ବିବାହ ପାଇଁ ଜିଦ୍‌ ଧରିବାରୁ ତଣ୍ଟି ଚିପି ହତ୍ୟା କଲା, ପରେ ପଥରରେ ବାନ୍ଧି ପୋଖରୀକୁ ଫିଙ୍ଗିଦେଲା

ଯାଜପୁର(ଗୁଲାମ ଗସ): ବିବାହ ପ୍ରତିଶ୍ରୁତି ଦେଇ ପ୍ରେମିକା ସହିତ ଶାରୀରିକ ସମ୍ପର୍କ ରଖିଥିଲା। ଆଉ ଯେତେବେଳେ ବାହା ହେବା ପାଇଁ ଜିଦ୍‌ ଧରିଲେ ପ୍ରେମିକା, ତା’ ତଣ୍ଟି ଚିପି ହତ୍ୟା କଲା ପ୍ରେମିକ। ପରେ ମୃତଦେହରେ ପଥର ବାନ୍ଧି ପୋଖରୀକୁ ଫିଙ୍ଗି ଦେଇଥିଲା। ଏପରି ଲୋମହର୍ଷଣକାରୀ ଘଟଣା ଯାଜପୁର ଜିଲ୍ଲାରେ ଘଟିଛି। ପୋଖରୀରୁ ମିଳିଥିବା କଂକାଳର ପରିଚୟ ଖୋଜିବାକୁ ଯାଇ ପୁଲିସ ଏପରି ତଥ୍ୟ ମିଳିଛି। ପୂରା ଘଟଣା ଏମିତି। ଯାଜପୁର ସଦର ଥାନା ଅଞ୍ଚଳର ଜଣେ […]

jajpur

Manoranjan Sial
  • Published: Friday, 16 April 2021
  • , Updated: 17 April 2021, 07:02 AM IST

ଯାଜପୁର(ଗୁଲାମ ଗସ): ବିବାହ ପ୍ରତିଶ୍ରୁତି ଦେଇ ପ୍ରେମିକା ସହିତ ଶାରୀରିକ ସମ୍ପର୍କ ରଖିଥିଲା। ଆଉ ଯେତେବେଳେ ବାହା ହେବା ପାଇଁ ଜିଦ୍‌ ଧରିଲେ ପ୍ରେମିକା, ତା’ ତଣ୍ଟି ଚିପି ହତ୍ୟା କଲା ପ୍ରେମିକ। ପରେ ମୃତଦେହରେ ପଥର ବାନ୍ଧି ପୋଖରୀକୁ ଫିଙ୍ଗି ଦେଇଥିଲା। ଏପରି ଲୋମହର୍ଷଣକାରୀ ଘଟଣା ଯାଜପୁର ଜିଲ୍ଲାରେ ଘଟିଛି। ପୋଖରୀରୁ ମିଳିଥିବା କଂକାଳର ପରିଚୟ ଖୋଜିବାକୁ ଯାଇ ପୁଲିସ ଏପରି ତଥ୍ୟ ମିଳିଛି।

ପୂରା ଘଟଣା ଏମିତି। ଯାଜପୁର ସଦର ଥାନା ଅଞ୍ଚଳର ଜଣେ ଯୁବତୀ ପଦୀ (ଛଦ୍ମନାମ)ଙ୍କୁ ମିରଚାନନ୍ଦପୁର ଗାଁର ଅରୁଣ ଜେନା ଭଲ ପାଉଥିଲା। ପଦୀ ମଧ୍ୟ ଅରୁଣଙ୍କୁ ବହୁ ଭଲ ପାଉଥିଲେ। ଏହାର ସୁଯୋଗ ନେଇ ଅରୁଣ ତାଙ୍କ ସହିତ ଏକାଧିକ ବାର ଶାରୀରିକ ସମ୍ପର୍କ ରଖିଥିଲା।

