Advertisment

ବଙ୍ଗୋପସାଗରରେ ସୃଷ୍ଟି ହେଉଛି ଘୂର୍ଣ୍ଣିବଳୟ, ୧୫ ପରେ ବର୍ଷିବ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାଷୀ ଭାଇଙ୍କ ପାଇଁ ଖୁସି ଖବର। ଅଗଷ୍ଟ ୧୫ ତାରିଖ ପରେ ବଙ୍ଗୋପସାଗରେ ସୃଷ୍ଟି ହେଉଛି ଏକ ଘୂର୍ଣ୍ଣିବଳୟ। ଏହା ଧୀରେ ଧୀରେ ଲଘୁଚାପରେ ପରିଣତ ହେବ। ତାହାର ପ୍ରଭାବରେ ୧୫ ତାରିଖ ପରେ ବର୍ଷାର ପରିମାଣ ବଢ଼ିବାର ସମ୍ଭାବନା ରହିଛି। ଅଗଷ୍ଟ ୧୬ ତାରିଖ ପରଠାରୁ ଲଘୁଚାପ ଜନିତ ବର୍ଷା ହେଲେ ବହୁ ମାତ୍ରାରେ ନିଅଣ୍ଟିଆ ବର୍ଷାକୁ ଭରଣା କରିପାରିବ ବୋଲି ସୂଚନା ଦେଇଛନ୍ତି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ଏହାପରେ ସେପ୍ଟେମ୍ୱର […]

ଅଦ୍ୟତନ ହୋଇଛି
ଆସନ୍ତା ୧୨ ଘଣ୍ଟାରେ ଲଘୁଚାପ କ୍ଷେତ୍ର, ଆହୁରି ୫ ଦିନ ଛେଚିବ!

rain

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାଷୀ ଭାଇଙ୍କ ପାଇଁ ଖୁସି ଖବର। ଅଗଷ୍ଟ ୧୫ ତାରିଖ ପରେ ବଙ୍ଗୋପସାଗରେ ସୃଷ୍ଟି ହେଉଛି ଏକ ଘୂର୍ଣ୍ଣିବଳୟ। ଏହା ଧୀରେ ଧୀରେ ଲଘୁଚାପରେ ପରିଣତ ହେବ। ତାହାର ପ୍ରଭାବରେ ୧୫ ତାରିଖ ପରେ ବର୍ଷାର ପରିମାଣ ବଢ଼ିବାର ସମ୍ଭାବନା ରହିଛି। ଅଗଷ୍ଟ ୧୬ ତାରିଖ ପରଠାରୁ ଲଘୁଚାପ ଜନିତ ବର୍ଷା ହେଲେ ବହୁ ମାତ୍ରାରେ ନିଅଣ୍ଟିଆ ବର୍ଷାକୁ ଭରଣା କରିପାରିବ ବୋଲି ସୂଚନା ଦେଇଛନ୍ତି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ଏହାପରେ ସେପ୍ଟେମ୍ୱର ମାସରେ ପୁଣି ଲଘୁଚାପ ଜନିତ ବର୍ଷା ହୋଇପାରେ ବୋଲି ସେ କହିଛନ୍ତି।

