ମାଣବସାରେ ମା’ଙ୍କ ମଥାକୁ ଶୋଭାପାଇଲା ସୁନା ମୁକୁଟ

ପୁରୀ(ଓଡ଼ିଶା ରିପୋର୍ଟର): ମାର୍ଗଶୀର ମାସ ଶେଷ ମାଣବସା ଗୁରୁବାରରେ ମହାଲକ୍ଷ୍ମୀଙ୍କ ମସ୍ତକରେ ଶୋଭାପାଇଲା ସୁବର୍ଣ୍ଣ ମୁକୁଟ। ଦୀର୍ଘ ଦୁଇମାସ ପରେ ସୁବର୍ଣ୍ଣ ମୁକୁଟରେ ଝଲସିଲା ମା’ଙ୍କ ଅପୂର୍ବ ମୁଖ ମଣ୍ଡଳ। ଯାହାକୁ ନେଇ ଶ୍ରୀମନ୍ଦିରରେ ଭକ୍ତଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଆସନ୍ତାକାଲି ମା’ଙ୍କର ସମସ୍ତ ଅଳଙ୍କାର ଗଣତି କରାଯିବ। ଐଶ୍ୱର୍ଯ୍ୟର ଅଧିଷ୍ଠାତ୍ରୀ ଦେବୀ ଧନଦାତ୍ରୀ ମା’ ଲକ୍ଷ୍ମୀଙ୍କ ମସ୍ତକରେ ଲାଗିଲା ସୁବର୍ଣ୍ଣ କିରିଟ। ମାର୍ଗଶୀର ମାସ ଶେଷ ଗୁରୁବାରରେ ଭକ୍ତମାନେ ନେଲେ ଅପୂର୍ବ ବେଶର ସାନ୍ନିଧ୍ୟ। […]

f

Rakesh Mallick
  • Published: Thursday, 30 November 2017
  • , Updated: 30 November 2017, 09:32 PM IST

ପୁରୀ(ଓଡ଼ିଶା ରିପୋର୍ଟର): ମାର୍ଗଶୀର ମାସ ଶେଷ ମାଣବସା ଗୁରୁବାରରେ ମହାଲକ୍ଷ୍ମୀଙ୍କ ମସ୍ତକରେ ଶୋଭାପାଇଲା ସୁବର୍ଣ୍ଣ ମୁକୁଟ। ଦୀର୍ଘ ଦୁଇମାସ ପରେ ସୁବର୍ଣ୍ଣ ମୁକୁଟରେ ଝଲସିଲା ମା’ଙ୍କ ଅପୂର୍ବ ମୁଖ ମଣ୍ଡଳ। ଯାହାକୁ ନେଇ ଶ୍ରୀମନ୍ଦିରରେ ଭକ୍ତଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଆସନ୍ତାକାଲି ମା’ଙ୍କର ସମସ୍ତ ଅଳଙ୍କାର ଗଣତି କରାଯିବ।

ଐଶ୍ୱର୍ଯ୍ୟର ଅଧିଷ୍ଠାତ୍ରୀ ଦେବୀ ଧନଦାତ୍ରୀ ମା’ ଲକ୍ଷ୍ମୀଙ୍କ ମସ୍ତକରେ ଲାଗିଲା ସୁବର୍ଣ୍ଣ କିରିଟ। ମାର୍ଗଶୀର ମାସ ଶେଷ ଗୁରୁବାରରେ ଭକ୍ତମାନେ ନେଲେ ଅପୂର୍ବ ବେଶର ସାନ୍ନିଧ୍ୟ। ଦୀର୍ଘ ଦୁଇମାସର ବିବାଦରେ କିଛି ମାତ୍ରାରେ ପୂର୍ଣ୍ଣଛେଦ ପଡିଛି। ନୂତନ ସୁବର୍ଣ୍ଣ କିରିଟ ନିର୍ମାଣ ଚାଲିଛି। ଆସନ୍ତାକାଲି ମାଙ୍କ ଭଣ୍ଡାରରେ କେତେ ସ୍ୱର୍ଣ୍ଣ ଅଳଙ୍କାର ରହିଛି, କେତେ ପାଟବସ୍ତ୍ର ରହିଛି, ସ୍ୱର୍ଣ୍ଣ କିରିଟି କେତେ ଓଜନର ଓ ଏହାକୁ ପୂର୍ଣ୍ଣାଙ୍ଗ କରିବା ପାଇଁ କେତେ ସୁନାର ଆବଶ୍ୟକ ରହିଛି ତାହା ଯାଞ୍ଚ କରାଯିବ। ସେହି ସମୟରେ ଶ୍ରୀମନ୍ଦିର ପ୍ରଶାସକ, ମହାଲକ୍ଷ୍ମୀଙ୍କ ସେବାୟତ, ଦେଉଳ କରଣ, ସ୍ୱାର୍ଣ୍ଣକାର ଉପସ୍ଥିତ ରହିବେ। ଯାଞ୍ଚ ପରେ କେଉଁ ସ୍ୱର୍ଣ୍ଣ ଅଳଙ୍କାରକୁ ପୂର୍ଣ୍ଣ ମରାମତି କରାଯିବ, ତାର ଏକ ତାଲିକା କରାଯିବ। ବିଶେଷ କରି ମହାଲକ୍ଷ୍ମୀ ମନ୍ଦିର ପରିଚାଳନା କିଭଳି ବ୍ୟବସ୍ଥିତ ଢଙ୍ଗରେ କରାଯିବ ତା ଉପରେ ଶ୍ରୀମନ୍ଦିର ପ୍ରଶାସନ ଗୁରୁତ୍ୱ ଦେବ ବୋଲି ଜଣାପଡିବ।

Related story