ଧମକାଇ କହିଲେ କିସ୍‌ କର, ଭାଇରାଲ୍‌ କରିଦେଲେ ଭିଡିଓ !

ଆନନ୍ଦପୁର(ମୁନା ସିଂ): “ଏଇ ଚାନ୍ସ ଆଉ ପାଇବୁନି। ଯାହା କରିବା କଥା କର। ଆମେ କିଛି କରିବୁନି, ଯାହା କରିବୁ ତୁ, ମଜା ବି ନବୁ ତୁ।” ଜଙ୍ଗଲ ଘେରା ପରିବେଶରେ ଦୁଇ ପ୍ରେମୀଯୁଗଳଙ୍କୁ ଏମିତି କିଛି କହୁଥାନ୍ତି ଏକାଧିକ ଯୁବକ। ବ୍ଲାକମେଲ୍‌ କରିବା ଉଦ୍ଦେଶ୍ୟରେ ସେମାନେ ଏପରି କହୁଥା’ନ୍ତି। ପ୍ରେମୀଯୁଗଳ ତାଙ୍କ କଥାରେ ରାଜି ନ ହେବାରୁ ଜୋର୍‌ କରି ଉଭୟଙ୍କୁ ଚୁମ୍ବନ କରିବାକୁ ତଥା କିଛି ଆପତ୍ତିଜନକ ଅବସ୍ଥାରେ ରହିବାକୁ ବାରମ୍ବାର କହୁଥା’ନ୍ତି ଯୁବକମାନେ। […]

b7

Rakesh Mallick
  • Published: Tuesday, 24 July 2018
  • , Updated: 24 July 2018, 10:02 PM IST

ଆନନ୍ଦପୁର(ମୁନା ସିଂ): “ଏଇ ଚାନ୍ସ ଆଉ ପାଇବୁନି। ଯାହା କରିବା କଥା କର। ଆମେ କିଛି କରିବୁନି, ଯାହା କରିବୁ ତୁ, ମଜା ବି ନବୁ ତୁ।”

ଜଙ୍ଗଲ ଘେରା ପରିବେଶରେ ଦୁଇ ପ୍ରେମୀଯୁଗଳଙ୍କୁ ଏମିତି କିଛି କହୁଥାନ୍ତି ଏକାଧିକ ଯୁବକ। ବ୍ଲାକମେଲ୍‌ କରିବା ଉଦ୍ଦେଶ୍ୟରେ ସେମାନେ ଏପରି କହୁଥା’ନ୍ତି। ପ୍ରେମୀଯୁଗଳ ତାଙ୍କ କଥାରେ ରାଜି ନ ହେବାରୁ ଜୋର୍‌ କରି ଉଭୟଙ୍କୁ ଚୁମ୍ବନ କରିବାକୁ ତଥା କିଛି ଆପତ୍ତିଜନକ ଅବସ୍ଥାରେ ରହିବାକୁ ବାରମ୍ବାର କହୁଥା’ନ୍ତି ଯୁବକମାନେ। ଆଉ ଭୋ ଭୋ ହୋଇ କାନ୍ଦୁଥାନ୍ତି ନାବାଳିକା ଜଣକ। ଏମିତି ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। କେନ୍ଦୁଝର ଜିଲା ଆନନ୍ଦପୁର ଅଞ୍ଚଳରେ ରେକର୍ଡିଂ ହୋଇଥିବା ଏହି ଘଟଣାକୁ ନେଇ ଏବେ ପୁଲିସ ତନାଘନା ଆରମ୍ଭ କରିଛି।

ଆନନ୍ଦପୁର ନିକଟବର୍ତ୍ତୀ ଏକ ପୁରାତନ ପର୍ଯ୍ୟଟନସ୍ଥଳୀକୁ ଆସିଥିବା ଏହି ପ୍ରେମୀଯୁଗଳ ଯୁବକମାନଙ୍କ ଅକ୍ରୋଶର ଶିକାର ହୋଇଛନ୍ତି।  ଉଭୟଙ୍କ ଭିଡିଓ ସୁଟିଂ ପରେ ଏହା ମୋବାଇଲରୁ  ମୋବାଇଲକୁ ଘୂରି ବୁଲୁଛି । ଯୁବତୀଜଣଙ୍କ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ଯୁବକ ଜଣଙ୍କ ମୟୂରଭଞ୍ଜ ଜିଲ୍ଲା ଅଞ୍ଚଳର ବୋଲି ସୂଚନା ମିଳିଛି । ଏନେଇ ଅଧିକ ତଦନ୍ତ ଜାରି ରଖିଛି ଆନନ୍ଦପୁର ପୁଲିସ କହିଛି। ଉକ୍ତ ଭିଡିଓରେ ଦୁର୍ବୃତ୍ତ ଯୁବକଙ୍କ ମଧ୍ୟରୁ ଜଣଙ୍କ ଫଟୋ ରହିଥିବାରୁ ଏହାକୁ ଆଧାର କରି ପୁଲିସ ଅଭିଯୁକ୍ତଙ୍କୁ ଖୁବ୍‌ ଶୀଘ୍ର ଗିରଫ କରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛି।

Related story