ଲୋୟର ସୁକତେଲ ପ୍ରକଳ୍ପ: ବିସ୍ଥାପିତଙ୍କ ଆନ୍ଦୋଳନ ସଜବାଜ, ପ୍ରକଳ୍ପ କାମକୁ ବିରୋଧୀ ଦଳ ନେତାଙ୍କ ସମର୍ଥନ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାର ଜୀବନ ରେଖା କୁହାଯାଉଥିବା ଲୋୟର ସୁକତେଲ୍ ଜଳସେଚନ ପ୍ରକଳ୍ପର କାମ ଜୋରସୋରରେ ଚାଲିଛି। କ୍ଷତିପୂରଣକୁ ନେଇ ବିସ୍ଥାପିତମାନେ ଆନ୍ଦୋଳନ ଚଳାଇଛନ୍ତି। ୨୦୧୩ ଭୂମି ଅଧିଗ୍ରହଣ ନୀତି ଅନୁସାରେ କ୍ଷତିପୂରଣ ଦାବି କରି ବିସ୍ଥାପିତମାନେ ପୁଣି ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ ହେଉଛନ୍ତି। ଏହାକୁ ନେଇ ଆସନ୍ତା ୨୭ ଓ ୨୮ ତାରିଖରେ ଜିଲ୍ଲାପାଳ ଓ ପ୍ରକଳ୍ପ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରା କରିବାକୁ ବଲାଙ୍ଗିର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି। ଅନ୍ୟପକ୍ଷେ ବିରୋଧୀ ଦଳ […]

narasingh mishra

Rakesh Mallick
  • Published: Sunday, 22 November 2015
  • , Updated: 22 November 2015, 05:56 PM IST

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାର ଜୀବନ ରେଖା କୁହାଯାଉଥିବା ଲୋୟର ସୁକତେଲ୍ ଜଳସେଚନ ପ୍ରକଳ୍ପର କାମ ଜୋରସୋରରେ ଚାଲିଛି। କ୍ଷତିପୂରଣକୁ ନେଇ ବିସ୍ଥାପିତମାନେ ଆନ୍ଦୋଳନ ଚଳାଇଛନ୍ତି। ୨୦୧୩ ଭୂମି ଅଧିଗ୍ରହଣ ନୀତି ଅନୁସାରେ କ୍ଷତିପୂରଣ ଦାବି କରି ବିସ୍ଥାପିତମାନେ ପୁଣି ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ ହେଉଛନ୍ତି। ଏହାକୁ ନେଇ ଆସନ୍ତା ୨୭ ଓ ୨୮ ତାରିଖରେ ଜିଲ୍ଲାପାଳ ଓ ପ୍ରକଳ୍ପ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରା କରିବାକୁ ବଲାଙ୍ଗିର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି। ଅନ୍ୟପକ୍ଷେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ପ୍ରକଳ୍ପର ସମୀକ୍ଷା କରି ଲୋୟର ସୁକତେଲ୍ ପ୍ରକଳ୍ପ ନିର୍ମାଣକୁ ସମର୍ଥନ ଜଣାଇଛନ୍ତି। ୨୦୧୩ ପଲିସି ଲାଗୁ ପାଇଁ ସରକାର ନିଷ୍ପତ୍ତି ନେଇ ସାରିଛନ୍ତି, ଶୀଘ୍ର ଏହା କାର୍ଯ୍ୟକାରୀ ହେବ ବୋଲି ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀମାନେ କହିଛନ୍ତି।

ପ୍ରକଳ୍ପ ନିର୍ମାଣରେ ଦୁଇଟି ସମସ୍ୟା ଥିଲା କେନ୍ଦ୍ର ସରକାର ଜଳସେଚନ ପ୍ରକଳ୍ପ ଲାଗି ଅନୁଦାନ ବନ୍ଦ କରିଦେବା ଓ ୨୦୧୩ ପଲିସିରେ ବିସ୍ଥାପିତଙ୍କୁ କ୍ଷତିପୂରଣ ଦିଆଯିବା। ରାଜ୍ୟ ସରକାର ଏହି ଦୁଇ ସମସ୍ୟାର ସମାଧାନ ପାଇଁ ନିଷ୍ପତ୍ତି ନେଇ ସାରିଥିବାରୁ ଏବେ ପ୍ରକଳ୍ପ କାମ କେହି ରୋକି ପାରିବେ ନାହିଁ ବୋଲି ସମୀକ୍ଷା ପରେ ସାମ୍ୱାଦିକ ସମ୍ମିଳନୀରେ ବିରୋଧୀ ଦଳ ନେତା ମିଶ୍ର କହିଛନ୍ତି। ସକରାତ୍ମକ ମନୋଭାବ ରଖି ପ୍ରକଳ୍ପ କାମ ଆଗେଇ ନେବା ପାଇଁ ସମସ୍ତେ ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଛନ୍ତି।

ବିରୋଧ ଯୋଗୁଁ ଦୀର୍ଘଦିନ ପ୍ରକଳ୍ପ କାମ ଆରମ୍ଭ ହୋଇଥିଲା। ୨୦୧୩ ମାର୍ଚ୍ଚ ୮ ତାରିଖରେ କାମ ଆରମ୍ଭ ହୋଇଥିଲା। ମାତ୍ର ୨୦୧୩ ପଲିସିରେ ବିସ୍ଥାପିତଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି କରି ଗତ ଜାନୁୟାରୀ ୨୮ ତାରିଖରୁ ବିଭିନ୍ନ ସଂଗଠନ ଆନ୍ଦୋଳନକୁ ଓହ୍ଲାଇ ଥିଲେ। ୨୦୧୩ ପଲିସି ଲାଗୁ କରିବା ପାଇଁ ବିଚାର କରାଯିବ ବୋଲି ସରକାର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ମାତ୍ର ଏ ପର୍ଯ୍ୟନ୍ତ ସେ ଦିଗରେ ସରକାର ବିଚାର କରିନାହାନ୍ତି। ଏହାର ପ୍ରତିବାଦରେ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇବୁ ବୋଲି ବଲାଙ୍ଗିର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି।

Related story