ ୧ ଲକ୍ଷ ୭୫ ଟଙ୍କା

ଆନନ୍ଦପୁର (ମୁନ୍ନା ସିଂହ): ମିଠା କିଣିବାକୁ ଯାଇଥିଲେ। ଦୋକାନରେ ମିଠା ଦେଖୁ ଦେଖୁ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଦ୍ରୁତ ଗତିରେ ଆସି ହାତରୁ ଟଙ୍କା ବ୍ୟାଗ ଝାମ୍ପି ନେଇ ଚାଲିଗଲେ। ଏପରି ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ଘଷିପୁରା ଥାନା ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଲୁଟେରାଙ୍କୁ ଚିହ୍ନଟ ପାଇଁ ଟାଉନ୍‌ର ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରୁଛି। ଅଙ୍ଗନୱାଡ଼ି ବିଲ୍‌ଡିଂ […]

loot in kendujhar

Rakesh Mallick
  • Published: Monday, 25 June 2018
  • , Updated: 25 June 2018, 06:29 PM IST

ଆନନ୍ଦପୁର (ମୁନ୍ନା ସିଂହ): ମିଠା କିଣିବାକୁ ଯାଇଥିଲେ। ଦୋକାନରେ ମିଠା ଦେଖୁ ଦେଖୁ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଦ୍ରୁତ ଗତିରେ ଆସି ହାତରୁ ଟଙ୍କା ବ୍ୟାଗ ଝାମ୍ପି ନେଇ ଚାଲିଗଲେ। ଏପରି ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ଘଷିପୁରା ଥାନା ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଲୁଟେରାଙ୍କୁ ଚିହ୍ନଟ ପାଇଁ ଟାଉନ୍‌ର ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରୁଛି।

ଅଙ୍ଗନୱାଡ଼ି ବିଲ୍‌ଡିଂ ନିର୍ମାଣ ପାଇଁ ଏକାଦସୀ ମହାରଣା ଓ ତାଙ୍କ ସାଥୀ ବାଇକରେ ଆନନ୍ଦପୁର ଯାଇଥିଲେ। ସେମାନେ ଷ୍ଟେଟ୍‌ ବ୍ୟାଙ୍କରୁ ୧ ଲକ୍ଷ ୭୫ ହଜାର ଟଙ୍କା ଉଠାଇ ଘରକୁ ଫେରୁଥିଲେ। ଘଷିପୁରା ଛକରେ ରାସ୍ତା ପାର୍ଶ୍ୱରେ ଗାଡ଼ି ଛିଡ଼ା କରି ଦୋକାନରେ ମିଠା ଦେଖୁଥିଲେ। ଏହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ଟଙ୍କା ବ୍ୟାଗ ଧରି ଚମ୍ପଟ ମାରିଲେ। ଘସିପୁରା ପୋଲିସ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସମସ୍ତ ରାସ୍ତାକୁ ସିଲ୍‌ କରି ତଲାସି ଚଳାଇଛି।

Related story