୩ ବର୍ଷ ଧରି ଶାରୀରିକ ସମ୍ପର୍କ ରଖିଲେ, ଏବେ ଧରାଛୁଆଁ ଦେଉନାହାନ୍ତି

ମାଲକାନଗିରି (ଜିତେନ୍ଦ୍ର ବେଉରା): ବାହା ହେବାକୁ କହି ୩ ବର୍ଷ ଧରି ଶାରୀରିକ ସମ୍ପର୍କ ରଖିଲେ। ପରେ ସ୍ୱାମୀ-ସ୍ତ୍ରୀ ପରି ରହିଲେ। ଏବେ ଧରାଛୁଆଁ ଦେଉନାହାନ୍ତି ପ୍ରେମିକ। ଫୋନ୍‌ କଲେ ଉଠାଉ ନାହାନ୍ତି। ଲଭ, ସେକ୍ସ ଓ ଧୋକାର ଏପରି ଚିତ୍ର ଆସିଛି ମାଲକାନଗିରି ଜିଲ୍ଲା ଏମ୍‌ଭି-୭୯ ଥାନା ଅଞ୍ଚଳରୁ। ମାଲକାନଗିରି ଏମ୍‌ଭି-୭୯ ସଞ୍ଜିବ ପାଲ ଏମ୍‌ଭି-୭୨ ଅଞ୍ଚଳର ତାପସୀ(ଛଦ୍ମନାମ)ଙ୍କୁ ପ୍ରେମ କରୁଥିଲେ। ତାପସୀ ମଧ୍ୟ ସଞ୍ଜିବଙ୍କୁ ଭଲ ପାଉଥିଲେ। ଉଭୟଙ୍କ ପ୍ରେମ ସମ୍ପର୍କ ଧୀରେ ଧୀରେ […]

Malkangiri

Malkangiri

Manoranjan Sial
  • Published: Friday, 25 November 2022
  • Updated: 25 November 2022, 05:53 PM IST

Sports

Latest News

ମାଲକାନଗିରି (ଜିତେନ୍ଦ୍ର ବେଉରା): ବାହା ହେବାକୁ କହି ୩ ବର୍ଷ ଧରି ଶାରୀରିକ ସମ୍ପର୍କ ରଖିଲେ। ପରେ ସ୍ୱାମୀ-ସ୍ତ୍ରୀ ପରି ରହିଲେ। ଏବେ ଧରାଛୁଆଁ ଦେଉନାହାନ୍ତି ପ୍ରେମିକ। ଫୋନ୍‌ କଲେ ଉଠାଉ ନାହାନ୍ତି। ଲଭ, ସେକ୍ସ ଓ ଧୋକାର ଏପରି ଚିତ୍ର ଆସିଛି ମାଲକାନଗିରି ଜିଲ୍ଲା ଏମ୍‌ଭି-୭୯ ଥାନା ଅଞ୍ଚଳରୁ।

ମାଲକାନଗିରି ଏମ୍‌ଭି-୭୯ ସଞ୍ଜିବ ପାଲ ଏମ୍‌ଭି-୭୨ ଅଞ୍ଚଳର ତାପସୀ(ଛଦ୍ମନାମ)ଙ୍କୁ ପ୍ରେମ କରୁଥିଲେ। ତାପସୀ ମଧ୍ୟ ସଞ୍ଜିବଙ୍କୁ ଭଲ ପାଉଥିଲେ। ଉଭୟଙ୍କ ପ୍ରେମ ସମ୍ପର୍କ ଧୀରେ ଧୀରେ ନିବିଡ଼ ହୋଇଥିଲା। ତାପସୀଙ୍କ ସହି ସଞ୍ଜିବ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି। ସ୍ୱାମୀ ଓ ସ୍ତ୍ରୀଙ୍କ ପରି ସମ୍ପର୍କ ରଖୁଥିଲେ। ଏହାରି ଭିତରେ ଚତୁର ସଞ୍ଜିବ କିନ୍ତୁ ତାପସୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଉଠାଇ ଦେଇଥିଲେ। ସେହି ଫଟୋ ଦେଖାଇ ତାଙ୍କୁ ବ୍ଲାକ୍‌ମେଲ କରୁଥିଲେ। ଆଉ ସିଏ ଯେଉଁଠିକି ଡାକୁଥିଲେ, ତାପସୀ ବାଧ୍ୟ ହୋଇ ସେଠାକୁ ଯାଉଥିଲେ।

