ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲା: ମହିମାଙ୍କ ନାଁରେ ଏନ୍‌ବିଡବ୍ଲ୍ୟୁ ଜାରି

ଭୁବନେଶ୍ୱର: ପାରାଦୀପ ସିୱେଜ ସିପିଂ କମ୍ପାନୀ ମ୍ୟାନେଜର ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଶିଳ୍ପପତି ମହାମା ମିଶ୍ରଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଆଜି କୁଜଙ୍ଗ ଜେଏମ୍‌ଏଫ୍‌ସି ମହିମାଙ୍କ ନାଁରେ ଏନ୍‌ବିଡବ୍ଲ୍ୟୁ ଜାରି କରିଛନ୍ତି। ସେହିପରି ବସନ୍ତ ବଳଙ୍କ ନାମରେ ମଧ୍ୟ ଏନ୍‌ବିଡବ୍ଲ୍ୟୁ ଜାରି ହୋଇଛି। ମହିଳା ଓ ବସନ୍ତଙ୍କ ନାଁରେ ଏନ୍‌ବିଡବ୍ଲ୍ୟୁ ଜାରି କରିବା ପାଇଁ ପାରାଦୀପ ପୋଲିସ୍‌ କୁଜଙ୍ଗ ଜେଏମ୍‌ଏଫ୍‌ସିରେ ଆବେଦନ କରିଥିଲେ। ଅକ୍ଟୋବର ୨୬ ତାରିଖରେ ସ୍ୱାଇଁ ତାଙ୍କ ସ୍କର୍ପିଓରେ ଅଫିସ୍ ଯାଉଥିବା ବେଳେ […]

mahima

Rakesh Mallick
  • Published: Friday, 23 December 2016
  • , Updated: 23 December 2016, 08:20 PM IST

ଭୁବନେଶ୍ୱର: ପାରାଦୀପ ସିୱେଜ ସିପିଂ କମ୍ପାନୀ ମ୍ୟାନେଜର ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଶିଳ୍ପପତି ମହାମା ମିଶ୍ରଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଆଜି କୁଜଙ୍ଗ ଜେଏମ୍‌ଏଫ୍‌ସି ମହିମାଙ୍କ ନାଁରେ ଏନ୍‌ବିଡବ୍ଲ୍ୟୁ ଜାରି କରିଛନ୍ତି। ସେହିପରି ବସନ୍ତ ବଳଙ୍କ ନାମରେ ମଧ୍ୟ ଏନ୍‌ବିଡବ୍ଲ୍ୟୁ ଜାରି ହୋଇଛି।

ମହିଳା ଓ ବସନ୍ତଙ୍କ ନାଁରେ ଏନ୍‌ବିଡବ୍ଲ୍ୟୁ ଜାରି କରିବା ପାଇଁ ପାରାଦୀପ ପୋଲିସ୍‌ କୁଜଙ୍ଗ ଜେଏମ୍‌ଏଫ୍‌ସିରେ ଆବେଦନ କରିଥିଲେ।

ଅକ୍ଟୋବର ୨୬ ତାରିଖରେ ସ୍ୱାଇଁ ତାଙ୍କ ସ୍କର୍ପିଓରେ ଅଫିସ୍ ଯାଉଥିବା ବେଳେ ପାରାଦୀପ ଆମ୍ୱେଦକର ଭବନ ନିକଟରେ ଦୁଇ ଜଣ ଦୁର୍ବୃତ୍ତ ମୋଟର ସାଇକେଲ୍‌ରେ ଆସି ତାଙ୍କ ଗାଡ଼ି ଉପରକୁ ବୋମା ଫୋପାଡ଼ି ଥିଲେ। ଆତ୍ମରକ୍ଷା ପାଇଁ ସେ ଗାଡ଼ିରୁ ଓହ୍ଲାଇ ଦୌଡ଼ି ପଳାଇ ଯାଉଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣାରେ ପାରାଦୀପ ପୋଲିସ୍‌ କଂଗ୍ରେସ ନେତା ବାପି ସର୍ଖେଲଙ୍କ ସମେତ ୬ ଜଣଙ୍କୁ ଗିରଫ କରିଛି। ମହିମା ମିଶ୍ରଙ୍କୁ ହାଜର ପାଇଁ ନୋଟିସ୍‌ କରିଥିଲା। ମାତ୍ର ସେ ହାଜର ନହୋଇ ହାଇକୋର୍ଟରେ ଅନ୍ତରିଣ ସୁରକ୍ଷା ପାଇଁ ଆବେଦନ କରିଥିଲେ। ହାଇକୋର୍ଟ ଅନ୍ତରିଣ ସୁରକ୍ଷା ଦେବାକୁ ମନା କରିଥିଲେ। ଏହି ମାମଲାରେ ପୋଲିସ୍‌ ମହିମାଙ୍କ ପତ୍ନୀ ମାଲା ମିଶ୍ରଙ୍କ ବୟାନ୍‌ ରେକର୍ଡ କରିଛି।

Related story