ଆଜିଠୁ ଗଜଲକ୍ଷ୍ମୀ ପୂଜା, ପରଦା ଆଢ଼ୁଆଳରେ ମା’ଙ୍କ ପୂଜା

ଢେଙ୍କାନାଳ(ଓଡ଼ିଶା ରିପୋର୍ଟର): ଆଜିଠୁ ଆରମ୍ଭ ହେଉଛି ଗଜଲକ୍ଷ୍ମୀ ପୂଜା । ଚଳିତ ବର୍ଷ କରୋନା କଟକଣା ପାଇଁ ବିଶେଷ ଉତ୍ସାହ ନ ଥିଲେ  ମଧ୍ୟ କେବଳ ବିଧି ରକ୍ଷା ପାଇଁ ମଣ୍ଡପରେ ହେବ ମା’ଙ୍କ ପୂଜାର୍ଚ୍ଚନା । ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସିଦ୍ଧ ଢେଙ୍କାନାଳରେ ଚଳିତ ବର୍ଷ ମଧ୍ୟ ବିଶେଷ କିଛି ସାଜସଜ୍ଜା ହୋଇନାହିଁ । ତେବେ ମଉଡ଼ମଣି ବଜାର, ଗଣେଶ ବଜାର ଓ ଗୁଡ଼ଇାନାଳି ଭଳି କିଛି ମଣ୍ଡପରେ ଚାନ୍ଦି ମେଢ଼ କରାଯାଇଛି । ସରକାରଙ୍କ […]

maa laxmi

Niharika Rout
  • Published: Tuesday, 19 October 2021
  • , Updated: 19 October 2021, 10:34 AM IST

ଢେଙ୍କାନାଳ(ଓଡ଼ିଶା ରିପୋର୍ଟର): ଆଜିଠୁ ଆରମ୍ଭ ହେଉଛି ଗଜଲକ୍ଷ୍ମୀ ପୂଜା । ଚଳିତ ବର୍ଷ କରୋନା କଟକଣା ପାଇଁ ବିଶେଷ ଉତ୍ସାହ ନ ଥିଲେ  ମଧ୍ୟ କେବଳ ବିଧି ରକ୍ଷା ପାଇଁ ମଣ୍ଡପରେ ହେବ ମା’ଙ୍କ ପୂଜାର୍ଚ୍ଚନା ।

ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସିଦ୍ଧ ଢେଙ୍କାନାଳରେ ଚଳିତ ବର୍ଷ ମଧ୍ୟ ବିଶେଷ କିଛି ସାଜସଜ୍ଜା ହୋଇନାହିଁ । ତେବେ ମଉଡ଼ମଣି ବଜାର, ଗଣେଶ ବଜାର ଓ ଗୁଡ଼ଇାନାଳି ଭଳି କିଛି ମଣ୍ଡପରେ ଚାନ୍ଦି ମେଢ଼ କରାଯାଇଛି ।

ସରକାରଙ୍କ ଗାଇଡଲାଇନ୍ ଅନୁଯାୟୀ, ବିନା ଭକ୍ତରେ ପରଦା ଆଢ଼ୁଆଳରେ ହେବ ପୂଜା । ସହରରେ ୩୮ଟି ପୂଜା ମଣ୍ଡପରେ ୧୧ ଦିନ ଧରି ପୂଜା ପାଇବେ ମା’ ଗଜଲକ୍ଷ୍ମୀ । ସେହିପରି କେନ୍ଦ୍ରାପଡ଼ାରେ ମଧ୍ୟ ଗଜଲକ୍ଷ୍ମୀ ପୂଜା ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ମୂର୍ତ୍ତି ଛୋଟ ହୋଇଥିଲେ ବି କିଛି ମଣ୍ଡପରେ ମା’ଙ୍କ ଚାନ୍ଦି ମେଢ଼ କରାଯାଇଛି ।

ଚଳିତ ବର୍ଷ କେନ୍ଦ୍ରାପଡାରେ ମୋଟ ୬୮ଟି ମଣ୍ଡପରେ ପୂଜା ପାଇବେ ମା’ । କୋଭିଡ୍ କଟକଣା ପାଇଁ ଭକ୍ତଙ୍କୁ ପୂଜା ମଣ୍ଡପ ବାରଣ ଥିବାରୁ କିଛି ପୂଜା କମିଟି ପକ୍ଷରୁ ଅନ୍‌ଲାଇନ୍ ଦର୍ଶନର ବ୍ୟବସ୍ଥା କରାଯାଇଛି ।

ପରମ୍ପରା ଦୃଷ୍ଟିରୁ ଲକ୍ଷ୍ମୀ ପୂଜା କେବଳ ବିଧି ମୁତାବକ କରାଯାଉଛି। ସରକାରଙ୍କ ଗାଇଡଲାଇନ୍‌ ଅନୁଯାୟୀ, କଟକଣାକୁ କଡ଼ାକଡ଼ି ପାଳନ କରାଯାଉଛି ବୋଲି ଏକ ପୂଜା କମିଟି କର୍ମକର୍ତ୍ତା କାଳୀ ପ୍ରସନ୍ନ ସାହୁ କହିଛନ୍ତି।

Related story