ତେବେ ଗତ ଜାନୁଆରୀ ୨୩ ତାରିଖରେ ପଦୀ ବାହା ହେବାକୁ ଜିଦ୍‌ ଧରିଥିଲେ। ଅରୁଣ ବିବାହିତ ହୋଇଥିବାରୁ ବାହା ହେବା ପାଇଁ ରୋକଠୋକ୍‌ ମନା କରିଦେଇଥିଲା। ମାତ୍ର ପଦୀ ନିଜ ଜିଦ୍‌ରେ ଅଟଳ ରହିଥିଲେ। ଯାହାକୁ ନେଇ ଅଡୁଆରେ ପଡ଼ି ଯାଇଥିଲା ଅରୁଣ। ଆଉ ତା’ପରେ ପଦୀକୁ ରାସ୍ତାରୁ ହଟାଇବା ପାଇଁ ଷଡଯନ୍ତ୍ର କରିଥିଲା। ଯୋଜନାବଦ୍ଧ ଭାବେ ପଦୀକୁ ପଞ୍ଚାୟତ ଅଫିସ୍‌ ନିକଟକୁ ଡାକିଥିଲା। ପଦୀ ସେଠାକୁ ଆସିବା ପରେ ଅରୁଣ ତାଙ୍କ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପଦୀକୁ ହତ୍ୟା କରିବା ପରେ ମୃତଦେହରେ ପଥର ବାନ୍ଧି ପୋଖରୀକୁ ଫିଙ୍ଗି ଦେଇଥିଲା। ପରେ ଅରୁଣ ହାଇଦ୍ରାବାଦ ପଳାଇ ଯାଇଥିଲା।

ସେପଟେ ଝିଅ ନିଖୋଜ ନେଇ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ମାତ୍ର ପଦୀର ପତ୍ତା ପାଇନଥିଲା ପୁଲିସ। ତେବେ ଖରା ଯୋଗୁ କପିଳେଶ୍ୱର ପୋଖରୀଟି ଶୁଖି ଯାଇଥିଲା। ପୋଖରୀ ଶୁଖି ଗଲା ପରେ କାଦୁଅରେ କଙ୍କାଳ ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ଏନେଇ ସଦର ଥାନାକୁ ଖବର ଦେଇଥିଲେ। ଗତ ୮ ତାରିଖ ପୁଲିସ କଙ୍କାଳ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଜବତ ହୋଇଥିବା କଙ୍କାଳ ପୁରୁଷ ନା ନାରୀର ଜାଣିବା ପାଇଁ ଫୋରେନ୍‌ସିକ ବିଭାଗକୁ ପଠାଇଥିଲା। ରିପୋର୍ଟରେ କଙ୍କାଳଟି ନାରୀର ବୋଲି ଜଣାପଡ଼ିଥିଲା। ଏହା ପରେ ପୁଲିସ ପୋଖରୀରୁ ଗୋଟିଏ ଓଢ଼ଣୀ ଜବତ କରିଥିଲା।

ପୋଖରୀରୁ ଜବତ ହୋଇଥିବା ଓଢ଼ଣୀର ଖିଅ ଖୋଜି ପୁଲିସ ପଦୀ ପାଖରେ ପହଞ୍ଚିଥିଲା। ତା’ପରେ ପଦୀର ପ୍ରେମ କାହାଣୀ ସମ୍ପର୍କରେ ପୁଲିସ ଜାଣିବାକୁ ପାଇଥିଲା। ପୁଲିସ ସେହି ତଥ୍ୟ ଆଧାରରେ ଅରୁଣକୁ ଧରିବା ପାଇଁ ଉଦ୍ୟମ କରିଥିଲା। ଗତକାଲି ଯାଜପୁରରୁ ଏକ ଟିମ୍‌ ହାଇଦ୍ରାବାଦ ଯାଇ ଅରୁଣ ଗିରଫ କରି ଓଡ଼ିଶା ଆଣିଛି। ଜେରା ପରେ ଅରୁଣ ହତ୍ୟା କରିଥିବା ସ୍ୱୀକାର କରିଛି। ଆଜି ପୁଲିସ ଅରୁଣକୁ ଧରି ଘଟଣା ସ୍ଥଳରେ ସିନ୍‌ ରିକ୍ରିସନ୍‌ କରିଛି।

Related story