ବାହା ହେବାକୁ କହି ଠିକଦେଲା ମାମୁ ପୁଅ ଭାଇ! ବିଷ ପିଇଦେଲେ ଦିବ୍ୟାଙ୍ଗ ଯୁବତୀ

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ସମ୍ପର୍କୀୟ ମାମୁ ପୁଅ ଭାଇକୁ ମନ ଦେଇ ବସିଥିଲେ ଦିବ୍ୟାଙ୍ଗ ଯୁବତୀ! ଭାବି ଥିଲେ ବାହା ହୋଇ ତାଙ୍କ ସହିତ ଘର ସଂସାର କରିବେ। ହେଲେ ଠକି ଦେଲା ଧୋକାବାଜ ଭାଇ। ବାହା ହେବାର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖି, ପରେ ଧୋକା ଦେଲା। ବାହାହେବନି ବୋଲି ମନା କରିଦେଲା। ପ୍ରେମିକଙ୍କଠାରୁ ଧୋକା ଖାଇଲା ପରେ ପ୍ରେମିକା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଆଜି ଏପରି ଘଟଣା ବଲାଙ୍ଗିର ଜିଲ୍ଲାରେ […]

Love

Manoranjan Sial
  • Published: Friday, 09 April 2021
  • , Updated: 09 April 2021, 10:45 PM IST

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ସମ୍ପର୍କୀୟ ମାମୁ ପୁଅ ଭାଇକୁ ମନ ଦେଇ ବସିଥିଲେ ଦିବ୍ୟାଙ୍ଗ ଯୁବତୀ! ଭାବି ଥିଲେ ବାହା ହୋଇ ତାଙ୍କ ସହିତ ଘର ସଂସାର କରିବେ। ହେଲେ ଠକି ଦେଲା ଧୋକାବାଜ ଭାଇ। ବାହା ହେବାର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖି, ପରେ ଧୋକା ଦେଲା। ବାହାହେବନି ବୋଲି ମନା କରିଦେଲା। ପ୍ରେମିକଙ୍କଠାରୁ ଧୋକା ଖାଇଲା ପରେ ପ୍ରେମିକା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଆଜି ଏପରି ଘଟଣା ବଲାଙ୍ଗିର ଜିଲ୍ଲାରେ ଘଟିଛି।

ସଇଁନ୍ତଲା ଥାନା ଅଞ୍ଚଳର ଦିବ୍ୟାଙ୍ଗ ଯୁବତୀ ଛବି(ଛଦ୍ମନାମ)। ସେ ତାଙ୍କ ସମ୍ପର୍କୀୟ ମାମୁ ପୁଅ ଭାଇ ଭୀମ ମଲ୍ଲିକକୁ ଭଲ  ପାଉଥିଲେ। ଭୀମ ମଧ୍ୟ ଛବିକୁ ବହୁ ଭଲ ପାଉଥିଲା। ଏହାର ସୁଯୋଗ ନେଇ ଛବି ସହିତ ଶାରୀରିକ ସମ୍ପର୍କ ରଖିଥିଲେ ଭୀମ। ଏହାରି ଭିତରେ ଛବି ଗର୍ଭବତି ହୋଇଯାଇ ଥିଲେ। ଏ ସମ୍ପର୍କରେ ଭୀମ ଜାଣିପାରି ଛବିଙ୍କୁ ମେଡିସିନ୍‌ ଦେଇ ଗର୍ଭ ନଷ୍ଟ କରିଥିବା ଅଭିଯୋଗ ହୋଇଛି।

ତେବେ କିଛି ଦିନ ତଳେ ପୁଣି ଥରେ ଛବି ଗର୍ଭବତି ହୋଇଥିଲେ। ଭୀମା ଗର୍ଭ ନଷ୍ଟ କରିବା ପାଇଁ ଔଷଧ ଖାଇବାକୁ ଦେଇଥିଲେ।  ମାତ୍ର ଏଥର ଛବି ଔଷଧ ଖାଇବାକୁ ରାଜି ହୋଇନଥିଲେ। ବରଂ ବାହା ହେବା ପାଇଁ ଜିଦ୍‌ ଧରିଥିଲେ। ଯାହାକୁ ନେଇ ଅଡୁଆରେ ପଡ଼ିଯାଇଥିଲେ ଭୀମା। ଶେଷରେ କିଛି ଉପାୟ ନପାଇ ବାହା ହେବାକୁ ମନା କଲା ଭୀମ। ଏପରିକି ଘରୁ କେଉଁ ଆଡ଼େ ଫେରାର ହୋଇ ଯାଇଥିଲା।

ପ୍ରେମିକଠାରୁ ଠୋକର ଖାଇବା ପରେ ଛବି ମାନସିକ ଭାରସାମ୍ୟ ହରାଇ ବିଷ ପିଇ ଦେଇଥିଲେ। ପରିବାର ଲୋକେ ଜାଣିପାରି ତାଙ୍କୁ ସଇଁନ୍ତଲା ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗିର ଭୀମଭୋଇ ମେଡିକାଲ୍‌ କଲେଜ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

ଏନେଇ ଅଭିଯୋଗ ହେବା ପରେ ସଇଁନ୍ତଲା ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସେପଟେ ପ୍ରତାରଣା କରିଥିବା ପ୍ରେମିକ ଫେରାର ଅଛି। ତାଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

Related story