ମହାନଦୀ-ଗୋଦାବରୀ ନଦୀ ସଂଯୋଗୀକରଣ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ଉମା ଭାରତୀ

ଭୁବନେଶ୍ୱର: ମହାନଦୀ-ଗୋଦାବରୀ ନଦୀ ସଂଯୋଗୀକରଣ ଯୋଗୁଁ ଓଡ଼ିଶାରେ କୃଷି ଉତ୍ପାଦନ ବୃଦ୍ଧି ପାଇବା ସହ ରାଜ୍ୟ ଜିଡିପିରେ ବୃଦ୍ଧି ଘଟିବ। ଏହାସହ ରାଜ୍ୟରେ ଜଳ ପରିଚାଳନା ସହଜ ହେବ। ଏହି ପ୍ରକଳ୍ପରୁ ରାଜ୍ୟ ସରକାର ଜଳ ବିଦ୍ୟୁତ ମଧ୍ୟ ପାଇ ପାରିବେ ବୋଲି କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଉମା ଭାରତୀ କହିଛନ୍ତି। ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏ ନେଇ ସେ ଆଲୋଚନା କରିଛନ୍ତି। କେନ୍ଦ୍ରର ଏହି ଡ୍ରିମ ପ୍ରୋଜେକ୍ଟ ପାଇଁ ରାଜ୍ୟକୁ ମନାଇବା ପାଇଁ ଉଦ୍ୟମ […]

uma

Rakesh Mallick
  • Published: Wednesday, 03 February 2016
  • , Updated: 03 February 2016, 06:08 PM IST

ଭୁବନେଶ୍ୱର: ମହାନଦୀ-ଗୋଦାବରୀ ନଦୀ ସଂଯୋଗୀକରଣ ଯୋଗୁଁ ଓଡ଼ିଶାରେ କୃଷି ଉତ୍ପାଦନ ବୃଦ୍ଧି ପାଇବା ସହ ରାଜ୍ୟ ଜିଡିପିରେ ବୃଦ୍ଧି ଘଟିବ। ଏହାସହ ରାଜ୍ୟରେ ଜଳ ପରିଚାଳନା ସହଜ ହେବ। ଏହି ପ୍ରକଳ୍ପରୁ ରାଜ୍ୟ ସରକାର ଜଳ ବିଦ୍ୟୁତ ମଧ୍ୟ ପାଇ ପାରିବେ ବୋଲି କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଉମା ଭାରତୀ କହିଛନ୍ତି। ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏ ନେଇ ସେ ଆଲୋଚନା କରିଛନ୍ତି।

କେନ୍ଦ୍ରର ଏହି ଡ୍ରିମ ପ୍ରୋଜେକ୍ଟ ପାଇଁ ରାଜ୍ୟକୁ ମନାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି କେନ୍ଦ୍ର ସରକାର। ତେବେ ଏହି ପ୍ରୋଜେକ୍ଟ ସପକ୍ଷରେ ଓଡ଼ିଶା ନ ଥିବା ଜଣାପଡିଛି।

କେନ୍ଦ୍ରର ଯୁକ୍ତି ହେଲା ମହାନଦୀ-ଗୋଦାବରୀ ସଂଯୋଗ ହେଲେ ଓଡ଼ିଶାକୁ ଫାଇଦା ମିଳିବ। ଜଳସେଚନ ସୁବିଧା ସହ ବନ୍ୟା ନିୟନ୍ତ୍ରଣ କରାଯାଇ ପାରିବ। ୪ ଲକ୍ଷ ହେକ୍ଟର ଅଞ୍ଚଳ ନଦୀ ସଂଯୋଗୀକରଣ ଦ୍ୱାରା ଜଳସେଚିତ ହୋଇପାରିବ। ଓଡ଼ିଶା ମଧ୍ୟରେ ୩୦୧ କି.ମି. ସହ ମୋଟ ୮୨୮ କି.ମି. ଦୀର୍ଘ କେନାଲ ଖୋଳାଯିବ। ବନ୍ୟା ନିୟନ୍ତ୍ରଣ ପାଇଁ ୧୦ଟି ସ୍ଥାନରେ ବ୍ୟାରେଲ ନିର୍ମାଣ ହେବ।

ନଦୀ ସଂଯୋଗୀକରଣର ଏହି ପ୍ରସ୍ତାବିତ ବ୍ଲ୍ୟୁ-ପ୍ରିଣ୍ଟକୁ ନ୍ୟାଶନାଲ ୱାଟର ଡେପଲପମେଣ୍ଟ ଏଜେନ୍ସି ପ୍ରସ୍ତୁତ କରିଛନ୍ତି। ଏହି ସଂସ୍ଥାର ସର୍ଭେ ରିପୋର୍ଟ ମାର୍ଚ୍ଚ ୧୫ ସୁଦ୍ଧା ରାଜ୍ୟ ସରକାରଙ୍କ ହସ୍ତଗତ ହେବ। ତେବେ ପ୍ରସ୍ତାବିତ ସଂଯୋଗୀକରଣକୁ ନେଇ ରାଜ୍ୟ ତା’ର ଆପତ୍ତି ଅଭିଯୋଗ କେନ୍ଦ୍ର ନିକଟରେ ରଖିଥିବା ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜାନକୀ ମହାପାତ୍ର କହିଛନ୍ତି।

Related story