ପରିବାର ଲୋକେ ରାଜି ହେଲେନି, ଥାନାରେ ହେଲା ବାହାଘର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନା ବନ୍ଧା ହୋଇଥିଲା ବେଦୀ ନା ଜଳିଥିଲା ହୋମ୍‌ ନିଆଁ। ଥାନାରେ ହୋଇଥିଲା ବାହାଘର। ସାତଜନମର ଜୀବନ ସାଥୀ ହେବା ପାଇଁ ପରସ୍ପର ବେକରେ ପକାଇଥିଲେ ବରଣାମାଳ। ଆଜି ଏମିତି ଏକ ବାହାଘର ହୋଇଛି ରାଜଧାନୀ ଭୁବନେଶ୍ୱରରେ। ୪ ବର୍ଷର ପ୍ରେମ ସମ୍ପର୍କକୁ ପରିବାର ଲୋକେ ସ୍ୱୀକୃତି ନଦେବାରୁ ଉଭୟ ଘର ଛାଡ଼ି ପଳାଇ ଯାଇଥିଲେ। ପୁଲିସ ସେମାନଙ୍କୁ ଉଦ୍ଧାର କରି ଆଜି ବାହାଘର କରାଇଛି। ପୂରା ଘଟଣା ଏମିତି। ଖୋର୍ଦ୍ଧା ଜଟଣୀ ଜାଗସରା […]

Bhubaneswar

Manoranjan Sial
  • Published: Wednesday, 23 June 2021
  • , Updated: 23 June 2021, 10:34 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନା ବନ୍ଧା ହୋଇଥିଲା ବେଦୀ ନା ଜଳିଥିଲା ହୋମ୍‌ ନିଆଁ। ଥାନାରେ ହୋଇଥିଲା ବାହାଘର। ସାତଜନମର ଜୀବନ ସାଥୀ ହେବା ପାଇଁ ପରସ୍ପର ବେକରେ ପକାଇଥିଲେ ବରଣାମାଳ। ଆଜି ଏମିତି ଏକ ବାହାଘର ହୋଇଛି ରାଜଧାନୀ ଭୁବନେଶ୍ୱରରେ। ୪ ବର୍ଷର ପ୍ରେମ ସମ୍ପର୍କକୁ ପରିବାର ଲୋକେ ସ୍ୱୀକୃତି ନଦେବାରୁ ଉଭୟ ଘର ଛାଡ଼ି ପଳାଇ ଯାଇଥିଲେ। ପୁଲିସ ସେମାନଙ୍କୁ ଉଦ୍ଧାର କରି ଆଜି ବାହାଘର କରାଇଛି।

ପୂରା ଘଟଣା ଏମିତି। ଖୋର୍ଦ୍ଧା ଜଟଣୀ ଜାଗସରା ଗାଁର ସାଗର ନାୟକଙ୍କ ପ୍ରେମରେ ପଡ଼ିଥିଲେ ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଅଞ୍ଚଳର ସତରୂପା ଜେନା। ଦୀର୍ଘ ୪ ବର୍ଷ ଧରି ଉଭୟ ପରସ୍ପରକୁ ଭଲ ପାଉଥିଲେ। ଏନେଇ ଉଭୟ ସେମାନଙ୍କ ପରିବାରକୁ କହିଥିଲେ। ମାତ୍ର ପରିବାର ଲୋକେ ସାଗର ଓ ସତରୂପାଙ୍କ ପ୍ରେମକୁ ସ୍ୱୀକୃତି ଦେଇନଥିଲେ। ଯାହାକୁ ନେଇ ଉଭୟ ଚିନ୍ତାରେ ପଡ଼ି ଯାଇଥିଲେ। ଶେଷରେ ଘର ଛାଡ଼ିବାର ନିଷ୍ପତ୍ତି ନେଇଥିଲେ।

ଗତ ୨୧ ତାରିଖରେ ସତରୂପା ଘର ଛାଡ଼ି ପଳାଇ ଯାଇଥିଲେ ପ୍ରେମିକ ସାଗରଙ୍କ ପାଖକୁ। ଉଭୟ ଖୋର୍ଦ୍ଧାରେ ରହୁଥିଲେ। ସେପଟେ ଝିଅ ଘରକୁ ନଫେରିବାରୁ ପରିବାର ଲୋକେ ଏନେଇ ସହିଦ୍‌ ନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ସାଗର ଓ ସତରୂପା ଖୋର୍ଦ୍ଧାରେ ଥିବା କୌଣସି ଜାଣିବାକୁ ପାଇଥିଲା ପୁଲିସ।

ଆଜି ପୁଲିସ ସେମାନଙ୍କୁ ଉଦ୍ଧାର କରି ବୁଝାଇବାକୁ ଚେଷ୍ଟା କରିଥିଲା। ହେଲେ ସେମାନେ ବାହା ହୋଇ ଏକାଠି ରହିବେ ବୋଲି ପୁଲିସକୁ ରୋକ୍‌ଠୋକ୍‌ ଶୁଣାଇ ଦେଇଥିଲେ। ପରେ ପୁଲିସ ଉଭୟ ପରିବାକୁ ଡାକି ବୁଝାଇଥିଲା। ଶେଷରେ ଉଭୟ ପରିବାର ଲୋକଙ୍କ ଉପସ୍ଥିତି ସହିଦ୍‌ ନଗର ଥାନାରେ ସତରୂପାଙ୍କ ବେକରେ ବରଣା ମାଳ ପକାଇଲେ ସାଗର। ଆଉ ଉଭୟ ହୋଇଗଲେ ସାତ ଜନମର ଜୀବନ ସାଥୀ। ଏପରି ବାହାଘରରେ ସାକ୍ଷୀ ସାଜିଥିଲେ ଥାନା କର୍ମଚାରୀ।

Related story