ଓଡ଼ିଶା ମଦ୍ରାସା ବୋର୍ଡ ରେଜଲ୍ଟ : ୮୧% ପରୀକ୍ଷାର୍ଥୀ ସଫଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ମଦ୍ରାସା ବୋର୍ଡ ପରୀକ୍ଷା ଫଳ ଆଜି ମଧ୍ୟାହ୍ନରେ ପ୍ରକାଶ ପାଇଛି। ଚଳିତବର୍ଷ ୮୦.୭୮ ପ୍ରତିଶତ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଦ୍ୱାରା ଏହି ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମଦ୍ରାସା ବୋର୍ଡ ଅଧୀନରେ ପରୀକ୍ଷା ଦେଇଥିବା ମୌଲବୀ(ମାଟ୍ରିକ), ମାହିର(ଯୁକ୍ତ ଦୁଇ), ଅଲିମ(ଯୁକ୍ତ ତିନି), ଫାଜିଲ(ପିଜି)ସ୍ତରୀୟ ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତବର୍ଷ ମୋଟ ୧୩୦୬ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୦୫୫ଜଣ କୃତକାର୍ଯ୍ୟ ହୋଇଛନ୍ତି। ସୂଚନାଯୋଗ୍ୟ, […]

madrasa

Manoranjan Sial
  • Published: Wednesday, 19 August 2020
  • , Updated: 19 August 2020, 04:53 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ମଦ୍ରାସା ବୋର୍ଡ ପରୀକ୍ଷା ଫଳ ଆଜି ମଧ୍ୟାହ୍ନରେ ପ୍ରକାଶ ପାଇଛି। ଚଳିତବର୍ଷ ୮୦.୭୮ ପ୍ରତିଶତ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି।

ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଦ୍ୱାରା ଏହି ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମଦ୍ରାସା ବୋର୍ଡ ଅଧୀନରେ ପରୀକ୍ଷା ଦେଇଥିବା ମୌଲବୀ(ମାଟ୍ରିକ), ମାହିର(ଯୁକ୍ତ ଦୁଇ), ଅଲିମ(ଯୁକ୍ତ ତିନି), ଫାଜିଲ(ପିଜି)ସ୍ତରୀୟ ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତବର୍ଷ ମୋଟ ୧୩୦୬ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୦୫୫ଜଣ କୃତକାର୍ଯ୍ୟ ହୋଇଛନ୍ତି।

ସୂଚନାଯୋଗ୍ୟ, ଆଜି ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଫଳ ମଧ୍ୟ ପ୍ରକାଶିତ ହୋଇଛି।

Related story