ବଲାଙ୍ଗୀରରେ ଏଲପିଜି ବଟଲିଂ ଉଦ୍‌ଘାଟିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିପିସିଏଲର ଏକ ଏଲ୍‌ପିଜି ବଟଲିଂ ପ୍ଲାଂଟ ବଲାଙ୍ଗୀରଠାରେ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି । ଏଥିରେ ଆୟୋଜିତ ଏକ ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ ଏବଂ ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଅରୁଣ କୁମାର ସାହୁ, ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ଏବଂ ବଲାଙ୍ଗୀର ବିଧାୟକ ଶ୍ରୀ ନରସିଂହ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । […]

j-908

j-908

Tapas Behera
  • Published: Friday, 27 December 2019
  • Updated: 27 December 2019, 07:33 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିପିସିଏଲର ଏକ ଏଲ୍‌ପିଜି ବଟଲିଂ ପ୍ଲାଂଟ ବଲାଙ୍ଗୀରଠାରେ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି । ଏଥିରେ ଆୟୋଜିତ ଏକ ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ ଏବଂ ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଅରୁଣ କୁମାର ସାହୁ, ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ଏବଂ ବଲାଙ୍ଗୀର ବିଧାୟକ ଶ୍ରୀ ନରସିଂହ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟତଃ ଏହି ପ୍ଲାଂଟ ଉପରାଷ୍ଟ୍ରପତି ଶ୍ରୀ ଏମ ଭେଙ୍କୟା ନାଇଡୁଙ୍କ ଦ୍ୱାରା ସମର୍ପିତ ହେବାକୁ ଥିଲା । ମାତ୍ର ରାୟପୁରରେ ଆସି ପହଂଚିଥିଲେ ସୁଦ୍ଧା ଖରାପ ପାଗ ଯୋଗୁ ସେ ବଲାଙ୍ଗୀର ଆସି ପାରିନଥିଲେ । ଶ୍ରୀ ନାଇଡୁଙ୍କ ଏକ ଅଡିଓ ବାର୍ତା ସେଠାରେ ପ୍ରସାରିତ ହୋଇଥିଲା ।

ନିର୍ଦ୍ଧାରିତ ସମୟର ତିନି ମାସ ପୂର୍ବରୁ ମାତ୍ର ୧୯ ମାସ ମଧ୍ୟରେ ଏଲପିଜି ପ୍ଲାଂଟ କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିବାରୁ ଉପରାଷ୍ଟ୍ରପତି ବିପିସିଏଲକୁ ସାଧୁବାଦ ଜଣାଇଥିଲେ । ସେ କହିଥିଲେ ଯେ, ବଲାଙ୍ଗୀରରେ ଏହି ପ୍ଲାଂଟ ପ୍ରତିଷ୍ଠା ହେବା ଫଳରେ ସେ ଅଂଚଳର ଲୋକ କୌଣସି ଅସୁବିଧାର ସମ୍ମୁଖୀନ ନହୋଇ ଏବେ ଗ୍ୟାସ ସିଲିଣ୍ଡର ପାଇପାରିବେ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଥାୱର ଚାନ୍ଦ ଗେହଲଟ, ପାଟଣାଗଡର ତତ୍କାଳୀନ ବିଧାୟକ କନକବର୍ଦ୍ଧନ ସିଂହଦେଓଙ୍କ ଉପସ୍ଥିତିରେ ମେ ୨୧, ୨୦୧୮ ମସିହାରେ ଏହି ପ୍ଲାଂଟର ଭିତିପ୍ରସ୍ତର ସ୍ଥାପିତ ହୋଇଥିଲା । ୧୦୩ କୋଟି ଟଙ୍କା ବ୍ୟୟ ଅଟକଳରେ ରେକର୍ଡ ୧୯ ମାସ ମଧ୍ୟରେ ଏହି ପ୍ଲାଂଟର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା ।

କାର୍ଯ୍ୟକ୍ରମରେ ଜନତାଙ୍କୁ ଉଦବୋଧନ ଦେଇ ଧର୍ମେନ୍ଦ୍ର ପ୍ରଧାନ କହିଲେ ଯେ,୨୦୧୪ ମସିହା ସୁଦ୍ଧା ଦେଶରେ ଏଲପିଜି ଉପଭୋକ୍ତାଙ୍କ ସଂଖ୍ୟା ମାତ୍ର ୧୩ କୋଟି ୨୦ ଲକ୍ଷ ଥିବାବେଳେ ଏହା ଏବେ ୨୭ କୋଟିକୁ ଟପିଯାଇଛି । କେବଳ ଓଡ଼ିଶାରେ ଏହି ସଂଖ୍ୟା ୮୦ ଲକ୍ଷ ଟପିଛି । ଏହି ନୂତନ କାରଖାନା ଦ୍ୱାରା ପଶ୍ଚିମ ଓଡ଼ିଶାର ୧୪ଟି ଜିଲ୍ଲା ବିଶେଷ ଭାବେ ଉପକୃତ ହେବେ । ୧୫୦ରୁ ଊର୍ଦ୍ଧ୍ୱର ଟ୍ରକ ବିଭିନ୍ନ ଅଂଚଳରେ ଏଲପିଜି ସିଲିଣ୍ଡର ପରିବହନ କାର୍ଯ୍ୟରେ ନିୟୋଜିତ ହେବାକୁ ଥିବାବେଳେ କାରଖାନା ଯୋଗୁ ୫୦୦ ଲୋକ ପ୍ରତ୍ୟକ୍ଷ ଏବଂ ପରୋକ୍ଷ କର୍ମନିଯୁକ୍ତି ପାଇବେ ।

ଏହି କାରଖାନା ସେ ଅଂଚଳର ଆର୍ଥିକ ପ୍ରଗତିରେ ସହାୟକ ହେବ ବୋଲି ସେ କହିଥିଲେ । ବିପିସିଏଲର ଆଉ ଏକ ଏଲପିଜି ପ୍ଲାଂଟ ଖୋର୍ଦ୍ଧାଠାରେ ମଧ୍ୟ ରହିଛି । ତୈଳ ବିପଣନ କମ୍ପାନୀମାନଙ୍କର ଏଲପିଜି ବଟଲିଂ ପ୍ଲାଂଟ ବାଲେଶ୍ୱର, ଝାରସୁଗୁଡା, ଖୋର୍ଦ୍ଧା ଓ ଜଟଣୀଠାରେ ମଧ୍ୟ ରହିଛି । ତୈଳ ବିପଣନ କମ୍ପାନୀଗୁଡିକ ପକ୍ଷରୁ ଖୋର୍ଦ୍ଧା ଓ ରାୟଗଡାରେ ନୂତନ କାରଖାନା ସ୍ଥାପନ କରିବାର ଯୋଜନା ମଧ୍ୟ ରହିଛି । ଏହି ସବୁ ପ୍ଲାଂଟ କାର୍ଯ୍ୟକ୍ଷମ ହେଲେ ଓଡ଼ିଶାରେ ଏଲପିଜି ବଟଲିଂ ପ୍ଲାଂଟ ସଂଖ୍ୟା ୭କୁ ବୃଦ୍ଧି ପାଇବ । ଏହି ୭ଟି ପ୍ଲାଂଟର କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ସିଲିଣ୍ଡର ବଟଲିଂ କ୍ଷମତା ବାର୍ଷିକ ୪ କୋଟି ୬ ଲକ୍ଷକୁ ବୃଦ୍ଧି ପାଇବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story