କାଲି ଚନ୍ଦ୍ରଗ୍ରହଣ, ପଢନ୍ତୁ ଶ୍ରୀମନ୍ଦିର ଦେବନୀତିରେ କ’ଣ ହୋଇଛି ବିଶେଷ ବ୍ୟବସ୍ଥା

ଭୁବନେଶ୍ୱର:ଆସନ୍ତାକାଲି ମାଘ ପୂର୍ଣ୍ଣିମାରେ ପଡୁଛି ରାହୁଗ୍ରସ୍ତ ଚନ୍ଦ୍ରଗ୍ରହଣ।  ଏହା ସବୁଠାରୁ ଅଧିକ ସମୟ ଦୃଶ୍ୟମାନ ହେବ।  ଆସନ୍ତାକାଲି ଅପରାହ୍ନ ୫ଟା ୧୭ରେ  ଗ୍ରହଣ ସ୍ପର୍ଶ ହେବ।  ପରେ ରାତି ୮ଟା ୪୦ ମିନିଟ୍‌ରେ ସର୍ବମୋକ୍ଷ ହେବ।  ଏଥିପାଇଁ କାଲି ସକାଳ ୬ଟା ୨୫ରୁ ରାତି ୮ଟା ୪୦ ପର୍ଯ୍ୟନ୍ତ ଦେବନୀତି ନିଷେଧ ରହିବ। ସେହିପରି ଏହି ସମୟ ମଧ୍ୟରେ ପାକତ୍ୟାଗ ଓ ଅନ୍ନଭୋଜନ ମଧ୍ୟ ନିଷେଧ ଗ୍ରହଣ।  ସର୍ବମୋକ୍ଷ ହେବା ପରେ ଦେବନୀତି ହେବ। ଏଥିପାଇଁ ପୁରୀ […]

temple-1

Rakesh Mallick
  • Published: Tuesday, 30 January 2018
  • , Updated: 30 January 2018, 09:56 PM IST

ଭୁବନେଶ୍ୱର:ଆସନ୍ତାକାଲି ମାଘ ପୂର୍ଣ୍ଣିମାରେ ପଡୁଛି ରାହୁଗ୍ରସ୍ତ ଚନ୍ଦ୍ରଗ୍ରହଣ।  ଏହା ସବୁଠାରୁ ଅଧିକ ସମୟ ଦୃଶ୍ୟମାନ ହେବ।  ଆସନ୍ତାକାଲି ଅପରାହ୍ନ ୫ଟା ୧୭ରେ  ଗ୍ରହଣ ସ୍ପର୍ଶ ହେବ।  ପରେ ରାତି ୮ଟା ୪୦ ମିନିଟ୍‌ରେ ସର୍ବମୋକ୍ଷ ହେବ।  ଏଥିପାଇଁ କାଲି ସକାଳ ୬ଟା ୨୫ରୁ ରାତି ୮ଟା ୪୦ ପର୍ଯ୍ୟନ୍ତ ଦେବନୀତି ନିଷେଧ ରହିବ। ସେହିପରି ଏହି ସମୟ ମଧ୍ୟରେ ପାକତ୍ୟାଗ ଓ ଅନ୍ନଭୋଜନ ମଧ୍ୟ ନିଷେଧ ଗ୍ରହଣ।  ସର୍ବମୋକ୍ଷ ହେବା ପରେ ଦେବନୀତି ହେବ। ଏଥିପାଇଁ ପୁରୀ ଶ୍ରୀମନ୍ଦିର ଦେବନୀତିରେ ବିଶେଷ ବ୍ୟବସ୍ଥା କରାଯାଇଛି।  ଆଜି ରାତି ୧୨ଟା ୨୦ରୁ ଦ୍ୱାରଫିଟା ପରେ ସକାଳ ୬ଟା ୨୦ ଭିତରେ ମଧ୍ୟାହ୍ନ ଧୂପ ଶେଷ ହୋଇ ୬ଟା ୨୫ ସୁଦ୍ଧା ସମସ୍ତ ଦେବନୀତି ସଂପନ୍ନ ହେବ।  ଏନେଇ ଗତକାଲି ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଥିଲା।

Related story