ମହିଳା ବ୍ୟାଙ୍କ କର୍ମଚାରୀଙ୍କୁ ଭୁଜାଲିରେ ହାଣି ଲୁଟିନେଲେ, ଏମିତି ବ୍ୟବହାର ଦେଖାଇଲେ ଥାନା ବାବୁଆଣୀ

କୋଣାର୍କ (ସଞ୍ଜୟ ପତି): ଦିନ ଦ୍ୱି’ପହରେ ହୋଇଛି ଲୁଟ୍‌। ଦୁଇଜଣ ଦୁର୍ବୃତ୍ତ ଜଣେ ମହିଳା ବ୍ୟାଙ୍କ କର୍ମଚାରୀଙ୍କୁ ଆକ୍ରମଣ କରି ଲୁଟି ନେଇଛନ୍ତି ୧ ଲକ୍ଷ ୧୦ ହଜାର ଟଙ୍କା। ଆଜି ଏପରି ଅଘଟଣ ଘଟିଛି ପୁରୀ ଜିଲ୍ଲାରେ। ଏନେଇ ଗୋପ ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମିଳିଥିବା ଖବର ଅନୁଯାୟୀ, ନିମାପଡ଼ା ବନ୍ଧନ ବ୍ୟାଙ୍କର ଦୁଇଜଣ କର୍ମଚାରୀ ରୋଜାଲିନ୍ ରାଉତ ଓ ସୋନାଲି ବେହେରା, […]

loot in konark

Rakesh Mallick
  • Published: Wednesday, 25 July 2018
  • , Updated: 25 July 2018, 09:56 PM IST

କୋଣାର୍କ (ସଞ୍ଜୟ ପତି): ଦିନ ଦ୍ୱି’ପହରେ ହୋଇଛି ଲୁଟ୍‌। ଦୁଇଜଣ ଦୁର୍ବୃତ୍ତ ଜଣେ ମହିଳା ବ୍ୟାଙ୍କ କର୍ମଚାରୀଙ୍କୁ ଆକ୍ରମଣ କରି ଲୁଟି ନେଇଛନ୍ତି ୧ ଲକ୍ଷ ୧୦ ହଜାର ଟଙ୍କା। ଆଜି ଏପରି ଅଘଟଣ ଘଟିଛି ପୁରୀ ଜିଲ୍ଲାରେ। ଏନେଇ ଗୋପ ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ମିଳିଥିବା ଖବର ଅନୁଯାୟୀ, ନିମାପଡ଼ା ବନ୍ଧନ ବ୍ୟାଙ୍କର ଦୁଇଜଣ କର୍ମଚାରୀ ରୋଜାଲିନ୍ ରାଉତ ଓ ସୋନାଲି ବେହେରା, ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀଙ୍କଠାରୁ ଋଣଟଙ୍କା ବାବଦକୁ ୧ ଲକ୍ଷ ୧୦ ହଜାର ଟଙ୍କା ଆଦାୟ କରି ସ୍କୁଟିରେ ଫେରୁଥିଲେ। ବେଣୀପୁର-ଗୋପ ରାସ୍ତାରେ ଦୁଇଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ସେମାନଙ୍କୁ ଅଟକାଇଥିଲେ। ସ୍କୁଟି ଚଳାଉଥିବା ସୋନାଲି ଗାଡ଼ି ଅଟକାଇବା ପରେ ଦୁର୍ବୃତ୍ତମାନେ ତାଙ୍କ ଡାହାଣ ହାତକୁ ଏକ ଭୁଜାଲିରେ ହାଣି ଦେଇଥିଲେ। ଫଳରେ ସୋନାଲି ତଳେ ପଡ଼ି ଯାଇଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ରୋଜାଲିନ୍‌ ଧରିଥିବା ଟଙ୍କା ବ୍ୟାଗ୍ ଧରି ଚମ୍ପଟ୍ ମାରିଥିଲେ।

ପରେ ସେମାନେ ରକ୍ତାକ୍ତ ଅବସ୍ଥାରେ ଗୋପ ଥାନାକୁ ଯାଇଥିଲେ। ମାତ୍ର ଥାନାର ମହିଳା ଆଇଆଇସି ସେମାନଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ଡାକ୍ତରଖାନା ଯାଅ ବୋଲି କହିଥିଲେ। ହେଲେ ଡାକ୍ତରଖାନା ନେବାର ବ୍ୟବସ୍ଥା କରିନଥିଲେ। ଥାନା ବାବୁଆଣୀଙ୍କଠାରୁ ନିରାଶ ହୋଇ ରୋଜାଲିନ୍ ଓ ସୋନାଲି ନିମାପଡ଼ା ମେଡ଼ିକାଲରେ ଚିକିତ୍ସିତ ହୋଇ ବ୍ୟାଙ୍କରେ ଅଭିଯୋଗ କରିଥିଲେ। ପରେ ରୋଜାଲିନ୍ ବ୍ୟାଙ୍କ ଅଧିକାରୀଙ୍କ ସହାୟତାରେ ଆସି ଗୋପ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Related story