ବିଜୁଳି ଅଫିସ୍‌ରେ ପଶି ବନ୍ଧୁକ ଦେଖାଇ ଲୁଟି ନେଲେ

ସାଲେପୁର(ଓଡ଼ିଶା ରିପୋର୍ଟ): ଆଜି ଦିନ ଦି’ପହରରେ ହୋଇଛି ଲୁଟ୍‌। ବନ୍ଧୁକ ଦେଖାଇ ଆଦାୟ ହୋଇଥିବା ବିଦ୍ୟୁତ୍‌ ବିଲ୍‌ ଟଙ୍କା ନେଇ ଚମ୍ପଟ ମାରିଲେ ଦୁଇ ଦୁର୍ବୃତ୍ତ। ଏପରି ଅଭିଯୋଗ ଆସିଛି କଟକ ଜିଲ୍ଲା ସାଲେପୁରରୁ। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଆଜି ମଧ୍ୟାହ୍ନରେ ସାଲେପୁର ରାଇସୁଙ୍ଗୁଡ଼ା ବିଦ୍ୟୁତ୍‌ ସେକ୍‌ସନ ଅଫିସ୍‌ରେ ସମସ୍ତେ ନିଜ ନିଜର କାମ କରୁଥିଲେ। ହଠାତ୍‌ ଦୁଇ ଯୁବକ ବନ୍ଧୁକ ଧରି ବିଦ୍ୟୁତ […]

loot

Manoranjan Sial
  • Published: Wednesday, 26 February 2020
  • , Updated: 26 February 2020, 05:26 PM IST

ସାଲେପୁର(ଓଡ଼ିଶା ରିପୋର୍ଟ): ଆଜି ଦିନ ଦି’ପହରରେ ହୋଇଛି ଲୁଟ୍‌। ବନ୍ଧୁକ ଦେଖାଇ ଆଦାୟ ହୋଇଥିବା ବିଦ୍ୟୁତ୍‌ ବିଲ୍‌ ଟଙ୍କା ନେଇ ଚମ୍ପଟ ମାରିଲେ ଦୁଇ ଦୁର୍ବୃତ୍ତ। ଏପରି ଅଭିଯୋଗ ଆସିଛି କଟକ ଜିଲ୍ଲା ସାଲେପୁରରୁ। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଆଜି ମଧ୍ୟାହ୍ନରେ ସାଲେପୁର ରାଇସୁଙ୍ଗୁଡ଼ା ବିଦ୍ୟୁତ୍‌ ସେକ୍‌ସନ ଅଫିସ୍‌ରେ ସମସ୍ତେ ନିଜ ନିଜର କାମ କରୁଥିଲେ। ହଠାତ୍‌ ଦୁଇ ଯୁବକ ବନ୍ଧୁକ ଧରି ବିଦ୍ୟୁତ ଅଫିସରେ ପଶିଥିଲେ। ପରେ ବିଦ୍ୟୁତ୍‌ ଶୁଳ୍ପ ନେଇ ବିଲ୍‌ କାଟୁଥିବା ଦୁଇ କର୍ମଚାରୀ ଶୁଭଜିତ୍‌ ମହାପାତ୍ର ଓ ଅମୀୟ ରଞ୍ଜନ ଜେନାଙ୍କୁ ଆକ୍ରମଣ କରିଥିଲେ। ତା’ପରେ ବିଲ୍‌ ବାବଦକୁ ସଂଗ୍ରହ ହୋଇଥିବା ୨ ଲକ୍ଷ ୫୫ ହଜାର ଟଙ୍କା ଧରି ଚମ୍ପଟ ମାରିଥିଲେ।

ଦୁର୍ବୃତ୍ତଙ୍କ ମାଡ଼ରେ ଆହତ ହୋଇଥିବା ଦୁଇ ବିଦ୍ୟୁତ କର୍ମଚାରୀଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ପାଖରେ ପୁଲିସ ପହଞ୍ଚି ପାରିନାହିଁ।

Related story