ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମର ଅନୁଧ୍ୟାନ ପାଇଁ ଓଡ଼ିଶାରେ ୱାର୍ଲଡ୍ ଫୁଡ୍ ପ୍ରୋଗ୍ରାମର ପ୍ରତିନିଧି ଦଳ: ମାନ ଯାଞ୍ଚ ପରେ ରାଜ୍ୟ ଓ କେନ୍ଦ୍ରକୁ ଦେବେ ରିପୋର୍ଟ

ଭୁବନେଶ୍ୱର: ରାଜ୍ୟର ୬୪ ହଜାର ସ୍କୁଲରେ ଚାଲିଥିବା ମଧ୍ୟାହ୍ନ ଭୋଜନର ତଦାରଖ ପାଇଁ ଓଡିଶା ଗସ୍ତରେ ଆସିଛନ୍ତି ୱାର୍ଲଡ୍ ଫୁଡ ପ୍ରୋଗ୍ରାମର ୬ ଜଣିଆ ପ୍ରତିନିଧି ଦଳ। ଏହି ଟିମ୍ ରାଜ୍ୟର ୪ଟି ଜିଲ୍ଲା ଗସ୍ତ କରି ପିଲାଙ୍କୁ ଦିଆଯାଉଥିବା ଖାଦ୍ୟର ଗୁଣବତ୍ତା ଯାଞ୍ଚ କରିବେ। ପରେ ଏଇ ଟିମ୍ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବ। ସେହିପରି ଏହି ଟିମ୍ ରାଜ୍ୟ ସରକାରଙ୍କୁ କିଛି ପରମର୍ଶ ମଧ୍ୟ ଦେଇଛି। ବିଶେଷ କରି ଚାଉଳ […]

worldfood

Rakesh Mallick
  • Published: Tuesday, 27 October 2015
  • , Updated: 27 October 2015, 05:55 PM IST

ଭୁବନେଶ୍ୱର: ରାଜ୍ୟର ୬୪ ହଜାର ସ୍କୁଲରେ ଚାଲିଥିବା ମଧ୍ୟାହ୍ନ ଭୋଜନର ତଦାରଖ ପାଇଁ ଓଡିଶା ଗସ୍ତରେ ଆସିଛନ୍ତି ୱାର୍ଲଡ୍ ଫୁଡ ପ୍ରୋଗ୍ରାମର ୬ ଜଣିଆ ପ୍ରତିନିଧି ଦଳ। ଏହି ଟିମ୍ ରାଜ୍ୟର ୪ଟି ଜିଲ୍ଲା ଗସ୍ତ କରି ପିଲାଙ୍କୁ ଦିଆଯାଉଥିବା ଖାଦ୍ୟର ଗୁଣବତ୍ତା ଯାଞ୍ଚ କରିବେ। ପରେ ଏଇ ଟିମ୍ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବ।

ସେହିପରି ଏହି ଟିମ୍ ରାଜ୍ୟ ସରକାରଙ୍କୁ କିଛି ପରମର୍ଶ ମଧ୍ୟ ଦେଇଛି। ବିଶେଷ କରି ଚାଉଳ ଓ ଡାଲି ପରବହନ ହେଉଥିବା ଟ୍ରକରେ ଜି.ପି.ଏସ୍  ବ୍ୟବସ୍ଥା ଲାଗୁ କରିବା, କେତେ ଦିନ ପର୍ଯ୍ୟନ୍ତ ଡାଲି ବ୍ୟବହାର ହୋଇପାରିବ ସେନେଇ ପ୍ୟାକେଟ୍ ଉପରେ ତାରିଖ ଉଲ୍ଲେଖ କରିବାକୁ କୁହାଯାଇଛି। ସେହିପରି ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ହେଉଥିବା ଗୃହକୁ ପରିଷ୍କାର ରଖିବା ନେଇ ବୈଠକରେ ଆଲୋଚନା ହୋଇଛି ବୋଲି କହିଛନ୍ତି ୱାର୍ଲଡ ଫୁଡ୍ ପ୍ରୋଗ୍ରାମର ଟିମ୍ ମୁଖ୍ୟ ମିର୍ଜାନା କାଭେ।

ବିଭିନ୍ନ ସମୟରେ ରାଜ୍ୟରେ ମଧ୍ୟାହ୍ନ ଭୋଜନର ଗୁଣବତ୍ତା ନେଇ ପ୍ରଶ୍ନ ଉଠିଛି। ମଧ୍ୟାହ୍ନ ଭୋଜନରୁ ଝିଟିପିଟି ଓ ଜିଆ ବାହାରିଥିବାର ବି ନଜିର ରହିଛି। ୱାର୍ଲଡ ଫୁଡ୍ ପୋଗ୍ରାମ ଟିମ୍  ୪ଟି ଜିଲ୍ଲା କଟକ, ଖୋର୍ଦ୍ଧା, ବାଲେଶ୍ୱର ଏବଂ କେନ୍ଦ୍ରାପଡା ଯାଇ ମଧ୍ୟାହ୍ନ ଭୋଜନର ଗୁଣବତ୍ତା ଯାଞ୍ଚ କରିବା ସହ ସ୍ଥିତିର ଅନୁଧ୍ୟାନ କରିବେ। ଓଡ଼ିଶାର ୬୩ ହଜାର ୬୪୦ ସ୍କୁଲର ୫୪ ଲକ୍ଷ ୧୨ ହଜାର ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଉଛି।

Related story