ପ୍ରଚାର ବେଳେ ଲୁଲୁ ମହାପାତ୍ରଙ୍କ ପତ୍ନୀ ଓ ତାଙ୍କ ସମର୍ଥକଙ୍କୁ ଆକ୍ରମଣ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ବାଚନ ପ୍ରଚାର ପାଇଁ ଯାଉଥିବା ବେଳେ ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣଦେଓ ଗାଁରେ ସ୍ୱର୍ଗତ ଲଲାଟେନ୍ଦୁ (ଲୁଲୁ) ବିଦ୍ୟାଧର ମହାପାତ୍ରଙ୍କ ପତ୍ନୀଙ୍କ ଉପରକୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। କିଛି ବିଜେଡି କର୍ମୀ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି! ସୂଚନାରୁ ପ୍ରକାଶ, ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରେ ବିଜେପିରୁ ଲୁଲୁଙ୍କ ଭାଇ ଲଳିତେନ୍ଦୁ ନିର୍ବାଚନ ଲଢ଼ୁଛନ୍ତି। ତାଙ୍କ ପାଇଁ ଲୁଲୁଙ୍କ ପତ୍ନୀ ପ୍ରଚାର କରୁଛନ୍ତି। ଆଜି ସେ ସମର୍ଥକଙ୍କ ଗହଣରେ ପ୍ରଚାର ପାଇଁ […]

attack-in-puri

Manoranjan Sial
  • Published: Thursday, 18 April 2019
  • , Updated: 18 April 2019, 09:12 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ବାଚନ ପ୍ରଚାର ପାଇଁ ଯାଉଥିବା ବେଳେ ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣଦେଓ ଗାଁରେ ସ୍ୱର୍ଗତ ଲଲାଟେନ୍ଦୁ (ଲୁଲୁ) ବିଦ୍ୟାଧର ମହାପାତ୍ରଙ୍କ ପତ୍ନୀଙ୍କ ଉପରକୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। କିଛି ବିଜେଡି କର୍ମୀ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି!

ସୂଚନାରୁ ପ୍ରକାଶ, ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରେ ବିଜେପିରୁ ଲୁଲୁଙ୍କ ଭାଇ ଲଳିତେନ୍ଦୁ ନିର୍ବାଚନ ଲଢ଼ୁଛନ୍ତି। ତାଙ୍କ ପାଇଁ ଲୁଲୁଙ୍କ ପତ୍ନୀ ପ୍ରଚାର କରୁଛନ୍ତି। ଆଜି ସେ ସମର୍ଥକଙ୍କ ଗହଣରେ ପ୍ରଚାର ପାଇଁ ବଜ୍ରକୋଟରୁ ରାମଲେଙ୍କା ପଞ୍ଚାୟତକୁ ଯାଉଥିଲେ। ତେବେ ବ୍ରାହ୍ମଣଦେଓ ଗାଁ ନିକଟରେ କେତେକ ବିଜେଡି କର୍ମୀ ତାଙ୍କୁ ଅଟକାଇ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ବିଜୁ ଯୁବ ବାହିନୀ ସାହଯ୍ୟରେ କିଛି ବିଜେଡି କର୍ମୀ ପ୍ରଚାର ଗାଡ଼ିକୁ ଅଟକାଇଥିଲେ। ପରେ ଗାଡ଼ି ଉପରକୁ ଢେଲା ପଥର ମାଡ଼ କରିଥିଲେ। ଏପରିକି ସେମାନେ ବିଜେପି କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିବା ଅଭିଯୋଗ ହୋଇଛି।

ତେବେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।

Related story