ବନ୍ଧୁକ ଦେଖାଇ ନେଇଗଲେ ୧.୪୬ ଲକ୍ଷ ଟଙ୍କା

ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): ଦିନ ଦିପହରେ ବନ୍ଧୁକ ମୁନରେ ଲୁଟ୍‌ ଅଭିଯୋଗ। ଏହି ଅଭିଯୋଗ ଆସିଛି ଖୋର୍ଦ୍ଧା ଜିଲ୍ଲାରୁ। ଲୁଟ୍‌ର ଶିକାର ହୋଇଥିବା ବ୍ୟକ୍ତିଙ୍କ ନାଁ ଜିତେନ୍ଦ୍ର କୁମାର ଗୁରୁ। ତାଙ୍କ ଠାରୁ ଦୁର୍ବୃତ୍ତମାନେ ୧ଲକ୍ଷ ୪୬ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। କଢ଼ାମଲ ଗାଁର ଜିତେନ୍ଦ୍ର କୁମାର ଗୁରୁ ଖୋର୍ଦ୍ଧାରୁ ବ୍ୟାଙ୍କରୁ ପ୍ରାୟ ୧.୨୦ ଲକ୍ଷ ଟଙ୍କା ଉଠାଇଥିଲେ। ଏହା ପରେ ବାଘମାରିରେ ଏଟିଏମ୍‌ରୁ ବାକି ଟଙ୍କା ଉଠାଇ ବାଇକ୍ ଯୋଗେ ନିଜ […]

Police

Jitendra Garnayak
  • Published: Saturday, 02 October 2021
  • , Updated: 02 October 2021, 03:27 PM IST

ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): ଦିନ ଦିପହରେ ବନ୍ଧୁକ ମୁନରେ ଲୁଟ୍‌ ଅଭିଯୋଗ। ଏହି ଅଭିଯୋଗ ଆସିଛି ଖୋର୍ଦ୍ଧା ଜିଲ୍ଲାରୁ। ଲୁଟ୍‌ର ଶିକାର ହୋଇଥିବା ବ୍ୟକ୍ତିଙ୍କ ନାଁ ଜିତେନ୍ଦ୍ର କୁମାର ଗୁରୁ। ତାଙ୍କ ଠାରୁ ଦୁର୍ବୃତ୍ତମାନେ ୧ଲକ୍ଷ ୪୬ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।

କଢ଼ାମଲ ଗାଁର ଜିତେନ୍ଦ୍ର କୁମାର ଗୁରୁ ଖୋର୍ଦ୍ଧାରୁ ବ୍ୟାଙ୍କରୁ ପ୍ରାୟ ୧.୨୦ ଲକ୍ଷ ଟଙ୍କା ଉଠାଇଥିଲେ। ଏହା ପରେ ବାଘମାରିରେ ଏଟିଏମ୍‌ରୁ ବାକି ଟଙ୍କା ଉଠାଇ ବାଇକ୍ ଯୋଗେ ନିଜ ଗାଁ ଅଭିମୁଖେ ଯାଉଥିଲେ। ସିମୋର ନିକଟରେ ସେ ପରିସ୍ରା ଯିବା ପାଇଁ ଗାଡ଼ି ରଖିଥିଲେ। ଏହି ସମୟରେ ପଛରୁ କଳା ପଲସରରେ ଆସୁଥିବା ଦୁଇ ଜଣ ଯୁବକ ଓହ୍ଲାଇ ପଡ଼ି ତାଙ୍କୁ ବନ୍ଧୁକ ଦେଖାଇଥିଲେ ଓ ଟଙ୍କା ନେଇ ଫେରାର ହୋଇଯାଇଥିଲେ।

ଏହା ପରେ ଜିତେନ୍ଦ୍ର ବାଘମାରି ଥାନାକୁ ଯାଇ ଅଭିଯୋଗ କରିଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ଦୁଇ ଦୁର୍ବୃତ୍ତ କେଉଁ ଦିଗରେ ଯାଇଛନ୍ତି, ତାହା ଜାଣିବାକୁ ଚେଷ୍ଟା କରୁଛି ପୁଲିସ୍।

ଲୁଟ୍‌ର ଶିକାର ହୋଇଥିବା ଜିତେନ୍ଦ୍ର ସନ୍ଦେହ କରୁଛନ୍ତି ଯେ ସେ ବାଘମାରିରେ ଏଟିଏମ୍‌ରୁ ଟଙ୍କା ଉଠାଇବା ପରେ ଦୁର୍ବୃତ୍ତ ଦ୍ୱୟ ତାଙ୍କୁ ପିଛା କରିଥିଲେ। ସେମାନେ ତାଙ୍କ ମୁଣ୍ଡରେ ବନ୍ଧୁକ ରଖି ଟଙ୍କା ନେଇ ଯାଇଥିଲେ ବୋଲି ସେ କହିଛନ୍ତି।

Related story