ଥାନାଠାରୁ ମାତ୍ର ୨୦୦ ମିଟର ଦୂରରୁ ଝାମ୍ପିନେଲେ ଲୁଟେରା

ଖୋର୍ଦ୍ଧା(ବଳରାମ ଲେଙ୍କା): ଦିନ ଦି’ପହରରେ ଘର ସମ୍ମୁଖରୁ ସୁନା ଚେନ ଲୁଟି ନେଲେ ଦୁର୍ବୃତ୍ତ। ଲୁଟେରାମାନେ ବାଇକରେ ଆସି ଝାମ୍ପିନେଲେ। ଆଜି ଏପରି ଘଟଣା ଘଟିଛି ଖୋର୍ଦ୍ଧା ଆଦର୍ଶ ଥାନାଠାରୁ ମାତ୍ର ୨୦୦ ମିଟର ଦୂର ପୋଷ୍ଟ ଅଫିସ ଗଳି ରାସ୍ତରେ। ଆଜି ନମିତା ତ୍ରିପାଠୀ କୌଣସି କାମରେ ଉପଜିଲ୍ଲାପାଳଙ୍କ ଅଫିସ ଯାଇଥିଲେ। ସେଠାରୁ ସେ ଘରକୁ ଫେରୁଥିବା ବେଳେ ଦୁଇ ଜଣ ଲୁଟେରା ବାଇକରେ ଆସି ଚେନ ଝାମ୍ପିନେଲେ। ଯାହା CCTVରେ କଏଦ ହୋଇଛି। ଏନେଇ […]

loot

Manoranjan Sial
  • Published: Tuesday, 03 November 2020
  • , Updated: 03 November 2020, 07:17 PM IST

ଖୋର୍ଦ୍ଧା(ବଳରାମ ଲେଙ୍କା): ଦିନ ଦି’ପହରରେ ଘର ସମ୍ମୁଖରୁ ସୁନା ଚେନ ଲୁଟି ନେଲେ ଦୁର୍ବୃତ୍ତ। ଲୁଟେରାମାନେ ବାଇକରେ ଆସି ଝାମ୍ପିନେଲେ। ଆଜି ଏପରି ଘଟଣା ଘଟିଛି ଖୋର୍ଦ୍ଧା ଆଦର୍ଶ ଥାନାଠାରୁ ମାତ୍ର ୨୦୦ ମିଟର ଦୂର ପୋଷ୍ଟ ଅଫିସ ଗଳି ରାସ୍ତରେ।

ଆଜି ନମିତା ତ୍ରିପାଠୀ କୌଣସି କାମରେ ଉପଜିଲ୍ଲାପାଳଙ୍କ ଅଫିସ ଯାଇଥିଲେ। ସେଠାରୁ ସେ ଘରକୁ ଫେରୁଥିବା ବେଳେ ଦୁଇ ଜଣ ଲୁଟେରା ବାଇକରେ ଆସି ଚେନ ଝାମ୍ପିନେଲେ। ଯାହା CCTVରେ କଏଦ ହୋଇଛି। ଏନେଇ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। କିନ୍ତୁ ଏପର୍ଯ୍ୟନ୍ତ ଲୁଟେରାଙ୍କ ପାଖରେ ପୁଲିସ ପହଞ୍ଚ ପାରିନାହିଁ।

Related story