ଯିଏ ମୋତେ ଧୋକା ଦେଇଛି ମୁଁ ତାକୁ ବାହା ହେବି

ଭଦ୍ରକ(ପାର୍ଥ ସାରଥୀ ନାୟକ): ଜଳଖିଆ ଦୋକାନରେ ପ୍ରେମିକାକୁ ଛାଡ଼ି ଛୁ ମାରିଲା ପ୍ରେମିକ। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗେଲପୁର ପଞ୍ଚାୟତ ଆରଡିଛକ ଠାରେ ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଯୁବତୀ ଜଣଙ୍କ ଏକ ଜଳଖିଆ ଦୋକାନରେ ଛିଡା ହୋଇ କାନ୍ଦୁ ଥିଲେ। ସମସ୍ତେ ଦେଖୁଥିଲେ । କେହି କିଛି କହୁ ନଥିଲେ। ଘଟଣା ବୁଝିବାରୁ ପୂରା କାହାଣୀ ସାମ୍ନାକୁ ଆସିଥିଲା। ଯୁବତୀଙ୍କ ଘର କେନ୍ଦୁଝର ଜିଲ୍ଲାରେ ହୋଇଥିବା ବେଳେ ଯୁବକ ଜଣକ […]

bvc-90

Tapas Behera
  • Published: Wednesday, 07 April 2021
  • , Updated: 07 April 2021, 11:53 AM IST

ଭଦ୍ରକ(ପାର୍ଥ ସାରଥୀ ନାୟକ): ଜଳଖିଆ ଦୋକାନରେ ପ୍ରେମିକାକୁ ଛାଡ଼ି ଛୁ ମାରିଲା ପ୍ରେମିକ। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗେଲପୁର ପଞ୍ଚାୟତ ଆରଡିଛକ ଠାରେ ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଯୁବତୀ ଜଣଙ୍କ ଏକ ଜଳଖିଆ ଦୋକାନରେ ଛିଡା ହୋଇ କାନ୍ଦୁ ଥିଲେ। ସମସ୍ତେ ଦେଖୁଥିଲେ । କେହି କିଛି କହୁ ନଥିଲେ। ଘଟଣା ବୁଝିବାରୁ ପୂରା କାହାଣୀ ସାମ୍ନାକୁ ଆସିଥିଲା।

ଯୁବତୀଙ୍କ ଘର କେନ୍ଦୁଝର ଜିଲ୍ଲାରେ ହୋଇଥିବା ବେଳେ ଯୁବକ ଜଣକ ବାସୁଦେବପୁର ଅଞ୍ଚଳର ବୋଲି ଜଣାପଡିଛି। ମିସ କଲରୁ ପ୍ରେମ ଆରମ୍ଭ ହୋଇଥିଲା । ବର୍ଷେ ହେବ ଏହି ଯୁବତୀ ଜଣକ ଭଦ୍ରକ ବାସୁଦେବପୁର ଅଞ୍ଚଳର ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ ।

ପରେ ବିବାହର ପ୍ରତିଶ୍ରୁତି ଦେଇ ଯୁବକ ଜଣକ ଏହି ଯୁବତୀଙ୍କୁ ନିଜ ଘରକୁ ଡକାଇଥିଲେ । ଯୁବତୀ ଜଣକଙ୍କୁ ୨ଦିନ ଘରେ ରଖିବା ପରେ ତାଙ୍କ ସହ ଶାରୀରିକ ସଂପର୍କ ରଖି ଶେଷରେ ଆରଡିଛକରେ ଛାଡ଼ି କେଉଁଆଡ଼େ ପଳାଇ ଯାଇଛନ୍ତି । ଯୁବତୀ ଜଣକ ଯୁବକଙ୍କୁ ଫୋନ କରିବା ପରେ ସେ ମୋବାଇଲ ସୁଇଚ୍‌ ଅଫ୍ କରିଦେଇଥିଲେ। ଫଳରେ ଯୁବତୀ ଜଣକ କନ୍ଦାକଟା କରିବା ସହ ଲୋକଙ୍କ ସହଯୋଗ ଲୋଡିଥିଲେ । ପରେ ସ୍ଥାନୀୟ ସାମ୍ବାଦିକ ରାଜେଶ ସେଠାରେ ପହଞ୍ଚି  ଯୁବତୀଙ୍କୁ ଆସିୟାନା ସୁଧାର ଗୃହକୁ ପଠାଇଥିଲେ । ଏବେ ଯୁବତୀ ଜଣଙ୍କ ସଂପୃକ୍ତ ଯୁବକଙ୍କୁ ବିବାହ ପାଇଁ ଅଡି ବସିଛନ୍ତି।

Related story