କେତେ ଦାନ ପାଇଛନ୍ତି ମହାପ୍ରଭୁ? ବିଧାନସଭାରେ ଉତ୍ତର ରଖିଲେ ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା। ପ୍ରତିଦିନ ଦେଶ ବିଦେଶରୁ କୋଟିକୋଟି ଭକ୍ତ ଶ୍ରକ୍ଷେତ୍ର ଆସୁଛନ୍ତି। ଆଉ ମହାପ୍ରଭୁଙ୍କୁ ଦର୍ଶନ କରି ଆଶୀର୍ବାଦ ନେଉଛନ୍ତି। ଦର୍ଶନ କରିବା ପରେ ଭକ୍ତ ମହାପ୍ରଭୁଙ୍କ ହୁଣ୍ଡିରେ ଦାନ ମଧ୍ୟ ଦେଇଯାଇଥାଆନ୍ତି। ସେହି ଦାନ ଅର୍ଥରେ ରୀତିନୀତି ସମ୍ପନ୍ନ ହୋଇଥାଏ। ତେବେ ଜାଣିଛନ୍ତି କି ମହାପ୍ରଭୁ କେତେ ଟଙ୍କା ଓ ସୁନାରୁପ ଦାନ ପାଇଛନ୍ତି? ଆଜି ବିଧାନସଭାରେ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ପ୍ରଶ୍ନରେ ଏହାର ଉତ୍ତର […]

jagannath

Manoranjan Sial
  • Published: Tuesday, 18 February 2020
  • , Updated: 18 February 2020, 04:51 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା। ପ୍ରତିଦିନ ଦେଶ ବିଦେଶରୁ କୋଟିକୋଟି ଭକ୍ତ ଶ୍ରକ୍ଷେତ୍ର ଆସୁଛନ୍ତି। ଆଉ ମହାପ୍ରଭୁଙ୍କୁ ଦର୍ଶନ କରି ଆଶୀର୍ବାଦ ନେଉଛନ୍ତି। ଦର୍ଶନ କରିବା ପରେ ଭକ୍ତ ମହାପ୍ରଭୁଙ୍କ ହୁଣ୍ଡିରେ ଦାନ ମଧ୍ୟ ଦେଇଯାଇଥାଆନ୍ତି। ସେହି ଦାନ ଅର୍ଥରେ ରୀତିନୀତି ସମ୍ପନ୍ନ ହୋଇଥାଏ। ତେବେ ଜାଣିଛନ୍ତି କି ମହାପ୍ରଭୁ କେତେ ଟଙ୍କା ଓ ସୁନାରୁପ ଦାନ ପାଇଛନ୍ତି? ଆଜି ବିଧାନସଭାରେ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ପ୍ରଶ୍ନରେ ଏହାର ଉତ୍ତର ଦେଇଛନ୍ତି ଆଇନ୍‌ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା।

ଜାନୁଆରୀ ୨୦୨୦ ସୁଦ୍ଧା ଶ୍ରୀମନ୍ଦିରକୁ ଦାନ ମିଳିଛି ୧୮୭ କୋଟି ୧ ଲକ୍ଷ ୮୫ ହଜାର ଟଙ୍କା। ଏହାଛଡ଼ା ୧୭ କିଲୋ ୭୫୬ ଗ୍ରାମ ୭୦୬ ମିଲିଗ୍ରାମ ସୁନା ଦାନ ମିଳିଛି। ୨୨୭ କିଲୋ ୯୫ ଗ୍ରାମ ୩୦୭ ମିଲିଗ୍ରାମ ରୁପା ମଧ୍ୟ ମିଳିଛି। ବିଧାନସଭାରେ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ପ୍ରଶ୍ନରେ ମନ୍ତ୍ରୀ ଏହି ଉତ୍ତର ଦେଇଛନ୍ତି।

Related story