ରାଜଧାନୀରେ ମଦ ବିରୋଧୀ ଶୋଭାଯାତ୍ରା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବେଶୀ ମଦ ବିକ୍ରି କରିପାରୁଥିବା ମଦ ଦୋକାନୀଙ୍କୁ ପୁରସ୍କୃତ କରିବା ପାଇଁ ବିଧାନସଭା ଷ୍ଟାଣ୍ଡିଂ କମିଟି ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ବିରୋଧ କରିଛି ‘ମଦମୁକ୍ତି ଯୁବବାହିନୀ’। ଆଜି ଏହି ପ୍ରସଙ୍ଗକୁ ନେଇ ରାଜଧାନୀ ଭୁବନେଶ୍ୱରରେ ଏକ ବଡ଼ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ବାଣୀବିହାରରୁ ବାହାରିଥିବା ଏହି ଶୋଭାଯାତ୍ରା ଲୋୟର ପିଏମଜି ପର୍ଯ୍ୟନ୍ତ ଯାଇଥିଲା। ଏଥିରେ ସଂଗଠନର ଶତାଧିକ କାର୍ଯ୍ୟକର୍ତ୍ତା ସାମିଲ ହୋଇ ରାଜ୍ୟ ସରକାରଙ୍କ ଏପରି ନିଷ୍ପତ୍ତିକୁ ବିରୋଧ କରିଥିଲେ। ମଦମୁକ୍ତି ଯୁବବାହିନୀର ଆବାହକ […]

MADAMUKTI-YUVA-VAHINI-STAGES-PROTEST--AGAINST-STATE-GOVTS-LIQUOR-POLICY

Manoranjan Sial
  • Published: Friday, 26 July 2019
  • , Updated: 26 July 2019, 09:38 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବେଶୀ ମଦ ବିକ୍ରି କରିପାରୁଥିବା ମଦ ଦୋକାନୀଙ୍କୁ ପୁରସ୍କୃତ କରିବା ପାଇଁ ବିଧାନସଭା ଷ୍ଟାଣ୍ଡିଂ କମିଟି ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ବିରୋଧ କରିଛି ‘ମଦମୁକ୍ତି ଯୁବବାହିନୀ’। ଆଜି ଏହି ପ୍ରସଙ୍ଗକୁ ନେଇ ରାଜଧାନୀ ଭୁବନେଶ୍ୱରରେ ଏକ ବଡ଼ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ବାଣୀବିହାରରୁ ବାହାରିଥିବା ଏହି ଶୋଭାଯାତ୍ରା ଲୋୟର ପିଏମଜି ପର୍ଯ୍ୟନ୍ତ ଯାଇଥିଲା। ଏଥିରେ ସଂଗଠନର ଶତାଧିକ କାର୍ଯ୍ୟକର୍ତ୍ତା ସାମିଲ ହୋଇ ରାଜ୍ୟ ସରକାରଙ୍କ ଏପରି ନିଷ୍ପତ୍ତିକୁ ବିରୋଧ କରିଥିଲେ।

ମଦମୁକ୍ତି ଯୁବବାହିନୀର ଆବାହକ ସତ୍ୟବ୍ରତ ପୃଷ୍ଟି କହିଛନ୍ତି, “ବିଧାନସଭା ଷ୍ଟାଣ୍ଡିଂ କମିଟି ପକ୍ଷରୁ ମଦଦୋକାନୀଙ୍କୁ ପୁରସ୍କୃତ କରିବା ପାଇଁ ଦିଆଯାଇଥିବା ପ୍ରସ୍ତାବ ଅତ୍ୟନ୍ତ ଲଜ୍ଜାଜନକ। ଏହି ପ୍ରସ୍ତାବ ଗାଁ ଗଣ୍ଡାଠାରୁ ଆରମ୍ଭ କରି ସାରା ରାଜ୍ୟରେ ମଦକୁ ବିରୋଧ କରୁଥିବା ବ୍ୟକ୍ତିଙ୍କ ଗାଲରେ ଶକ୍ତ ଚାପୁଡା ସଦୃଶ। ସରକାରଙ୍କର ଏହି ମଦପ୍ରୀତିକୁ ଯୁବବାହିନୀ ଆଦୌ ବରଦାସ୍ତ କରିବ ନାହିଁ।”

ଏହି ଶୋଭାଯାତ୍ରାରେ ଲଲାଟେନ୍ଦୁ ପାତ୍ର, ହରିଶ ପାଣିଗ୍ରାହୀ, ସୌମ୍ୟରଞ୍ଜନ ମହାନ୍ତି, ଅଭିଜିତ ପାତ୍ର, ରାଜେଶ ଦେଓ, ପ୍ରଭାତ ରାଉତରାୟ, ସମାଶ ଷଡ଼ଙ୍ଗୀ, ଅକ୍ଷୟ ରାଉତରାୟ ଓ ଯଦୁନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Related story