ଖାଡ଼ା ଉପାସରେ ପ୍ରଭୁ ଶ୍ରୀଲିଙ୍ଗରାଜ, ହୋଇପାରିନି ନୀତିକାନ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଡ଼ୁ ନିଯୋଗ ଓ ପୂଜାପଣ୍ଡା ନିଯୋଗ ମଧ୍ୟରେ ୨ ଦିନ ହେଲା ଲାଗି ରହିଥିବା ବିବାଦ ଯୋଗୁ ଗତକାଲି ଖାଡ଼ା ଉପାସରେ ରହିଛନ୍ତି ପ୍ରଭୁ ଶ୍ରୀଲିଙ୍ଗରାଜ । ଦିନ ସାରା ପ୍ରଭୁଙ୍କ ନିକଟରେ କୌଣସି ନୀତିକାନ୍ତି ହୋଇ ପାରିନି। ଫଳରେ ବର୍ଷ ବର୍ଷର ପରମ୍ପରା ଓ ନୀତିକାନ୍ତି  ଭାଙ୍ଗି ଯାଇଛି। ଏଥିଯୋଗୁ ଶ୍ରଦ୍ଧାଳୁମାନେ ଖୁବ୍‌ ବ୍ୟଥିତ ହୋଇଥିବା ବେଳେ ଏହାର ସମାଧାନ ବାଟ ବାହାରି ପାରୁ ନ ଥିବାରୁ ଗଭୀର ଉଦବେଗ ପ୍ରକାଶ କରିଛନ୍ତି […]

lingaraj temple main gate

  • Published: Thursday, 11 August 2022
  • , Updated: 11 August 2022, 10:51 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଡ଼ୁ ନିଯୋଗ ଓ ପୂଜାପଣ୍ଡା ନିଯୋଗ ମଧ୍ୟରେ ୨ ଦିନ ହେଲା ଲାଗି ରହିଥିବା ବିବାଦ ଯୋଗୁ ଗତକାଲି ଖାଡ଼ା ଉପାସରେ ରହିଛନ୍ତି ପ୍ରଭୁ ଶ୍ରୀଲିଙ୍ଗରାଜ । ଦିନ ସାରା ପ୍ରଭୁଙ୍କ ନିକଟରେ କୌଣସି ନୀତିକାନ୍ତି ହୋଇ ପାରିନି। ଫଳରେ ବର୍ଷ ବର୍ଷର ପରମ୍ପରା ଓ ନୀତିକାନ୍ତି  ଭାଙ୍ଗି ଯାଇଛି। ଏଥିଯୋଗୁ ଶ୍ରଦ୍ଧାଳୁମାନେ ଖୁବ୍‌ ବ୍ୟଥିତ ହୋଇଥିବା ବେଳେ ଏହାର ସମାଧାନ ବାଟ ବାହାରି ପାରୁ ନ ଥିବାରୁ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ।

ଦୁଇ ଦିନ ତଳେ ପଇତାଲାଗି ନୀତିକୁ ନେଇ ବଡ଼ୁ ନିଯୋଗ ଓ ପୂଜାପଣ୍ଡା ନିଯୋଗ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା । ପଇତାଲାଗି ପାଇଁ ଉଭୟ ନିଯୋଗ ଅଡ଼ି ବସିଥିବା ଯୋଗୁଁ ଏହି ମତାନ୍ତର ଆରମ୍ଭ ହୋଇଛି। ଗତକାଲି ପ୍ରଭୁ ଲିଙ୍ଗରାଜଙ୍କର କୌଣସି ବି ନୀତିକାନ୍ତି ହୋଇନି ।ଫଳରେ ଗତକାଲି ବାବାଙ୍କ ଚତୁର୍ଦ୍ଦଶୀ ତିଥିରେ ଉଠି ପାରିନି ମହାଦୀପ ।

ବର୍ଷ ବର୍ଷ ଧରି ଚାଲି ଆସିଥିବା ପରମ୍ପରା ଗତକାଲି ଭାଙ୍ଗିଛି । ଏହି ବିବାଦର ୨ ଦିନ ପରେ ବି ଏହାର ସମାଧାନର ବାଟ ବାହାରିପାରୁନି। ପ୍ରଶାସିକ ସ୍ତରରେ  ଏହି ବିବାଦର ସମାଧାନ ପାଇଁ ତତ୍ପରତା ପ୍ରକାଶ କରିବାକୁ ଶ୍ରଦ୍ଧାଳୁମାନେ ଅନୁରୋଧ କରିଛନ୍ତି।

Related story