ଚାଲିଗଲେ ରସରାଜ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ଯାହା ମୁଁ ଖୋଜିଛି ତାହା ମୁଁ ପାଇଛି…’,‘କୁଆଁର ପୁନେଁଇ ଜହ୍ନ ଲୋ ଫୁଲ ବଉଳ ବେଣୀ…’ ଭଳି ଗୀତ ଲେଖିଥିବା ବିଶିଷ୍ଟ ଗୀତିକାର ରସରାଜ ନାରାୟଣ ପ୍ରସାଦ ସିଂହ ଆଉ ନାହାଁନ୍ତି। ଆଜି ତାଙ୍କର ପରଲୋକ ହୋଇଯାଇଛି। ଭୁବନେଶ୍ୱର ସ୍ଥିତ ବାସଭବନରେ ଆଜି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ଶହେରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ଗୀତ ଲେଖିଥିଲେ ନାରାୟଣ। ୧୯୭୯ରେ ରିଲିଜ୍ ହୋଇଥିବା ‘ଜୟ […]

rasraj

Rakesh Mallick
  • Published: Wednesday, 06 June 2018
  • , Updated: 06 June 2018, 02:21 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ଯାହା ମୁଁ ଖୋଜିଛି ତାହା ମୁଁ ପାଇଛି...’,‘କୁଆଁର ପୁନେଁଇ ଜହ୍ନ ଲୋ ଫୁଲ ବଉଳ ବେଣୀ...’ ଭଳି ଗୀତ ଲେଖିଥିବା ବିଶିଷ୍ଟ ଗୀତିକାର ରସରାଜ ନାରାୟଣ ପ୍ରସାଦ ସିଂହ ଆଉ ନାହାଁନ୍ତି। ଆଜି ତାଙ୍କର ପରଲୋକ ହୋଇଯାଇଛି। ଭୁବନେଶ୍ୱର ସ୍ଥିତ ବାସଭବନରେ ଆଜି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା।

ଶହେରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ଗୀତ ଲେଖିଥିଲେ ନାରାୟଣ।

୧୯୭୯ରେ ରିଲିଜ୍ ହୋଇଥିବା ‘ଜୟ ମା ମଙ୍ଗଳା’ ଫିଲ୍ମର ‘ଦୟାମୟୀ ମହାମୟୀ ମା ମଙ୍ଗଳା’ ଗୀତ ସେ ଲେଖିଥିଲେ। ‘ମା ଲୋ ମହିମାମୟୀ ଆଶିଷ ଦାୟିନୀ...’, ‘ସଞ୍ଜ ସକାଳେ ତୁମ ଛବି ଖୋଜେ...’, ‘ଆସ ବଉଳ ଆସ ସଙ୍ଗାତ...’ ‘ଆହା କି ବଢ଼ିଆ ଯୋଡ଼ି ତୋର ମୋର...’, ‘ବୋଇତ ବନ୍ଦାଣ’, ‘ଏ କି ବିଚାର ଆହେ ନାରାୟଣ...’, ‘ଏ ମୋର ମାନସୀ ଆସ ପ୍ରେମ ରାଇଜେ ଗଢ଼ିବା ମନମନ୍ଦିର...’, ‘ଏକା ରାଧା ଶ୍ୟାମ ସାଥେ ହସି ଦୋଳି ଖେଳେ...’,‘ଯାହା ମୁଁ ଖୋଜିଛି ତାହା ମୁଁ ପାଇଛି...,’‘କୁଆଁର ପୁନେଁଇ ଜହ୍ନ ଲୋ ଫୁଲ ବଉଳ ବେଣୀ...’ ଓ ‘ତୁମ ବିନା ଏ ରାତି ଭଲ ଲାଗେନା...’ ଆଦି ଗୀତ ସେ ଲେଖିଥିଲେ।

‘ପରିବାର’, ‘ସ୍ତ୍ରୀ’, ‘ମାଣିକ ଯୋଡ଼ି’, ‘ପୁର୍ନମିଳନ’, ‘ଅଲିଭା ଦାଗ’, ‘କୁଳ ଚନ୍ଦ୍ରମା’, ‘କନକଲତା’, ‘ସାକ୍ଷୀ ଗୋପୀନାଥ’, ‘କୃଷ୍ଣ ସୁଦାମା’, ‘ପିପାସା’, ‘ଶଙ୍ଖା ସିନ୍ଦୂର’, ‘ଶଙ୍ଖ ମହୂରୀ’ ଓ ‘ସମର୍ପଣ’ ଆଦି ଫିଲ୍ମ ପାଇଁ ସେ ଗୀତ ଲେଖିଥିଲେ।

 

 

Related story