ଭଲ ପାଇ ଧୋକା ଦେଇଥିଲେ; ଜେଲ ଗଲା ପରେ ବୁଦ୍ଧି ଫେରିଲା, ବାହା ହେଲେ

ଚୌଦ୍ୱାର (ପ୍ରକାଶ କୁମାର ନାୟକ): ଭିନ୍ନକ୍ଷମ ଯୁବତୀକୁ ଭଲ ପାଇ ଗର୍ଭବତୀ କରାଇବା ପରେ ଧୋକା ଦେଇଥିଲେ। କେବେ ବାହା ହେବିନି ବୋଲି ରୋକ୍‌ଠୋକ୍‌ ଶୁଣାଇ ଦେଇଥିଲେ। ଯେଉଁଥିପାଇଁ ଭୋଗିଲେ ଜେଲଦଣ୍ଡ। ଜେଲ ଗଲା ପରେ ଅନୁତାପ କଲେ। ଆଉ ତା’ପରେ ଯାହାକୁ ଧୋକା ଦେଇଥିଲେ, ତାଙ୍କୁ ହିଁ ବାହା ହେବାକୁ ରାଜି ହେଲେ। ଚୌଦ୍ୱାର ସର୍କଲ ଜେଲ ପରିସରରେ ଆଜି ପଡ଼ିଛି ହାତଗଣ୍ଠି। ଦୁଇ ପରିବାର ଓ ଜେଲ୍‌ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ରାନୁଙ୍କ ସିନ୍ଥିରେ ସିନ୍ଦୂର […]

Chaudwar

Manoranjan Sial
  • Published: Thursday, 23 September 2021
  • , Updated: 23 September 2021, 08:27 PM IST

ଚୌଦ୍ୱାର (ପ୍ରକାଶ କୁମାର ନାୟକ): ଭିନ୍ନକ୍ଷମ ଯୁବତୀକୁ ଭଲ ପାଇ ଗର୍ଭବତୀ କରାଇବା ପରେ ଧୋକା ଦେଇଥିଲେ। କେବେ ବାହା ହେବିନି ବୋଲି ରୋକ୍‌ଠୋକ୍‌ ଶୁଣାଇ ଦେଇଥିଲେ। ଯେଉଁଥିପାଇଁ ଭୋଗିଲେ ଜେଲଦଣ୍ଡ। ଜେଲ ଗଲା ପରେ ଅନୁତାପ କଲେ। ଆଉ ତା’ପରେ ଯାହାକୁ ଧୋକା ଦେଇଥିଲେ, ତାଙ୍କୁ ହିଁ ବାହା ହେବାକୁ ରାଜି ହେଲେ। ଚୌଦ୍ୱାର ସର୍କଲ ଜେଲ ପରିସରରେ ଆଜି ପଡ଼ିଛି ହାତଗଣ୍ଠି। ଦୁଇ ପରିବାର ଓ ଜେଲ୍‌ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ରାନୁଙ୍କ ସିନ୍ଥିରେ ସିନ୍ଦୂର ଦେଲେ ଅର୍ଜୁନ।