Advertisment

ଶ୍ରୀ ମହାପାତ୍ରଙ୍କ କହିବା କଥା, ବଙ୍ଗୋପସାଗରରେ ଲଗୁଚାପ ସୃଷ୍ଟି ହେଲେ ଓଡ଼ିଶାରେ ବର୍ଷା ହୋଇଥାଏ। ମାତ୍ର ଅଗଷ୍ଟ ମାସରେ କୌଣସି ଲଘୁଚାପ ସୃଷ୍ଟି ହେଲା ନାହିଁ। ଯେଉଁଥିପାଇଁ ନିଅଣ୍ଟିଆ ବର୍ଷା ହୋଇଛି। ତେବେ ବର୍ତ୍ତମାନ ଯାହା ଜଣାପଡ଼ୁଛି ଆସନ୍ତା ୧୫ ତାରିଖ ଯାଏଁ ଏଭଳି ନିଅଣ୍ଟିଆ ବର୍ଷା ଲାଗି ରହିବ। ଅଳ୍ପ କେତେକ ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ। କିନ୍ତୁ ସକ୍ରିୟ ମୌସୁମୀ ବର୍ଷା ୧୫ ତାରିଖ ପରେ ହେବ ବୋଲି ଜଣାପଡ଼ୁଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ଶ୍ରୀ ମହାପାତ୍ର ଆହୁରି କହିଛନ୍ତି-“ଓଡ଼ିଶାରେ ଏବର୍ଷ ମୌସୁମୀ ସକ୍ରିୟ ନାହିଁ। ଜୁନ୍‌ ପ୍ରଥମରୁ ଅଗଷ୍ଟ ୧୨ ଭିତରେ ୨୪ ଜିଲ୍ଲାରେ କମ୍‌ ବର୍ଷା ହୋଇଥିବା ରେକର୍ଡ଼ କରାଯାଇଛି। ମାତ୍ର ୬ଟି ଜିଲ୍ଲା ତଥା- କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ନୂଆପଡ଼ା ଓ କୋରାପୁଟ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି। ଉତ୍ତର ଓଡ଼ିଶାର ଭଦ୍ରକ, ଯାଜପୁର, କେନ୍ଦୁଝର ବେଶୀ ନିଅଣ୍ଟିଆ ବର୍ଷା ରେକର୍ଡ଼ କରାଯାଇଛି। ସେହିପରି ଦକ୍ଷିଣ ଆଭ୍ୟନ୍ତରିଣ ଓଡ଼ିଶାରେ ବଲାଙ୍ଗିର, କଳାହାଣ୍ଡି, ନବରଙ୍ଗପୁର ପ୍ରମୁଖ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ଼ କରାଯାଇଛି। କିନ୍ତୁ ୧ରୁ ୧୨ ଅଗଷ୍ଟ ଭିତରେ ଗଞ୍ଜାମ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲ୍ଲାରେ ସାଧାରଣ ବର୍ଷାଠାରୁ ୨୦ରୁ ୫୯% କମ୍‌ ବର୍ଷା ରେକର୍ଡ଼ କରାଯାଇଛି। ତେବେ ବାକି ଜିଲ୍ଲା ଗୁଡ଼ିକରେ ସାଧାରଣ ବର୍ଷା ଠାରୁ ୬୦%ରୁ କମ୍‌ ବର୍ଷା ହୋଇଛି। ଅର୍ଥାତ ସମଗ୍ର ଓଡ଼ିଶାରେ ନିଅଣ୍ଟିଆ ବର୍ଷା ରେକର୍ଡ଼ କରାଯାଇଛି। ବିଶେଷତ୍ୱ ଅଗଷ୍ଟ ୧ରୁ ୧୨ ଭିତରେ ଓଡ଼ିଶାରେ ବେଶୀ ବର୍ଷା ହେବା କଥା। ସେହି ସମୟରେ କମ୍‌ ବର୍ଷା ରେକର୍ଡ଼ କରାଯାଇଛି।”

Advertisment

ସୂଚନାରୁ ପ୍ରକାଶ, ଚଳିତବର୍ଷ ରାଜ୍ୟରେ ବହୁତ କମ୍‌ ବର୍ଷା ହୋଇଛି। ଯେଉଁଥିପାଇଁ ଚାଷ ଜମି ଶୁଖିଯିବାକୁ ବସିଲାଣି। କେତେକ ସ୍ଥାନରେ ଧାନ ଗଛ ମରିବାକୁ ବସିଲାଣି। ଯାହାକୁ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି ଚାଷୀ।

Heavy Rain Weather Report
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe