ବର୍ଷେ ବି ତିଷ୍ଠିଲାନି ଥାନାରେ ‘ମୋ ସରକାର’: ୩୪ଟି ମାମଲାରେ ହାଇକୋର୍ଟଙ୍କ ହସ୍ତକ୍ଷେପ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁ ଆଡ଼ମ୍ବରରେ ଲଘୁକ୍ରିୟା ଭଳି ଗତବର୍ଷ ଗାନ୍ଧି ଜୟନ୍ତୀରେ ରାଜ୍ୟର ଥାନାଗୁଡ଼ିକରେ ଆରମ୍ଭ ହୋଇଥିବା ‘ମୋ ସରକାର’ କାର୍ଯ୍ୟକ୍ରମ ବର୍ଷେ ବି ତିଷ୍ଠି ପାରିନି। ଥାନାକୁ ନିଜର ଅଭିଯୋଗ ନେଇ ଯାଉଥିବା ସାଧାରଣ ଲୋକଙ୍କୁ ସାହାଯ୍ୟ ଓ ନ୍ୟାୟ ଦେବା ତ ଦୂରର କଥା ସେମାନଙ୍କର କାକୁତିମିନତି ସତ୍ତ୍ୱେ ଅଭିଯୋଗ ମଧ୍ୟ ପୁଲିସ ରଖିନି। ଯେଉଁଥିପାଇଁ ପ୍ରଭାବିତ ଲୋକମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆଉ ଏଭଳି ୩୪ଟି ମାମଲାରେ କୋର୍ଟ ହସ୍ତକ୍ଷେପ କରି ପୁଲିସକୁ […]

Orissa High Court

Orissa High Court

Tapas Behera
  • Published: Wednesday, 25 November 2020
  • Updated: 25 November 2020, 09:42 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁ ଆଡ଼ମ୍ବରରେ ଲଘୁକ୍ରିୟା ଭଳି ଗତବର୍ଷ ଗାନ୍ଧି ଜୟନ୍ତୀରେ ରାଜ୍ୟର ଥାନାଗୁଡ଼ିକରେ ଆରମ୍ଭ ହୋଇଥିବା ‘ମୋ ସରକାର’ କାର୍ଯ୍ୟକ୍ରମ ବର୍ଷେ ବି ତିଷ୍ଠି ପାରିନି। ଥାନାକୁ ନିଜର ଅଭିଯୋଗ ନେଇ ଯାଉଥିବା ସାଧାରଣ ଲୋକଙ୍କୁ ସାହାଯ୍ୟ ଓ ନ୍ୟାୟ ଦେବା ତ ଦୂରର କଥା ସେମାନଙ୍କର କାକୁତିମିନତି ସତ୍ତ୍ୱେ ଅଭିଯୋଗ ମଧ୍ୟ ପୁଲିସ ରଖିନି। ଯେଉଁଥିପାଇଁ ପ୍ରଭାବିତ ଲୋକମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆଉ ଏଭଳି ୩୪ଟି ମାମଲାରେ କୋର୍ଟ ହସ୍ତକ୍ଷେପ କରି ପୁଲିସକୁ ପ୍ରଭାବିତ ଲୋକମାନଙ୍କ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ଯାହାକି ରାଜ୍ୟର ଥାନାଗୁଡ଼ିକରେ ‘ମୋ ସରକାର’ର ନଗ୍ନଚିତ୍ରକୁ ପଦାରେ ପକାଇଛି।

ମିଳିଥିବା ସୂଚନା ଅନୁସାରେ,ଗତ ଦୁଇଦିନ ତଳେ ଅର୍ଥାତ ନଭେମ୍ବର ୨୩ତାରିଖରେ ରାଜ୍ୟ ଆଡଭୋକେଟ୍ ଜେନେରାଲଙ୍କ କାର୍ଯ୍ୟାଳୟରୁ ରାଜ୍ୟ ଗୃହ ସଚିବ ଓ ପୁଲିସ ଡିଜିଙ୍କୁ ଏଭଳି ୩୪ଟି ମାମଲା ସମ୍ପର୍କରେ ଅବଗତ କରାଯାଇଛି ଯେଉଁଥିରେ ରାଜ୍ୟବ୍ୟାପୀ ପୁଲିସର ମନମୁଖୀ କାର୍ଯ୍ୟ ସ୍ପଷ୍ଟ ପ୍ରତୀୟମାନ ହେଉଛି। ଆଡଭୋକେଟ୍ ଜେନେରାଲଙ୍କ କାର୍ଯ୍ୟାଳୟ ଯେଉଁ ୩୪ଟି ମାମଲା ସମ୍ପର୍କରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ସେସମସ୍ତ ମାମଲା ଉପରେ ହାଇକୋର୍ଟ ନଭେମ୍ବର ୧୩,୧୬ ଓ ୧୮ତାରିଖରେ ଶୁଣାଣି କରିଥିଲେ। ଆଉ ସୁପ୍ରିମକୋର୍ଟଙ୍କ ବିଭିନ୍ନ ରାୟ ଯଥା- ଲଳିତ କୁମାରୀ ବନାମ ୟୁପି ସରକାର, ସକିରି ଭାସୁ ବନାମ ୟୁପି ସରକାର ଓ ଅନ୍ୟ ନିର୍ଦ୍ଦେଶନାମାକୁ ଆଧାର କରି ଅଭିଯୋଗକାରୀଙ୍କ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଯେଉଁ ମାମଲାଗୁଡ଼ିକ ଉପରେ ହାଇକୋର୍ଟରେ ବିଚାର ହୋଇଛି ସେଥିରେ ଅଧିକାଂଶ ମାମଲାରେ ପୁଲିସ ଅଫିସରମାନେ କିଭଳି ମନମୁଖୀ କାର୍ଯ୍ୟ କରି ଅଭିଯୋଗକାରୀଙ୍କୁ ହଇରାଣ ହରକତ କରିଛନ୍ତି ଓ ସେମାନଙ୍କର ଅଭିଯୋଗକୁ ପଞ୍ଜିକରଣ କରିବାକୁ ବି କୁଣ୍ଠାବୋଧ କରିଛନ୍ତି ତାହା ଜଳଜଳ ହୋଇ ପଦାରେ ପଡ଼ିଛି।

