ମାହାଙ୍ଗା ଡବଲ ମର୍ଡର, ଅବଗତ ଅଛନ୍ତି ମୋଦି

ସାଲେପୁର (ମନୋଜ ଆଚାର୍ଯ୍ୟ): ମାହାଙ୍ଗା ଡବଲ ମର୍ଡର ସଂପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅବଗତ ଅଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହ ଗୃହ ମନ୍ତ୍ରୀ ଅମିତ ଶାହ ମଧ୍ୟ ଘଟଣା ସମ୍ପର୍କରେ ଅବଗତ ଅଛନ୍ତି। ହତ୍ୟାକାଣ୍ଡର ପରଦିନ ଉଭୟଙ୍କୁ ଜଣାଇଥିବା କହିଲେ ଧର୍ମେନ୍ଦ୍ର ପ୍ରଧାନ। ହତ୍ୟାକାଣ୍ଡ ନେଇ ପ୍ରଧାନମନ୍ତ୍ରୀ ମୋଦି ଚିନ୍ତା ପ୍ରକଟ କରିଛନ୍ତି ବୋଲି ଧର୍ମେନ୍ଦ୍ର କହିଛନ୍ତି। ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କ […]

7nmb

Tapas Behera
  • Published: Tuesday, 12 January 2021
  • , Updated: 12 January 2021, 06:23 PM IST

ସାଲେପୁର (ମନୋଜ ଆଚାର୍ଯ୍ୟ): ମାହାଙ୍ଗା ଡବଲ ମର୍ଡର ସଂପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅବଗତ ଅଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହ ଗୃହ ମନ୍ତ୍ରୀ ଅମିତ ଶାହ ମଧ୍ୟ ଘଟଣା ସମ୍ପର୍କରେ ଅବଗତ ଅଛନ୍ତି।

ହତ୍ୟାକାଣ୍ଡର ପରଦିନ ଉଭୟଙ୍କୁ ଜଣାଇଥିବା କହିଲେ ଧର୍ମେନ୍ଦ୍ର ପ୍ରଧାନ। ହତ୍ୟାକାଣ୍ଡ ନେଇ ପ୍ରଧାନମନ୍ତ୍ରୀ ମୋଦି ଚିନ୍ତା ପ୍ରକଟ କରିଛନ୍ତି ବୋଲି ଧର୍ମେନ୍ଦ୍ର କହିଛନ୍ତି। ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ

ଦିବ୍ୟସିଂହ ବରାଳଙ୍କ ଏକାଦଶାହ ଅବସରରେ ଆୟୋଜିତ ଶୋକ ସଭାରେ ଯୋଗ ଦେଇ ଧର୍ମେନ୍ଦ୍ର ଏହା କହିଛନ୍ତି। ଧର୍ମେନ୍ଦ୍ର କହିଛନ୍ତି ଯେ, ଆଜି ମଧ୍ୟ କୁଳମଣି ଓ ଦିବ୍ୟସିଂହଙ୍କ ପରିବାର ଲୋକେ ଭୟରେ ଅଛନ୍ତି। ଏ ସମ୍ପର୍କରେ ଡିଜିପିଙ୍କୁ ଜଣାଯିବ ବୋଲି ସେ କହିଛନ୍ତି। ଏହାର ଦାୟିତ୍ୱ ପୂର୍ବତନ ଡିଜି ପ୍ରକାଶ ମିଶ୍ର ନେବେ ବୋଲି କହିଛନ୍ତି। ଧର୍ମେନ୍ଦ୍ର ଆହୁରି କହିଛନ୍ତି ଯେ, ମାହାଙ୍ଗାରେ ରାଜନୈତିକ ହିଂସାର ପୂର୍ବ ଇତିହାସ ରହିଛି। ଡବଲ ମର୍ଡର ପୂର୍ବରୁ ଆଉ ୨ଟି ହତ୍ୟାକାଣ୍ଡ ଘଟିଛି। ମାହାଙ୍ଗାରେ ଘଟୁଥିବା ଦୁର୍ନୀତିର ପର୍ଦ୍ଦାଫାସ୍ କରିବାରୁ ହତ୍ୟାକାଣ୍ଡ ଘଟୁଥିବା ସେ କହିଛନ୍ତି।  PMAY ଯୋଜନାରେ ଦୁର୍ନୀତି ପର୍ଦ୍ଦାଫାସ୍ କରିବାରୁ ହତ୍ୟାକାଣ୍ଡ ଘଟୁଥିବା ସେ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି-“୨୦୨୨ ସୁଦ୍ଧା ଦେଶରେ ସମସ୍ତଙ୍କ ମୁଣ୍ଡ ଉପରେ ପକ୍କା ଛାତ ହେଉ। ସେହି ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ସରକାର ଦେଢ଼ ଲକ୍ଷ ଟଙ୍କା ଦେଉଛନ୍ତି। ହେଲେ ଏହି ଯୋଜନାରେ ହୋଇଛି ବ୍ୟାପକ ଦୁର୍ନୀତି। ଥିଲାବାଲାକୁ ଦିଆଯାଉଛି ଆବାସ ଯୋଜନାରେ ଘର। ଯାହାର ଦୁଇ ମହଲା ଘର ରହିଛି, ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳୁଛି ଘର।”

