‘୫ ଜଣଙ୍କୁ ମାରିଛି ବୋଲି ଶିବ ମୋତେ କହିଥିଲା, ମୁଁ ଶୁଣି ଛାନିଆ ହୋଇଯାଇଥିଲି‘

ସାଲେପୁର (ଓଡ଼ିଶା ରିପୋର୍ଟର):  କଟକ ଜିଲ୍ଲା ମାହାଙ୍ଗା କୁସୁପୁର ଗାଁରେ ଘଟିଥିବା ଗଣହତ୍ୟା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ପୁଲିସ ଅଭିଯୁକ୍ତ ଶିବ ସାହୁକୁ ନେଇ ତଦନ୍ତ ଚଳାଇଥିବା ବେଳେ ଆଜି ଗଣମାଧ୍ୟମ ଆଗରେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି କୁସୁପୁର ସରପଞ୍ଚଙ୍କ ପ୍ରତିନିଧି ଶିବଶଙ୍କର ସାହୁ। ସେ କହିଛନ୍ତି, ଯେଉଁ ଦିନ ହତ୍ୟାକାଣ୍ଡ ଘଟିଲା, ତା’ପର ଦିନ (ମଙ୍ଗଳବାର) ଶିବ ସାହୁ ମୋତେ ଫୋନ୍ କରି ନାନପୁରସ୍ଥିତ ତା’ ଭଡ଼ାଘରକୁ ଡକାଇଥିଲା। ମୁଁ ଜିଲ୍ଲା […]

Murder

Tapaswini Nayak
  • Published: Friday, 15 April 2022
  • , Updated: 15 April 2022, 02:25 PM IST

ସାଲେପୁର (ଓଡ଼ିଶା ରିପୋର୍ଟର):  କଟକ ଜିଲ୍ଲା ମାହାଙ୍ଗା କୁସୁପୁର ଗାଁରେ ଘଟିଥିବା ଗଣହତ୍ୟା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ପୁଲିସ ଅଭିଯୁକ୍ତ ଶିବ ସାହୁକୁ ନେଇ ତଦନ୍ତ ଚଳାଇଥିବା ବେଳେ ଆଜି ଗଣମାଧ୍ୟମ ଆଗରେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି କୁସୁପୁର ସରପଞ୍ଚଙ୍କ ପ୍ରତିନିଧି ଶିବଶଙ୍କର ସାହୁ।

ସେ କହିଛନ୍ତି, ଯେଉଁ ଦିନ ହତ୍ୟାକାଣ୍ଡ ଘଟିଲା, ତା’ପର ଦିନ (ମଙ୍ଗଳବାର) ଶିବ ସାହୁ ମୋତେ ଫୋନ୍ କରି ନାନପୁରସ୍ଥିତ ତା’ ଭଡ଼ାଘରକୁ ଡକାଇଥିଲା। ମୁଁ ଜିଲ୍ଲା ପରିଷଦ ସଦସ୍ୟଙ୍କୁ ନେଇ ତା’ ଭଡ଼ାଘର ପାଖକୁ ଯାଇଥିଲି। ସେ ମୋ ସହ ଏକା କଥା ହୋଇଥିଲା।  କଥା ହେଲା ବେଳେ ସେ ୫ ଜଣଙ୍କୁ ମାରି ଦେଇଛି ବୋଲି କହିଥିଲା।

ସେ ଆହୁରି କହିଛନ୍ତି, ଶିବ ଥାନାକୁ ଯାଇ ଆତ୍ମସମର୍ପଣ କରିବ ବୋଲି ମୋତେ କହିଥିଲା। ମୁଁ ତା’ କଥାକୁ ଶୁଣି ଛାନିଆ ହୋଇଯାଇଥିଲି। ତା’ର କିଛି ସମୟ ପରେ ମୋତେ ଏକ ଭିଡିଓ କରି ପଠାଇଥିଲା।

ସୂଚନାଯୋଗ୍ୟ, କୁସୁପୁର ସରପଞ୍ଚଙ୍କ ଘରେ ବ୍ୟାବସାୟିକ ଉଦ୍ଦେଶ୍ୟରେ ଲାଗିଥିବା ଏକ ଗାଡ଼ିରେ ଅଭିଯୁକ୍ତ ଶିବ ଡ୍ରାଇଭର ଭାବେ କାମ କରୁଥିଲେ।

ପୁଲିସ ଅଭିଯୁକ୍ତ ଶିବକୁ ତିନି ଦିନିଆ ରିମାଣ୍ଡରେ ନେଇଛି। ଆଜି କୁସୁପୁର ଗାଁକୁ ନେଇ ପୁଲିସ ତା’ର କ୍ରାଇମ ସିନ୍ ରିକ୍ରିଏଟ କରିଥିଲା। କେମିତି ୫ଜଣଙ୍କୁ ମାରିଲା ସେ ନେଇ ଶିବଙ୍କୁ ଗୁଡାଇତୁଡ଼ାଇ ଅନେକ ପ୍ରଶ୍ନ  ପଚାରିଥିଲା।  ଅଭିଯୁକ୍ତ ଶିବ ୫ ଜଣଙ୍କୁ ବୀଭତ୍ସ ହତ୍ୟାର ଡେମୋ ଦେଖାଇଥିଲା।

ଗତ ୧୧ ତାରିଖ ରାତିରେ ଶିବ ନିଜ ବଡ଼ଭାଇ, ଭାଉଜ, ଜଣେ ଝିଆରୀ ଓ ୨ ପୁତୁରାଙ୍କୁ ହତ୍ୟା କରିଥିଲା। ୧୨ ତାରିଖ ସକାଳେ ସ୍ୱାଭାବିକ ଭାବେ ଗାଁରେ ବୁଲିଥିଲା । ଲୋକଙ୍କ ସହ କଥା ହୋଇଥିଲା। ଏହାପରେ ସରପଞ୍ଚ, ୱାର୍ଡମେମ୍ବରଙ୍କ ନିକଟକୁ ଭିଡିଓ ଛାଡ଼ି ଥାନାକୁ ଯାଇ ଆତ୍ମସମର୍ପଣ କରିଥିଲା।।

 

Related story