ପ୍ରେମିକଙ୍କୁ ଗଛରେ ବାନ୍ଧି ପିଟିଲେ ମାଆ ଓ ଝିଅ: ଦେଖଣାହାରୀ ନ ଅଟକେଇ ଭିଡିଓ ସୁଟିଂ କଲେ

Ordigital Desk
  • Published: Wednesday, 16 May 2018
  • , Updated: 16 May 2018, 04:54 PM IST
<p>ସୋର (ଶଶୀକାନ୍ତ ବେହେରା): ଏକ ତରଫା ପ୍ରେମ କରୁଥିଲେ। ସାବିତ୍ରୀ ବ୍ରତରେ ପ୍ରେମ ନିବେଦନ କରିବାକୁ ଯାଇଥିଲେ। ଫଳ ହେଲା ଓଲଟା। ପ୍ରେମିକା ଓ ତାଙ୍କ ମାଆ ହତାଶିଆ ପ୍ରେମିକଙ୍କୁ ଗଛରେ ବାନ୍ଧି ଚପଲରେ ପ୍ରବଳ ପିଟିଲେ। ଏପରି ଘଟଣା ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଞ୍ଚଳରେ ଘଟିଛି। ପୋଲିସ ପ୍ରେମିକ ପ୍ରବରଙ୍କୁ ଉଦ୍ଧାର କରିଛି।</p> <p>ରୂପସା ଥାନା ଜାମଦା ଅଞ୍ଚଳର ଲାଲଟୋ ହାଁସଦା ତୁରିଗଡ଼ିଆ ଅଞ୍ଚଳରେ ରହି କାମ କରନ୍ତି। ଏଠାରେ ରହଣୀ ସମୟରେ ଜଣେ ୨୦ ବର୍ଷୀୟ ଯୁବତୀଙ୍କୁ ଏକ ତରଫା ଭଲ ପାଇଥିଲେ। ଗତକାଲି ସେ ପ୍ରେମିକାଙ୍କ ଘରକୁ ଯାଇ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ମାତ୍ର ଏହାକୁ ଗ୍ରହଣ କରିପାରିନଥିଲେ ପ୍ରେମକା ଓ ତାଙ୍କ ପରିବାର ଲୋକେ। ଏଥିରେ ଉତ୍&zwnj;କ୍ଷିପ୍ତ ହୋଇ ପ୍ରେମିକା ଓ ତାଙ୍କ ମାଆ, ପ୍ରେମିକଙ୍କୁ ଗଛରେ ବାନ୍ଧି ପକାଇଥିଲେ। ପରେ ଉଭୟ ଚପଲରେ ମାଡ଼ ମାରିଥିଲେ। ଏହି ସମୟରେ ଯୁବକ ଜଣକ ଚିତ୍କାର କରୁଥିଲେ ମଧ୍ୟ କେହି ଉଦ୍ଧାର କରିବାକୁ ଯାଇନଥିଲେ। ଗାଁ ଲୋକେ ନୀରବଦ୍ରଷ୍ଟା ସାଜିଥିଲେ। ଏପରିକି କିଛି ଲୋକ ଭିଡ଼ିଓ ସୁଟିଂ କରୁଥିବା ଦେଖିବାକୁ ମିଳିଥିଲା। ଏ ସମ୍ପର୍କରେ ଖବର ପାଇ ଖଇରା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲା। ପୋଲିସ ଯୁବକ ଜଣଙ୍କୁ ଅଟକ ରଖିଥିବା ଜଣାପଡ଼ିଛି।</p> <p>&amp;nbsp;</p>

Related story