ଧୋକାବାଜ୍‌ ପ୍ରେମିକ: ବାହା ହେବା ପାଇଁ ଡାକି ଅଧା ରାସ୍ତାରେ ଦୁଷ୍କର୍ମ କରି ଚମ୍ପଟ ମାରିଲା!

ବିନିକା(ଦିଲ୍ଲୀପ ସାହୁ): ଧୋକାବାଜ ପ୍ରେମିକ! ବାହା ହେବା ପାଇଁ ଡାକି ଅଧା ରାସ୍ତାରେ ଦୁଷ୍କର୍ମ କରି ଚମ୍ପଟ ମାରିଲା! ଶେଷରେ କିଛି ଉପାୟ ନପାଇ କାନ୍ଦି କାନ୍ଦି ଘରକୁ ଫେରିଲେ ପ୍ରେମିକା। ଏପରି ଘଟଣା ସୁବର୍ଣ୍ଣପୁର ଜିଲ୍ଲାରେ ଘଟିଛି। ପୀଡ଼ିତାଙ୍କ ପରିବାର ଲୋକଙ୍କ ଅଭିଯୋଗକ୍ରମେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଡୁଙ୍ଗୁରିପାଲି ଥାନା ଲଛିପୁର ଫାଣ୍ଡି ଅଞ୍ଚଳର ଗେଡ଼ି(ଛଦ୍ମନାମ)ଙ୍କୁ ସୁଶାନ୍ତ ମେହେର ଦୀର୍ଘ ୩ ବର୍ଷ ଧରି ଭଲ ପାଉଥିଲେ। ଗେଡି […]

Binika

  • Published: Saturday, 30 July 2022
  • , Updated: 30 July 2022, 04:41 PM IST

ବିନିକା(ଦିଲ୍ଲୀପ ସାହୁ): ଧୋକାବାଜ ପ୍ରେମିକ! ବାହା ହେବା ପାଇଁ ଡାକି ଅଧା ରାସ୍ତାରେ ଦୁଷ୍କର୍ମ କରି ଚମ୍ପଟ ମାରିଲା! ଶେଷରେ କିଛି ଉପାୟ ନପାଇ କାନ୍ଦି କାନ୍ଦି ଘରକୁ ଫେରିଲେ ପ୍ରେମିକା। ଏପରି ଘଟଣା ସୁବର୍ଣ୍ଣପୁର ଜିଲ୍ଲାରେ ଘଟିଛି। ପୀଡ଼ିତାଙ୍କ ପରିବାର ଲୋକଙ୍କ ଅଭିଯୋଗକ୍ରମେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଡୁଙ୍ଗୁରିପାଲି ଥାନା ଲଛିପୁର ଫାଣ୍ଡି ଅଞ୍ଚଳର ଗେଡ଼ି(ଛଦ୍ମନାମ)ଙ୍କୁ ସୁଶାନ୍ତ ମେହେର ଦୀର୍ଘ ୩ ବର୍ଷ ଧରି ଭଲ ପାଉଥିଲେ। ଗେଡି ମଧ୍ୟ ତାଙ୍କୁ ବହୁ ଭଲ ପାଉଥିଲେ। ତେବେ ଗତ ୨୪ ତାରିଖରେ ବାହା ହେବାର ପ୍ରତିଶ୍ରୁତି ଦେଇ ଗେଡିକୁ ସୁଶାନ୍ତ ଡାକିଥିଲା! ପ୍ରେମିକଙ୍କ କଥାରେ ରାଜି ହୋଇ ପ୍ରେମିକା ଧାଇଁ ଯାଇଥିଲେ। ଉଭୟ ଗାଁରୁ ଚମ୍ପଟ ମାରୁଥିଲେ। ତେବେ ନିଟାଟିଆ ରାସ୍ତା ଦେଖି ସୁଶାନ୍ତ ଅଟକିଥିଲେ। ପରେ ଗେଡିଙ୍କୁ ସୁଶାନ୍ତ ଦୁଷ୍କର୍ମ କରି ସେହି ସ୍ଥାନରେ ଛାଡ଼ି ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି।

ଗେଡ଼ି ଘରକୁ ଫେରି ସବୁ ଘଟଣା ପରିବାର ଲୋକଙ୍କୁ କହିଥିଲେ। ପରିବାର ଲୋକେ ଶୁକ୍ରବାର ଏନେଇ ଲଛିପୁର ଫାଣ୍ଡିରେ ଅଭିଯୋଗ ହୋଇଥିଲେ। ଅଭିଯୋଗକୁ ଭିତ୍ତିକରି ବିନିକା ଥାନା ପୁଲିସ ଆଜି ନାବାଳିକାଙ୍କ 161 ବୟାନ ରେକର୍ଡ କରିଛି। ପରେ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଙ୍କର ମେଡିକାଲ ଚେକ୍‌ଅପ୍‌ କରିଛି ପୁଲିସ୍‌।

ଅନ୍ୟପକ୍ଷରେ ଅଭିଯୁକ୍ତ ସୁଶାନ୍ତ ଏବେ ଫେରାର ଅଛି। ପୁଲିସ ତାକୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଡୁଙ୍ଗୁରିପାଲି ଆଇଆଇସି ସତ୍ୟନାରାୟଣ ପଧାନଙ୍କ କହିବା ଅନୁସାରେ ଗତ ତିନି ବର୍ଷ ଧରି ନାବାଳିକା ଓ ସୁଶାନ୍ତଙ୍କ ଭିତରେ ପ୍ରେମ ସମ୍ପର୍କ ଥିଲା।

Related story