ସେ କହିଛନ୍ତି-“ମାହାଙ୍ଗାରେ ହୋଇଥିବା ଦୁର୍ନୀତି ସମ୍ପର୍କରେ ୪ ବର୍ଷ ତଳେ ପାଗଳବାବୁ ମୋତେ କହିଥିଲେ। ପ୍ରମାଣ ମଧ୍ୟ ଦେଖାଇଥିଲେ। କାଗଜପତ୍ର ଦେଖିବା ପରେ ଗ୍ରାମୀଣ ବିକାଶ ମନ୍ତ୍ରୀଙ୍କ ପାଖକୁ ଅଭିଯୋଗ କରିଥିଲୁ। ଏହା ପରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ବୋଲି ଶୁଣିବାକୁ ପାଇଛି। ତେବେ ଏଠି ପ୍ରଶ୍ନ ଉଠୁଛି କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା? କାହାର ଘର କଟିଥିଲା? ଏହି ହତ୍ୟା ସାଙ୍ଗରେ ତାହାର ସମ୍ପର୍କ କଣ ରହିଛି? ଏଠାକାର ବିଧାୟକ ତଥା ମନ୍ତ୍ରୀ ଭଡ଼ାରେ ଲୋକଙ୍କୁ ଲଗାଇ ନାଗରିକ ମଞ୍ଚ ନାଁରେ କୁଶପୁତ୍ତଳିକା ଦାହ କରାଉଛନ୍ତି। ସେହି ମନ୍ତ୍ରୀଙ୍କୁ ମୁଁ ଅନୁରୋଧ କରୁଛି, ଅହଙ୍କାର ଆପଣଙ୍କ ଘରେ ରଖନ୍ତୁ। ପ୍ରଜାତନ୍ତ୍ରରେ ଅହଙ୍କାର କେବେ ରହେନାହିଁ। ଆପଣଙ୍କ ନାଁରେ ପରିବାର ଲୋକ ଅଭିଯୋଗ କରିଛନ୍ତି। ଏହି ହତ୍ୟା ପଛରେ ଆପଣ(ମନ୍ତ୍ରୀ) ରହିଛନ୍ତି।”

ତେବେ ଏଠି ପ୍ରଶ୍ନ ଉଠୁଛି ନୃତ୍ତଙ୍ଗ ଗାଁରେ ବିକାଶ ଜେନାକୁ କିଏ ହତ୍ୟା କରିଥିଲା? ଯଦି ସେହି ହତ୍ୟାକାରୀମାନେ ଗିରଫ ହୋଇଥାଆନ୍ତେ, ତାହାହେଲେ ଆଜି ଏହି ହତ୍ୟାକାଣ୍ଡ ଘଟିନଥାଆନ୍ତା। ଏକଥା ମୁଁ କହୁନି। ମୃତ ବିକାଶ ଜେନାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି ଶ୍ରୀ ପ୍ରଧାନ କହିଛନ୍ତି।

ସେ ଆହୁରି କହିଛନ୍ତି-“୨୦୧୪ ମସିହାରେ କଲେଜ ଛାତ୍ର ଦୀପ୍ତିକାନ୍ତ ସାହୁଙ୍କୁ ହତ୍ୟା କରାଯାଇଥିଲା। ପରିବାର ଲୋକେ ଯେଉଁମାନଙ୍କ ବିରୋଧରେ ଅଭିଯୋଗ କରିଥିଲେ, ସେହିମାନେ ଖଲାସ ହୋଇଗଲେ। ମାହାଙ୍ଗା ଦିନେ ବୈଷ୍ଣବ ପାଣିଙ୍କ ପାଇଁ ପ୍ରସିଦ୍ଧ ଥିଲା। ସାହିତ୍ୟ ଓ ସଂସ୍କୃତି ପାଇଁ ପ୍ରସିଦ୍ଧ ଥିଲା। ହେଲେ ଆଜି ଯେଉଁମାନଙ୍କ ପାଖରେ ଦାୟିତ୍ୱ ରହିଛି, ସେମାନେ ମାହାଙ୍ଗାକୁ ଦୁର୍ନୀତିର ପ୍ରୟୋଗଶାଳା କରୁଛନ୍ତି।”

Related story