ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ଭଦ୍ରକ(ଓଡ଼ିଶା ରିପୋର୍ଟର): ବିଜେଡି ଆଇନଜୀବୀ ସାମ୍ମୁଖ୍ୟ ପକ୍ଷରୁ ଭଦ୍ରକରେ ଆୟୋଜିତ ଆଇନଜୀବୀ ଦିବସ ପାଳନ ସମୟରେ ଦଳର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କୁ ସଭାସ୍ଥଳକୁ ନିଆଯିବା ସମୟରେ ଘଟିଛି ଏହି ଘଟଣା। ଭଦ୍ରକ ଜିଲ୍ଲା ବିଜେଡି ଉପସଭାପତି ଅସିତ ପଟ୍ଟନାୟକଙ୍କ ସମର୍ଥକମାନେ ସ୍ଥାନୀୟ ଯୁବ ବିଜେଡି ସଭାପତି ଦୁର୍ଗା ଦାସ ଏବଂ ଛାତ୍ର ବିଜେଡି ସଭାପତି ତଥାଗତ ସାମଲଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।</p> <p><a href="">(image) </a>କାହିଁକି ଏଭଳି ଆକ୍ରମଣ କରାଗଲା ସେନେଇ କାରଣ ସ୍ପଷ୍ଟ ହୋଇନଥିବାବେଳେ ଦଳୀୟ କନ୍ଦଳ ବୋଲି ଚର୍ଚ୍ଚା ହେଉଛି। ଏନେଇ ମନ୍ତ୍ରୀ ପ୍ରତାପ ଜେନା କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ।</p> <p>https://www.youtube.com/watch?v=u7SF9am1ozg</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।