ରଜରେ ଜୀବନ ହାରିଲେ ପ୍ରେମୀ ଯୁଗଳ

ରାଇରଙ୍ଗପୁର (ରାଜେଶ କୁମାର ଶର୍ମା): ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା। ସାରା ରାଜ୍ୟରେ ରଜ ପର୍ବ ପାଳନ ଚାଲିଥିବା ବେଳେ ତିରିଂ ଅଞ୍ଚଳର ଗିରିତଲତା ଗାଁ ନିକଟରେ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତ ଦେବ ଉଦ୍ଧାର କରାଯାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଦୁଇ ମୃତକ ଜଣକ ଗିତିଲତା ଗାଁର। ସୋମବାର ସକାଳେ ଏହି ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତ ଦେହ ଦେଖି ଗ୍ରାମବାସୀ ପୁଲିସକୁ ସୂଚନା […]

hand

Ranjit Kumar Jena
  • Published: Monday, 15 June 2020
  • , Updated: 15 June 2020, 05:16 PM IST

ରାଇରଙ୍ଗପୁର (ରାଜେଶ କୁମାର ଶର୍ମା): ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା। ସାରା ରାଜ୍ୟରେ ରଜ ପର୍ବ ପାଳନ ଚାଲିଥିବା ବେଳେ ତିରିଂ ଅଞ୍ଚଳର ଗିରିତଲତା ଗାଁ ନିକଟରେ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତ ଦେବ ଉଦ୍ଧାର କରାଯାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

ଦୁଇ ମୃତକ ଜଣକ ଗିତିଲତା ଗାଁର। ସୋମବାର ସକାଳେ ଏହି ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତ ଦେହ ଦେଖି ଗ୍ରାମବାସୀ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଥିଲା। ତେବେ ଏହି ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଗିତିଲତା ଗାଁର ରାମେଶ୍ୱର ପାତ୍ର (୩୦ ବର୍ଷ) ଓ ସେହି ଗାଁର ସାବିତ୍ରୀ ନାଏକ (୨୫ ବର୍ଷ) ଉଭୟଙ୍କ ମଧ୍ୟରେ ପୂର୍ବରୁ ପ୍ରେମ ସମ୍ପର୍କ ଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଯୁବକ ଜଣକ ଅନ୍ୟଜଣେ ଯୁବତୀଙ୍କୁ ବିବାହ କରିଥିଲେ ଏବଂ ଉଭୟଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛି।

ରଜ ପାଇଁ ଯୁବକର ପୂର୍ବତନ ପ୍ରେମିକା ଜାମସେଦପୁର ଗାଁକୁ ଆସିଥିଲେ। କିନ୍ତୁ ଆଜି ହଠାତ୍ ଯୁବକ ଓ ତାଙ୍କ ପୂର୍ବତନ ପ୍ରେମିକାଙ୍କର ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି। ପ୍ରେମ ସମ୍ପର୍କକୁ ନେଇ ଦୁହେଁ ଆତ୍ମହତ୍ୟା କରିଥିବା ପୁଲିସ୍ ସନ୍ଦେହ କରୁଛି। ଏହି ଘଟଣାରେ ପୁଲିସ୍ ଏବେ ଜୋରଦାର ତଦନ୍ତ ଚଳାଇଛି।

Related story