ଝିଅ ବାହାଘର ପାଇଁ ରଖିଥିଲେ ସୁନା ଗହଣା ଓ ୫ ଲକ୍ଷ ଟଙ୍କା, ସବୁ ନେଇଗଲେ

ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ଠାକୁରପଡ଼ା ଗାଁରୁ ବଡ଼ ଧରଣର ଚୋରି ହୋଇଛି। ଲୁଟେରାମାନେ ଗାଁର ପ୍ରକାଶ ସାହୁଙ୍କ ଘରୁ ସୁନାଗହଣା ସମେତ ୫ ଲକ୍ଷ ଟଙ୍କା ନେଇ ଯାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ପ୍ରକାଶ ତାଙ୍କ ଝିଅର ବାହାଘର ପାଇଁ ସୁନାଗହଣା ସହିତ ଘରେ ନଗଦ ୫ ଲକ୍ଷ ଟଙ୍କା ରଖିଥିଲେ। ଗତକାଲି ରାତିରେ ପରିବାରର ସମସ୍ତ ସଦସ୍ୟ ଗୋଟିଏ ରୁମ୍‌ରେ ଶୋଇଥିଲେ। ଲୁଟେରାମାନେ ବାରିପଟ ଝରକା ତାଡ଼ି ଘର […]

Loot In Khordha

Jitendra Garnayak
  • Published: Saturday, 29 May 2021
  • , Updated: 29 May 2021, 02:18 PM IST

ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ଠାକୁରପଡ଼ା ଗାଁରୁ ବଡ଼ ଧରଣର ଚୋରି ହୋଇଛି। ଲୁଟେରାମାନେ ଗାଁର ପ୍ରକାଶ ସାହୁଙ୍କ ଘରୁ ସୁନାଗହଣା ସମେତ ୫ ଲକ୍ଷ ଟଙ୍କା ନେଇ ଯାଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ପ୍ରକାଶ ତାଙ୍କ ଝିଅର ବାହାଘର ପାଇଁ ସୁନାଗହଣା ସହିତ ଘରେ ନଗଦ ୫ ଲକ୍ଷ ଟଙ୍କା ରଖିଥିଲେ। ଗତକାଲି ରାତିରେ ପରିବାରର ସମସ୍ତ ସଦସ୍ୟ ଗୋଟିଏ ରୁମ୍‌ରେ ଶୋଇଥିଲେ। ଲୁଟେରାମାନେ ବାରିପଟ ଝରକା ତାଡ଼ି ଘର ଭିତରେ ପଶିଥିଲେ ଓ ସବୁ ସୁନାଗହଣା ଏବଂ ଟଙ୍କା ନେଇ ଫେରାର ହୋଇଯାଇଥିଲେ।

ଅଭିଯୋଗ ପାଇ ଟାଉନ୍ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ଅଧିକ ତଦନ୍ତ ପାଇଁ ପୁଲିସ୍ ସାଇଣ୍ଟିଫିକ୍‌ ଟିମ୍‌ର ସହାୟତା ମଧ୍ୟ ନେଇଛି। ତେବେ ଏପର୍ଯ୍ୟନ୍ତ ଲୁଟେରାଙ୍କ ସଂପର୍କରେ ଟେର୍ ପାଇନି ପୁଲିସ୍।

Related story