୮ ଲକ୍ଷ ଟଙ୍କା ନେଇ ବ୍ୟାଙ୍କ ଯାଉଥିଲେ, କେନାଲ୍ ବନ୍ଧରେ...

କୋଣାର୍କ (ସଞ୍ଜୟ ପତି): ଦିନ ଦ୍ୱି’ପହରେ ଲୁଟ୍‌। ଗୋରୁ ଖାଦ୍ୟ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ଳୁଟିନେଲେ ୮ ଲକ୍ଷ ଟଙ୍କା। ଆଜି ଏମିତି ଏକ ଘଟଣା ଘଟିଛି ପୁରୀ ଜିଲ୍ଲାରେ। ପୂରା ଘଟଣା ଏମିତି। ନିମାପଡ଼ା ଥାନା ଅନ୍ତର୍ଗତ ବଳଙ୍ଗା ନିକଟସ୍ଥ ରୂପଦେଈପୁର ଗାଁର ଗୋ’ ଖାଦ୍ୟ ବ୍ୟବସାୟୀ ରଞ୍ଜନ ସାହୁ ୮ ଲକ୍ଷ ଟଙ୍କା ବ୍ୟାଙ୍କରେ ଜମା କରିବା ପାଇଁ ବାଇକ୍‌ରେ ଯାଉଥିଲେ। ନିମାପଡ଼ା କେନାଲ୍‌ ରୋଡ୍‌ରେ ୫ ଜଣ ଯୁବକ ଦୁଇଟି ବାଇକ୍‌ରେ ଆସି […]

loot

Ordigital Desk
  • Published: Tuesday, 14 August 2018
  • , Updated: 14 August 2018, 04:23 PM IST

କୋଣାର୍କ (ସଞ୍ଜୟ ପତି): ଦିନ ଦ୍ୱି’ପହରେ ଲୁଟ୍‌। ଗୋରୁ ଖାଦ୍ୟ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ଳୁଟିନେଲେ ୮ ଲକ୍ଷ ଟଙ୍କା। ଆଜି ଏମିତି ଏକ ଘଟଣା ଘଟିଛି ପୁରୀ ଜିଲ୍ଲାରେ।

ପୂରା ଘଟଣା ଏମିତି। ନିମାପଡ଼ା ଥାନା ଅନ୍ତର୍ଗତ ବଳଙ୍ଗା ନିକଟସ୍ଥ ରୂପଦେଈପୁର ଗାଁର ଗୋ’ ଖାଦ୍ୟ ବ୍ୟବସାୟୀ ରଞ୍ଜନ ସାହୁ ୮ ଲକ୍ଷ ଟଙ୍କା ବ୍ୟାଙ୍କରେ ଜମା କରିବା ପାଇଁ ବାଇକ୍‌ରେ ଯାଉଥିଲେ। ନିମାପଡ଼ା କେନାଲ୍‌ ରୋଡ୍‌ରେ ୫ ଜଣ ଯୁବକ ଦୁଇଟି ବାଇକ୍‌ରେ ଆସି ତାଙ୍କୁ ବନ୍ଧୁକ ଦେଖାଇ ଟଙ୍କା ବ୍ୟାଗ୍ ଝାମ୍ପି ନେଇଥିଲେ।

ରଞ୍ଜନ ଏନେଇ ନିମାପଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ବିଭିନ୍ନ ସ୍ଥାନରେ ଛାନ୍‌ଭିନ ଚଳାଇଛି।

Related story