ମେଡିକାଲ୍‌ କେସ୍‌ରେ ତାପସୀଙ୍କୁ ଧରି ସଞ୍ଜିବ ବିଶାଖାପାଟଣାରେ ଯାଇଥିଲେ। ସେଠାରେ ତାଙ୍କୁ ସେ ଶଙ୍ଖା ଓ ସିନ୍ଦୂର ପିନ୍ଧିଇଥିଲା। ଏହା ପରେ ତାପସୀ ଶଙ୍ଖା ଓ ସନ୍ଦୂର ପିନ୍ଧି ନିଜ ଗାଁ ଏମ୍‌ଭି-୭୨କୁ ଫେରିଥିଲେ। ଆଉ ସଞ୍ଜିବ ମଧ୍ୟ ତାଙ୍କ ଗାଁ ଏମ୍‌ଭି-୭୯କୁ ଫେରିଥିଲେ। ମଝିରେ ମଝିରେ ତାପସୀଙ୍କ ପାଖକୁ ଆସୁଥିଲେ ସଞ୍ଜିବ। ହେଲେ ତାପସୀଙ୍କ ଏହି ସଧବା ରୂପ କିନ୍ତୁ ତାଙ୍କୁ ଭଲ ଲାଗୁନଥିଲା। ସିନ୍ଦୂର ନପିନ୍ଧିବାକୁ କହୁଥିଲେ। ଲୋକ ଲଜ୍ଜ୍ୟା ଭୟରେ ସେ ଏମିତି କହିଥିବା ଅଭିଯୋଗ ହୋଇଛି। ତାପସୀ କିନ୍ତୁ ଏଥିରେ ରାଜି ହୋଇନଥିଲେ। ଯାହାକୁ ନେଇ ଅଡୁଆରେ ପଡ଼ି ଯାଇଥିଲେ ସଞ୍ଜିବ।

ଲୋକ ଲଜ୍ଜ୍ୟା ଭୟ ଘାରୁଥିବାରୁ ସଞ୍ଜିବ ଚାଲ୍‌ କରି ତାପସୀଙ୍କୁ ମାଲକାନଗିରି ସଦର ମହକୁମାକୁ ପଠାଇ ଦେଇଥିଲେ। ତାପସୀ ମଧ୍ୟ ରାଜି ହୋଇଥିଲେ। ଏହା ପରେ ମାଲକାନଗିରିରେ ୪୫୦୦ ଟଙ୍କାରେ ଘର ଭଡ଼ା ନେଇ ରହିଲେ। ଥରେ ଅଧେ ସଞ୍ଜିବ ସେଠାକୁ ଯାଇଥିଲେ। ପରେ କିନ୍ତୁ ଆଉ ଧରାଛୁଆଁ ଦେଲେନାହିଁ। ଫୋନ୍ ଉଠାଇଲେ ନାହିଁ।

ପୀଡ଼ିତାଙ୍କ କହିବା ଅନୁସାରେ ଗୁରୁବାର ସଞ୍ଜିବଙ୍କୁ ଦେଖା କରିବା ପାଇଁ ତାଙ୍କ ଘରକୁ ଆସିଥିଲି। ହେଲେ ସେ ଘରୁ ବାହାରିଲେ ନାହିଁ। ଏପରିକି ଘରେ ପଶିବାକୁ ଦେଲେନାହିଁ। କିଛି ଉପାୟନପାଇ ତାଙ୍କ ଘର ଆଗରେ ବସିଲି। ରାତି ସାରା ତାଙ୍କ ଘର ଆଗରେ ବସିଲି। ଭୋରୁ ଭୋରୁ ସଞ୍ଜିବଙ୍କ ପିଉସା ପୁଅ ଆସି ମୋତେ ମାଡ଼ ମାରିଲେ। ଘର ଆଗରୁ ଉଠିଯିବା ପାଇଁ ଧମକ ଦେଲେ। ଶେଷରେ ମୁଁ ଏନେଇ ଏମ୍‌ଭି-୭୯ ଥାନାରେ ଲିଖିତ ଅଭିଯୋଗ କରିଛି ବୋଲି ପୀଡ଼ିତା କହିଛନ୍ତି।

ପୀଡ଼ିତାଙ୍କ ଅଭିଯୋଗକୁ ଭିତ୍ତି କରି ଏମ୍‌ଭି-୭୯ ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ହେଲେ ଏପର୍ଯ୍ୟନ୍ତ ପୁଲିସ ସଞ୍ଜିବଙ୍କ ପାଖରେ ପହଞ୍ଚି ପାରି ନାହିଁ। ଏନେଇ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story