ଡିକି ଭାଙ୍ଗି ଟଙ୍କା ଲୁଟ୍‌ କରୁଥିବା ଗ୍ୟାଙ୍ଗ ଗିରଫ

ଝାରସୁଗୁଡ଼ା:(ଓଡ଼ିଶା ରିପୋର୍ଟର) ଗାଡ଼ି ଡିକି ଭାଙ୍ଗି ଟଙ୍କା ଲୁଟ୍‌ପାଟ୍ କରୁଥିବା ଏକ ଗ୍ୟାଙ୍ଗକୁ ଝାରସୁଗୁଡ଼ା ପୁଲିସ୍ ଗିରଫ କରିଛି। ଲୁଟପାଟ ସମୟର ସମସ୍ତ ଘଟଣା ସିସିଟିଭିରେ କଏଦ୍ ହୋଇଛି। ସୁନ୍ଦରଗଡ଼ ଟାଉନ ଥାନା ସୁନାରୀପଡ଼ା ଛକରେ ଗତ ୨୨ ତାରିଖ ଦିନ ୧୧ଟା ସମୟରେ ଏହି ଲୁଟପାଟ୍‌ ହୋଇଥିଲା। ସିସିଟିଭିରେ କଏଦ୍‌ ହୋଇଥିବା ଭିଡିଓରେ ୩ ଜଣ ଚୋର ପୂରା ଯୋଜନାବଦ୍ଧ ଭାବେ ଆସି ଟଙ୍କା ଚୋରି କରୁଥିବାର ଦେଖାଯାଉଛି। ଆଉ ଜଣେ ଚୋର କିଛି ନଜାଣିବାର […]

lootera-1

Tapas Behera
  • Published: Saturday, 27 July 2019
  • , Updated: 27 July 2019, 06:43 PM IST

ଝାରସୁଗୁଡ଼ା:(ଓଡ଼ିଶା ରିପୋର୍ଟର) ଗାଡ଼ି ଡିକି ଭାଙ୍ଗି ଟଙ୍କା ଲୁଟ୍‌ପାଟ୍ କରୁଥିବା ଏକ ଗ୍ୟାଙ୍ଗକୁ ଝାରସୁଗୁଡ଼ା ପୁଲିସ୍ ଗିରଫ କରିଛି। ଲୁଟପାଟ ସମୟର ସମସ୍ତ ଘଟଣା ସିସିଟିଭିରେ କଏଦ୍ ହୋଇଛି।

ସୁନ୍ଦରଗଡ଼ ଟାଉନ ଥାନା ସୁନାରୀପଡ଼ା ଛକରେ ଗତ ୨୨ ତାରିଖ ଦିନ ୧୧ଟା ସମୟରେ ଏହି ଲୁଟପାଟ୍‌ ହୋଇଥିଲା। ସିସିଟିଭିରେ କଏଦ୍‌ ହୋଇଥିବା ଭିଡିଓରେ ୩ ଜଣ ଚୋର ପୂରା ଯୋଜନାବଦ୍ଧ ଭାବେ ଆସି ଟଙ୍କା ଚୋରି କରୁଥିବାର ଦେଖାଯାଉଛି। ଆଉ ଜଣେ ଚୋର କିଛି ନଜାଣିବାର ଅଭିନୟ କରି ମୋବାଇଲରେ କଥା ହେଉଛି।

ଆଉ ୨ ଜଣ କିଛି ଦୂରରେ ଠିଆ ହୋଇ କିଏ ଯିବା ଆସିବା କରୁଛି, ତା ଉପରେ ନଜର ରଖୁଛି। କିଛି ସମୟ ପରେ ମୋବାଇଲରେ କଥା ହେଉଥିବା ଲୁଟେରାଟି ଡିକି ଖୋଲି ଆଖି ପିଛୁଳାକେ ଟଙ୍କା ନେଇ ଫେରାର ହୋଇଯାଉଛି।

ଝାରସୁଗୁଡ଼ା ପୁଲିସ ଏହି ଚୋରଙ୍କୁ ବାଇକ୍ ଚେକିଂ କରିବା ବେଳେ ଗିରଫ କରିଛି। ଝାରସୁଗୁଡ଼ା ଏସ୍‌ଡିପିଓ କୈଳାସ ଆଚାର୍ଯ୍ୟଙ୍କ କହିବା ଅନୁସାରେ, ଏହି ୩ ଚୋରଙ୍କ ଘର ଗଞ୍ଜାମ ଜିଲ୍ଲାରେ। ଏମାନେ ସମ୍ବଲପୁର ମାଝିପାଳି ଅଞ୍ଚଳରେ ଏକ ଭଡ଼ା ଘର ନେଇ ରହୁଥିଲେ। ସକାଳ ହେଲେ ୨ଟି ବାଇକ୍ ନେଇ ବାହାରି ପଡୁଥିଲେ ବିଭିନ୍ନ ଜିଲ୍ଲାର ବ୍ୟାଙ୍କକୁ।

ବ୍ୟାଙ୍କ ସାମ୍ନାରେ ଛିଡ଼ା ହୋଇ ବ୍ୟାଙ୍କକୁ ଆସୁଥିବା ଲୋକଙ୍କ ଉପରେ ନଜର ରଖୁଥିଲେ। କିଏ କେତେ ଟଙ୍କା ନେଇ ଡିକିରେ ରଖି ବାହାରକୁ ଯାଉଛି ଡିକି ଖୋଲିବା ପାଇଁ ଏକ ସ୍ୱତନ୍ତ୍ର ଚାବିର ବ୍ୟବହାର କରୁଥିଲେ।

Related story