‘ଦୁଇ ରାଜ୍ୟ ଏକାଠି ବସିଲେ ମହାନଦୀ ବିବାଦର ସମାଧାନ ହେବ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଛତିଶଗଡ଼ ସାନ ଭାଇ, ଓଡ଼ିଶା ବଡ଼ ଭାଇ। ଦୁଇ ରାଜ୍ୟ ଦୁଇ ପରିବାର ଭଳି। ଉଭୟ ପରିବାର ଏକାଠି ବସି ଆଲୋଚନା କଲେ ମହାନୀଦ ଜଳ ବିବାଦର ସମାଧାନ ହେବ ବୋଲି କହିଛନ୍ତି ଓଡ଼ିଶା ଗସ୍ତରେ ଆସିଥିବା ଛତିଶଗଡ଼ ସ୍ୱାସ୍ଥ୍ୟମନ୍ତ୍ରୀ ଟି.ଏସ. ସିଂହଦେଓ। ତା’ସହ ଶ୍ରୀ ସିଂହଦେଓ ଏକଥା ମଧ୍ୟ କହିଛନ୍ତି-“ମହାନଦୀର ୮୦% ପାଣି ବ୍ୟବହାର ନହୋଇ ସମୁଦ୍ରକୁ ପଳାଉଛି। ଏଭଳି ଜଳ ଅପଚୟ ରୋକିବାକୁ ପଡ଼ିବ। ସେପଟେ ଦୁଇ ରାଜ୍ୟ ମଧ୍ୟରେ ବିବାଦ […]

Mahandi-water-dispute-can-be-resolved-if-both-states-sit-across-the-table

Manoranjan Sial
  • Published: Wednesday, 06 March 2019
  • , Updated: 06 March 2019, 09:09 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଛତିଶଗଡ଼ ସାନ ଭାଇ, ଓଡ଼ିଶା ବଡ଼ ଭାଇ। ଦୁଇ ରାଜ୍ୟ ଦୁଇ ପରିବାର ଭଳି। ଉଭୟ ପରିବାର ଏକାଠି ବସି ଆଲୋଚନା କଲେ ମହାନୀଦ ଜଳ ବିବାଦର ସମାଧାନ ହେବ ବୋଲି କହିଛନ୍ତି ଓଡ଼ିଶା ଗସ୍ତରେ ଆସିଥିବା ଛତିଶଗଡ଼ ସ୍ୱାସ୍ଥ୍ୟମନ୍ତ୍ରୀ ଟି.ଏସ. ସିଂହଦେଓ।

ତା’ସହ ଶ୍ରୀ ସିଂହଦେଓ ଏକଥା ମଧ୍ୟ କହିଛନ୍ତି-“ମହାନଦୀର ୮୦% ପାଣି ବ୍ୟବହାର ନହୋଇ ସମୁଦ୍ରକୁ ପଳାଉଛି। ଏଭଳି ଜଳ ଅପଚୟ ରୋକିବାକୁ ପଡ଼ିବ। ସେପଟେ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଏଭଳି ନୁହେଁ, ଯାହାକୁ ଆଲୋଚନା ମାଧ୍ୟମରେ ଆପୋସ ସମାଧାନ କରାଯାଇ ପାରିବ ନାହିଁ।”

ତେବେ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କାହାରି ପ୍ରତିକ୍ରିୟା ମିଳିପାରି ନାହିଁ।

Related story