ଜ୍ୱରରେ ଥରୁଛନ୍ତି ମହାପ୍ରଭୁ, ଚାଲିଛି ଉପଚାର

ପୁରୀ(ଓଡ଼ିଶା ରିପୋର୍ଟର): ରତ୍ନ ସିଂହାସନ ଛାଡ଼ି ଅଣସର ଘରେ ଏବେ ଶ୍ରୀଜିଉ। ଆଜି ଅନବସର ଦ୍ୱିତୀୟ ଦିନ। ଚତୁର୍ଦ୍ଧାମୂର୍ତ୍ତିଙ୍କ ଜ୍ୱର ବେଶୀ ମାତ୍ରାରେ ବଢି ଯାଇଥିବାରୁ ଆଜି ଶ୍ରୀଜିଉଙ୍କ ଓଦା ବସ୍ତ୍ର କଢାଯିବ। ମହାପ୍ରଭୁ ଧଳା ବସ୍ତ୍ର ପରିଧାନ କରିଥିବାରୁ ଏହି ଅବସରରେ ମହାପ୍ରଭୁଙ୍କୁ ଧଳା ଫୁଲରେ ପୂଜା କରାଯାଇଥାଏ। ଅନବସରରେ ଥିବାରୁ ମହାପ୍ରଭୁଙ୍କୁ ଅନ୍ନ ପ୍ରସାଦ ବଦଳରେ ଫଳମୂଳ ଓ ରସଛେନା ଆଦି ଭୋଗ ଲାଗିଥାଏ। ବ୍ରହ୍ମଗିରି ଅଲାରନାଥ ପୀଠରେ ମହାପ୍ରଭୁଙ୍କୁ ଚତୁର୍ଭୁଜ ନାରାୟଣ ରୂପରେ […]

puri 1

Rakesh Mallick
  • Published: Saturday, 30 June 2018
  • , Updated: 30 June 2018, 08:23 AM IST

ପୁରୀ(ଓଡ଼ିଶା ରିପୋର୍ଟର): ରତ୍ନ ସିଂହାସନ ଛାଡ଼ି ଅଣସର ଘରେ ଏବେ ଶ୍ରୀଜିଉ। ଆଜି ଅନବସର ଦ୍ୱିତୀୟ ଦିନ। ଚତୁର୍ଦ୍ଧାମୂର୍ତ୍ତିଙ୍କ ଜ୍ୱର ବେଶୀ ମାତ୍ରାରେ ବଢି ଯାଇଥିବାରୁ ଆଜି ଶ୍ରୀଜିଉଙ୍କ ଓଦା ବସ୍ତ୍ର କଢାଯିବ। ମହାପ୍ରଭୁ ଧଳା ବସ୍ତ୍ର ପରିଧାନ କରିଥିବାରୁ ଏହି ଅବସରରେ ମହାପ୍ରଭୁଙ୍କୁ ଧଳା ଫୁଲରେ ପୂଜା କରାଯାଇଥାଏ। ଅନବସରରେ ଥିବାରୁ ମହାପ୍ରଭୁଙ୍କୁ ଅନ୍ନ ପ୍ରସାଦ ବଦଳରେ ଫଳମୂଳ ଓ ରସଛେନା ଆଦି ଭୋଗ ଲାଗିଥାଏ।

ବ୍ରହ୍ମଗିରି ଅଲାରନାଥ ପୀଠରେ ମହାପ୍ରଭୁଙ୍କୁ ଚତୁର୍ଭୁଜ ନାରାୟଣ ରୂପରେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ଏଥିପାଇଁ ଅଲାରନାଥ ପୀଠକୁ ଭକ୍ତଙ୍କ ସୁଅ ଛୁଟୁଛି। ବିଶ୍ୱାସ ରହିଛି ଅନବସର କାଳରେ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କଲେ ଜଗନ୍ନାଥ ଦର୍ଶନର ସମଫଳ ପ୍ରାପ୍ତି ହୋଇଥାଏ।

ସେହପରି ମହାପ୍ରଭୁଙ୍କ ଘୋଷ ଯାତ୍ରା ପାଇଁ ଯୋରସୋରରେ ଚାଲିଛି ୩ ରଥ କାମ। ତିନି ରଥ ଚାରିପଟେ ଲାଗିବାକୁଥିବା ଅରବେଢା କାମ ଶେଷ ହୋଇଛି।  ଚିତ୍ରକର  ଓ ରୂପକାର ସେବକ ରଥର ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ ଶେଷ ସ୍ପର୍ଶ ଦେଉଛନ୍ତି।  ଆସନ୍ତା ନେତ୍ର ଉତ୍ସବ ପୂର୍ବରୁ ତିନି ରଥ କାମକୁ ସମ୍ପୂର୍ଣ୍ଣ କରିବାର ବିଧି ରହିଛି।

Related story