ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟକୁ ମିଳିଲା ୟୁଜିସି ମାନ୍ୟତା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଟକସ୍ଥିତ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ର ସରକାର ଆଜି ୟୁଜିସି(ୟୁନିର୍ଭସିଟି ଗ୍ରାଣ୍ଟ କମିଶନ) ମାନ୍ୟତା ମିଳିଛି। ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ସୂଚନା ଦେଇଥିବାବେଳେ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାରଙ୍କୁ ଚିଠି ଲେଖି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଅନୁସଚିବ ଇନ୍ଦ୍ରଜିତ୍ କୌର ମଧ୍ୟ ଅବଗତ କରାଇଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ, ୟୁଜିସି ଅଧିନିୟମ ୧୯୫୬ ଧାରା ୨(ଏଫ) ଅନୁସାରେ ୟୁଜିସି ବିଶ୍ୱବିଦ୍ୟାଳୟର […]

Madhusudam Law University

Ordigital Desk
  • Published: Wednesday, 13 October 2021
  • , Updated: 13 October 2021, 07:35 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଟକସ୍ଥିତ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ର ସରକାର ଆଜି ୟୁଜିସି(ୟୁନିର୍ଭସିଟି ଗ୍ରାଣ୍ଟ କମିଶନ) ମାନ୍ୟତା ମିଳିଛି। ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ସୂଚନା ଦେଇଥିବାବେଳେ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାରଙ୍କୁ ଚିଠି ଲେଖି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଅନୁସଚିବ ଇନ୍ଦ୍ରଜିତ୍ କୌର ମଧ୍ୟ ଅବଗତ କରାଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ, ୟୁଜିସି ଅଧିନିୟମ ୧୯୫୬ ଧାରା ୨(ଏଫ) ଅନୁସାରେ ୟୁଜିସି ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ସହ ବିଶ୍ୱବିଦ୍ୟାଳୟ ତାଲିକାରେ ଏହି ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟକୁ ସାମିଲ କରିଛି। ୟୁଜିସି ଅଧିନିୟମ-୧୯୫୬, ଧାରା ୧୨(ବି) ଅନୁସାରେ ମଧ୍ୟ ଖୁବଶୀଘ୍ର କେନ୍ଦ୍ରୀୟ ଅନୁଦାନ ପାଇବ। ଏହା ଓଡ଼ିଶାର ଆଇନ ଶିକ୍ଷାର ମାନ ବଢ଼ାଇବା ଓ ଛାତ୍ରଛାତ୍ରୀଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବ।

ସୂଚନାଯୋଗ୍ୟ, ୮ ଦଶନ୍ଧି ପୁରୁଣା କଟକସ୍ଥିତ ମଧୁସୂଦନ ଆଇନ କଲେଜକୁ ରାଜ୍ୟ ସରକାର ୨୦୨୧ ଏପ୍ରିଲ ୨୮ତାରିଖରେ ରାଜ୍ୟ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେଇଥିଲେ। ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ ୧୯୮୯ର ଧାରା ୫ ଅନୁସାରେ ୨୦୨୧ ଏପ୍ରଇଲ ୭ତାରିଖରେ ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରିଥିଲେ। ତେବେ ଏହି ଆଇନ ବିଶ୍ୱବିଦ୍ୟାଳୟ ପାଇଁ ରାଜ୍ୟ ସରକାର ଜାରି କରିଥିବା ବିଜ୍ଞପ୍ତି ନିଶ୍ଚିତ ଭାବେ ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ-୧୯୮୯ର ଧାରା ୩୨(୪) ଅନୁସାରେ ରାଜ୍ୟ ବିଧାନସଭାରେ ଉପସ୍ଥାପନ ହେବା ଜରୁରୀ। ଏହି ବିଶ୍ୱବିଦ୍ୟାଳୟକୁ ୟୁଜିସି ମାନ୍ୟତା ଦେଇ କେନ୍ଦ୍ର ସରକାର କେତେକ ସର୍ତ୍ତାବଳୀ ମଧ୍ୟ ନିର୍ଦ୍ଧାରଣ କରିଛନ୍ତି।

ନିଜ ପରିସୀମା ବାହାରେ ଏହି କଲେଜର ଅଫ୍ କ୍ୟାମ୍ପସ କିମ୍ବା ରାଜ୍ୟ ବାହାରେ ଖୋଲିବ ନାହିଁ । ଫ୍ରାଂଚାଇଜି ମଡେଲରେ କୌଣସି ପାଠ୍ୟକ୍ରମ ବା କୋର୍ସ ନିମନ୍ତେ ଘରୋଇ ସଂସ୍ଥାକୁ ଅନୁମତି ଦିଆଯାଇ ପାରିବ ନାହିଁ । ବିଶ୍ୱବିଦ୍ୟାଳୟର ଫ୍ରାଂଚାଇଜି ଭାବେ ମଧ୍ୟ କୌଣସି ଷ୍ଟଡି ସେଣ୍ଟର ଖୋଲା ଯାଇ ପାରିବ ନାର୍ହି। ୟୁଜିସି ବିନା ଅନୁମତିରେ ଅନଲାଇନ କିମ୍ବା ଅଫଲାଇନରେ ଡିଷ୍ଟାନ୍ସ ମୋଡରେ ମଧ୍ୟ କୋର୍ସ କିମ୍ବା ପାଠ୍ୟକ୍ରମ ଏହି ବିଶ୍ୱବିଦ୍ୟାଳୟ ଦେଇପାରିବ ନାହିଁ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଚିଠିରେ ଉଲ୍ଲେଖ ରହିଛି।

Related story