ଉଲ୍ଲେଖଯୋଗ୍ୟ,  ଗତବର୍ଷ ଗାନ୍ଧି ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୋ ସରକାର’ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରି ପ୍ରଥମ ପର୍ଯ୍ୟାୟରେ ଥାନା ଓ ହସ୍ପିଟାଲରେ ଏହା କାର୍ଯ୍ୟକାରୀ କରାଇଥିଲେ। ଏପରିକି ଥାନାକୁ ଯାଉଥିବା ସାଧାରଣ ଲୋକଙ୍କୁ ଆବଶ୍ୟକ ସେବା ଓ ସମ୍ମାନ ଯେଭଳି ମିଳିବ ସେଥିପାଇଁ ସମସ୍ତ ଥାନାରେ ଅଭ୍ୟର୍ଥନା ପ୍ରକୋଷ୍ଠ ସହ ପାନୀୟ ଜଳର ମଧ୍ୟ ବ୍ୟବସ୍ଥା ହୋଇଥିଲା। ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ହେଲପଲାଇନ ନମ୍ବର -୧୪୫୪୫ ଓ  ଏସଏମଏସ୍ ସେବା ମାଧ୍ୟମରେ ଥାନାରେ ଅଭିଯୋଗ କରୁଥିବା ଲୋକଙ୍କ ନିକଟରେ ପହଂଚିବାର ସୁବିଧା ହୋଇଥିଲେ। ମୁଖ୍ୟମନ୍ତ୍ରୀଙ୍କଠୁ ଆରମ୍ଭ କରି ରାଜ୍ୟ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ଏହି କାର୍ଯ୍ୟକ୍ରମକୁ ସଫଳ କରିବାକୁ ସେତେବେଳେ ଲାଗି ପଡ଼ିଥିଲେ। କିଛି ଗୋଟେ ପରିବର୍ତ୍ତନ ହେବ ବୋଲି ସାଧାରଣ ଲୋକେ ଆଶା କରିଥିଲେ। କିନ୍ତୁ ସମୟ ଗଡ଼ିବା ସହ ସରକାରଙ୍କ ଏହି କାର୍ଯ୍ୟକ୍ରମ ବି ଦିଗହରା ହୋଇଗଲା । ଆଉ ‘ମୋ ସରକାର’ ମନିଟରିଂ ଯୋଗୁ ଯେଉଁ ପୁଲିସ ଅଫିସରମାନେ ସେତେବେଳେ ସାଧାରଣ ଲୋକଙ୍କୁ ଉଚିତ୍ ସମ୍ମାନ ଦେଉଥିଲେ ସେମାନେ ପରବର୍ତ୍ତୀ ସମୟରେ ଅଭିଯୋଗ ନେଇ ଯାଉଥିବା ଲୋକଙ୍କୁ ସମ୍ମାନ ତ ଦୂରର କଥା ସେମାନଙ୍କର ଆପତ୍ତି ଶୁଣିବାକୁ ବି କୁଣ୍ଠାବୋଧ କରିଥିଲେ।

ଥାନାରେ ‘ମୋ ସରକାର’ କାର୍ଯ୍ୟକ୍ରମ ଲାଗୁ କରି ପ୍ରଚାରସର୍ବସ୍ୱ ପାଲଟିଥିବା ରାଜ୍ୟ ସରକାର ନିକଟରେ ପୁରୀ ଓ ସୁନ୍ଦରଗଡ଼ ଜିଲ୍ଲାରେ ହାଜତମୃତ୍ୟୁ ସହ ପିପିଲିରେ ଅଭିଯୁକ୍ତଙ୍କୁ ଥାର୍ଡ ଡିଗ୍ରୀ ଘଟଣାରୁ ‘ମୋ ସରକାର’ କିଭଳି ଚାଲୁଛି ତା’ର ପ୍ରମାଣ ପାଇଥିବେ । ହାଇକୋର୍ଟରେ ଏହି ୩୪ଟି ମାମଲାର ଶୁଣାଣି ଓ ପୁରୀର ଘଟଣାଗୁଡ଼ିକ ପରେ  ‘ମୋ ସରକାର’ କାର୍ଯ୍ୟକ୍ରମ ଏବେ କେବଳ ଏକ ପ୍ରହସନ ପାଲଟିଛି ବୋଲି ସାଧାରଣରେ ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story