ପିଲାଙ୍କ ପାଇଁ ଆସୁଛି ପୋକ ସାଲୁବାଲୁ ଛତୁଆ

ପଟ୍ଟାମୁଣ୍ଡାଇ(ପ୍ରବୀର ନାୟକ): ଛୋଟ ଛୋଟ ପିଲା ତଥା ଗର୍ଭବତୀ ମହିଳାଙ୍କୁ ଅପପୁଷ୍ଟିରୁ ରକ୍ଷା କରିବାକୁ ସରକାର ପ୍ରଣୟନ କରୁଛନ୍ତି ବହୁ ଯୋଜନା । ଅଙ୍ଗନୱାଡି କେନ୍ଦ୍ର ଜରିଆରେ ମାଗଣା ଛତୁଆ ବଣ୍ଟନ କରାଯାଉଛି। ହେଲେ ସେଥିରେ ବି ହେଉଛି ଘୋଟାଲା। ଛତୁଆ ପ୍ୟାକେଟରେ ସାଲୁବାଲୁ ହେଉଛି ପୋକ । ଜିଅନ୍ତା ସହ ମଲା ପୋକ ବି ପ୍ୟାକେଟରୁ ବାହାରୁଛନ୍ତି। ଏକ୍ସପାରି ଡେଟ ଚାଲିଯିବା ସତ୍ତ୍ୱେ ଛତୁଆ ବଣ୍ଟନ ହେଉଥିବା ଅଭିଯୋଗ ହେଉଛି। ଏପରି ଛତୁଆ ପିଲା ତଥା […]

chhatua

Niharika Rout
  • Published: Thursday, 14 July 2022
  • , Updated: 14 July 2022, 04:56 PM IST

ପଟ୍ଟାମୁଣ୍ଡାଇ(ପ୍ରବୀର ନାୟକ): ଛୋଟ ଛୋଟ ପିଲା ତଥା ଗର୍ଭବତୀ ମହିଳାଙ୍କୁ ଅପପୁଷ୍ଟିରୁ ରକ୍ଷା କରିବାକୁ ସରକାର ପ୍ରଣୟନ କରୁଛନ୍ତି ବହୁ ଯୋଜନା । ଅଙ୍ଗନୱାଡି କେନ୍ଦ୍ର ଜରିଆରେ ମାଗଣା ଛତୁଆ ବଣ୍ଟନ କରାଯାଉଛି। ହେଲେ ସେଥିରେ ବି ହେଉଛି ଘୋଟାଲା। ଛତୁଆ ପ୍ୟାକେଟରେ ସାଲୁବାଲୁ ହେଉଛି ପୋକ । ଜିଅନ୍ତା ସହ ମଲା ପୋକ ବି ପ୍ୟାକେଟରୁ ବାହାରୁଛନ୍ତି। ଏକ୍ସପାରି ଡେଟ ଚାଲିଯିବା ସତ୍ତ୍ୱେ ଛତୁଆ ବଣ୍ଟନ ହେଉଥିବା ଅଭିଯୋଗ ହେଉଛି। ଏପରି ଛତୁଆ ପିଲା ତଥା ଗର୍ଭବତୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିବ ବୋଲି ଅଭିଯୋଗ ହେଉଛି । ଏପରି ଘଟଣା କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକରେ  ଦେଖିବାକୁ ମିଳିଛି ଏପରି ଘଟଣା। ଏହି ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକରେ ମା’ ବୁଢୀ ମଙ୍ଗଳା ସ୍ୱୟଂ ସହାୟିକା ଗୋଷ୍ଠୀ ଛତୁଆ ବଣ୍ଟନ କରିଥାଏ । ଏହି ସଙ୍ଗଠନ ପକ୍ଷରୁ ବ୍ଲକର ପ୍ରାୟ ୨୧ଟି ପଞ୍ଚାୟତରେ ନିମ୍ନମାନର ଛତୁଆ ବଣ୍ଟନ କରାଯାଇଛି।

[caption id="attachment_749005" align="aligncenter" width="650"] ଗାଈକୁ ଛତୁଆ ଦେଉଛନ୍ତି ଜଣେ ମହିଳା ।[/caption]

ପ୍ୟାକେଟରେ ସ୍ପଷ୍ଟ ଭାବେ ଲେଖାଯାଇଛି, ଖାଦ୍ୟ ତିଆରି ହେବାର ମାସେ ଭିତରେ ଖାଦ୍ୟ ବ୍ୟବହାର ଦରକାର। କିନ୍ତୁ ଏଠି ଖାଦ୍ୟ ବଣ୍ଟା ହେବା ବେଳକୁ କେତେ ମାସ ବିତି ସାରିଲାଣି ତାହାର ହିସାବ କାହା ପାଖରେ ନାହିଁ । ଏମିତିକି ପ୍ୟାକେଟ୍ ଉପରେ ୨ ପରସ୍ତ ଜରି ସିଲ୍‌ କରାଯାଇଥିବା ବେଳେ ପେନ୍‌ରେ ପ୍ରସ୍ତୁତି ତାରିଖ ଲେଖାଯାଇଛି । ଏପରିକି ପ୍ୟାକେଟ୍‌ରେ ପ୍ରଥମେ ଏପ୍ରିଲ ମାସ ଓ ପରେ ଜୁନ୍ ବୋଲି ଲେଖାଅଛି । ଛତୁଆ ପ୍ୟାକେଟ ଖୋଲିଲେ ସେଥିରେ ପୋକ ବାହାରୁଥିବା ବେଳେ ତାହା ଖାଇବା ଉପଯୋଗୀ ନୁହେଁ ବୋଲି କହିଛନ୍ତି ଗ୍ରାମବାସୀ। ଏପରି ଛତୁଆ ଖାଇ ରୋଗକୁ ଡାକିବା ଅପେକ୍ଷା ଲୋକେ ତାହାକୁ ତାହାକୁ ଗାଈ ଗୋରୁଙ୍କୁ ଦେଇ ଦେଉଥିବା ଦେଖିବାକୁ ମିଳିଛି  । ସରକାର ଏପରି ନିମ୍ନମାନର ଜିନିଷ ମାଗଣାରେ ଦେବା କିଛି ମୂଲ୍ୟ ନାହିଁ ବୋଲି କହିଛନ୍ତି ହିତାଧିକାରୀ।

ସ୍ଥାନୀୟ ସୁପରଭାଇଜର କିଛି ପ୍ୟାକେଟରେ ପୋକ ବାହାରିଥିବା ଘଟଣାକୁ ସ୍ୱୀକାର କରିଛନ୍ତି । ଏନେଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିବା ସେ କହିଛନ୍ତି ।  ଜିଲ୍ଲାପାଳ କହିଛନ୍ତି, ଘଟଣାର ତଦନ୍ତ କରାଯିବ । ଏଥିରେ ଅପମିଶ୍ରମ ହେଉଥିଲେ କିମ୍ବା ନିମ୍ନମାନର ଛତୁଆ ଦିଆଯାଉଥିଲେ ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଛୋଟ ଛୋଟ ପିଲା କିପରି ଅପପୁଷ୍ଟିର ଶିକାର ନହେବେ ସେନେଇ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବେଳେ କିଛି ଅସାଧୁ କର୍ମଚାରୀ ଓ ବେପରୁଆ ସଂସ୍ଥାଙ୍କ ପାଇଁ ଶିଶୁଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଉଛି ।

Related story