ପୂରା ଘଟଣାଟି ଏମିତି। କଟକ ଜିଲ୍ଲା ନିଆଳି ଥାନା ଖେରଂଚ ଗାଁର ସୁକାନ୍ତ ମଲ୍ଲିକଙ୍କ ଝିଅ ରାନୁ। ଯିଏ ପିଲା ଦିନରୁ କଥା ହୋଇପାରୁ ନାହାନ୍ତି କି ଶୁଣିପାରନ୍ତିନି। ଏଭଳି ଜଣେ ଭିନ୍ନକ୍ଷମ ଝିଅକୁ ସେହି ଗ୍ରାମର ନୃସିଂହ ମଲ୍ଲିକଙ୍କ ପୁଅ ଅର୍ଜୁନ ପ୍ରେମ କରୁଥିଲେ। ଦୁହେଁ ଦୁହିଁଙ୍କୁ ବହୁ ଭଲ ପାଉଥିଲେ। ରାନୁର ସରଳତାର ସୁଯୋଗ ନେଇ ଅର୍ଜୁନ ତାଙ୍କ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ। ଯେଉଁଥିପାଇଁ ରାନୁ ଗର୍ଭବତୀ ହୋଇଯାଇଥିଲେ। ତେବେ ହଠାତ କଣ ହେଲା କେଜାଣି, ରାନୁକୁ ନିଜ ଜୀବନଠାରୁ ଅଧିକ ଭଲ ପାଉଥିବା ଅର୍ଜୁନ ବାହା ହେବାକୁ ମନା କରିଥିଲେ। ଅନ୍ୟତ୍ର ବିବାହ କରିବାକୁ ଯୋଜନା କରୁଥିଲେ।

ରାନୁ ଏ ସମ୍ପର୍କରେ ଜାଣିପାରି ବିବାହ କରିବାକୁ ଅର୍ଜୁନଙ୍କୁ ନିବେଦନ କରିଥିଲେ। ମାତ୍ର ସେ ରାଜି ହୋଇନଥିଲେ। ଏପରିକି ଅର୍ଜୁନ ଧରାଛୁଆଁ ଦେଇନଥିଲେ। ଯାହାକୁ ନେଇ ଗାଁରେ ବୈଠକ ବସିଥିଲା। ମାତ୍ର କୌଣସି ସୁଫଳ ବାହାରି ପାରିନଥିଲା। ଇତି ମଧ୍ୟରେ ଅର୍ଜୁନ ପାଇଁ ପରିବାର ଲୋକେ ଝିଅ ଖୋଜାରେ ଲାଗି ପଡ଼ିଥିଲେ। ଅର୍ଜୁନଙ୍କ ପରିବାରଠାରୁ ନିରାଶ ହୋଇ ରାନୁଙ୍କ ପରିବାର ଲୋକେ ଏନେଇ  ନିଆଳି ଥାନାରେ ଲଖିତ ଅଭିଯୋଗ କରିଥିଲେ।

ଅଭିଯୋଗକୁ ଭିତ୍ତି କରି ପୁଲିସ ଅଂଶୁମାନଙ୍କୁ ୨୦୧୬ ମସିହାରେ  ଗିରଫ କରିଥିଲା। ଅର୍ଜୁନଙ୍କ ଜାମିନ ନାମଞ୍ଜୁର ହେବାରୁ ଚୌଦ୍ୱାର ଜେଲ୍‌କୁ ପଠାଇ ଦିଆଯାଇଥିଲା। ମାମଲା  କୋର୍ଟରେ ବିଚାର ଚାଲିଥିଲା। ଏହାରି ଭିତରେ ରାନୁ କଟକ ବସୁନ୍ଧରାରେ ରହୁଥିଲେ। ଅର୍ଜୁନ ନିଜର କର୍ମ ପାଇଁ ଅନୁତାପ କଲେ। ଆଉ ରାନୁକୁ ବିବାହ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ। ଏନେଇ ସେ ନିଜ ପରିବାର ଲୋକ ଓ ଜେଲର ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ। ଗୁରୁବାର କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଜେଲ୍‌ କର୍ତ୍ତୃପକ୍ଷଙ୍କ ଉପସ୍ଥିତରେ ଦୁଇ ପରିବାର ଓ ବନ୍ଧୁ ବାନ୍ଧବଙ୍କ ଗହଣରେ ରାନୁ ଓ ଅର୍ଜୁନଙ୍କ ବିବାହ ହୋଇଥିଲା। ରାନୁଙ୍କୁ ସାତ ଜନମର ଜୀବନ ସାଥୀ ଭାବେ ଗ୍ରହଣ କଲେ ଅର୍ଜୁନ।

Related story