ଆଜି ମହାଳୟା: ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ପବିତ୍ର ମହାଳୟା ଅମାବାସ୍ୟା। ଏହି ଅବସରରେ ପିତୃପୁରୁଷଙ୍କୁ ଉଦ୍ଦେଶ୍ୟରେ ଶ୍ରାଦ୍ଧ ପ୍ରଦାନ କରାଯାଉଛି। ଶ୍ରୀମନ୍ଦିର ଉତ୍ତରଦ୍ୱାର ନିକଟରେ ଶ୍ରାଦ୍ଧ ପ୍ରଦାନ କରାଯାଉଛି। ତିଳତର୍ପଣର ଅନ୍ତିମ ଦିବସ ପବିତ୍ର ଅମାବାସ୍ୟା ତିଥିରେ ଯେଉଁମାନେ ତାଙ୍କ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇନଥିଲେ ସେମାନେ ଆଜି ମହାଳୟା ଅବସରରେ ଶ୍ରାଦ୍ଧ ପ୍ରଦାନ କରୁଛନ୍ତି। ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନକୁ ପିତୃପକ୍ଷ ଭାବେ ପାଳନ କରାଯାଇଥାଏ। ଯେଉଁ ତିଥିରେ ଯାହାଙ୍କର ପିତା ମାତା […]

Mahalya-111

Madhupriya Mistry
  • Published: Sunday, 25 September 2022
  • , Updated: 25 September 2022, 10:12 AM IST

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ପବିତ୍ର ମହାଳୟା ଅମାବାସ୍ୟା। ଏହି ଅବସରରେ ପିତୃପୁରୁଷଙ୍କୁ ଉଦ୍ଦେଶ୍ୟରେ ଶ୍ରାଦ୍ଧ ପ୍ରଦାନ କରାଯାଉଛି। ଶ୍ରୀମନ୍ଦିର ଉତ୍ତରଦ୍ୱାର ନିକଟରେ ଶ୍ରାଦ୍ଧ ପ୍ରଦାନ କରାଯାଉଛି। ତିଳତର୍ପଣର ଅନ୍ତିମ ଦିବସ ପବିତ୍ର ଅମାବାସ୍ୟା ତିଥିରେ ଯେଉଁମାନେ ତାଙ୍କ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇନଥିଲେ ସେମାନେ ଆଜି ମହାଳୟା ଅବସରରେ ଶ୍ରାଦ୍ଧ ପ୍ରଦାନ କରୁଛନ୍ତି।

ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନକୁ ପିତୃପକ୍ଷ ଭାବେ ପାଳନ କରାଯାଇଥାଏ। ଯେଉଁ ତିଥିରେ ଯାହାଙ୍କର ପିତା ମାତା ମୃତ୍ୟୁବରଣ କରିଥାନ୍ତି ସେହି ତିଥିରେ ଶ୍ରାଦ୍ଧ କରିବାର ପରମ୍ପରା ରହିଛି।

ଆଜି ଶ୍ରୀମନ୍ଦିର ଉତ୍ତରଦ୍ୱାର ନିକଟ ଓ ମହୋଦଧି, ନରେନ୍ଦ୍ର, ଶ୍ୱେତଗଙ୍ଗା, ଇନ୍ଦ୍ରଦ୍ୟୁମ୍ନ, ମାର୍କଣ୍ଡେୟ ଆଦି ତୀର୍ଥ ପୁଷ୍କରିଣୀ ମାନଙ୍କରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ  ଓ ଶ୍ରାଦ୍ଧ ପ୍ରଦାନ କରାଯାଉଛି।

Related story