ମହାପ୍ରୟାଣ ଯୋଜନା ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

କଟକ: ମେଡିକାଲରୁ ମୃତଦେହ ବୋହିବା ପାଇଁ ମହାପ୍ରୟାଣ ଯୋଜନା ଆରମ୍ଭ ହେଲା। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଜିଲ୍ଲା ମହାଙ୍ଗା ବ୍ଲକ ବାଜପୁରରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ମେଡିକାଲରେ ପ୍ରାଣ ହରାଉଥିବା ରୋଗୀଙ୍କୁ ସେମାନଙ୍କ ଘରେ ବିନା ମୂଲ୍ୟରେ ପହଞ୍ଚାଇବା ପାଇଁ ଏହି ଯୋଜନ କାର୍ଯ୍ୟକାରୀ ହେବ। ପରେ ଏହି ଯୋଜନାକୁ ଅନ୍ୟ ଜିଲ୍ଲାରେ କାର୍ଯ୍ୟକାରୀ କରାଯିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ୧୦୦ ବିଜୁ ସେତୁ ଉଦ୍‌ଘାଟନ କରିଛନ୍ତି। ଏହାଛଡ଼ା ୩ ଲକ୍ଷ […]

cm

Rakesh Mallick
  • Published: Thursday, 25 August 2016
  • , Updated: 25 August 2016, 10:06 PM IST

କଟକ: ମେଡିକାଲରୁ ମୃତଦେହ ବୋହିବା ପାଇଁ ମହାପ୍ରୟାଣ ଯୋଜନା ଆରମ୍ଭ ହେଲା। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଜିଲ୍ଲା ମହାଙ୍ଗା ବ୍ଲକ ବାଜପୁରରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ମେଡିକାଲରେ ପ୍ରାଣ ହରାଉଥିବା ରୋଗୀଙ୍କୁ ସେମାନଙ୍କ ଘରେ ବିନା ମୂଲ୍ୟରେ ପହଞ୍ଚାଇବା ପାଇଁ ଏହି ଯୋଜନ କାର୍ଯ୍ୟକାରୀ ହେବ। ପରେ ଏହି ଯୋଜନାକୁ ଅନ୍ୟ ଜିଲ୍ଲାରେ କାର୍ଯ୍ୟକାରୀ କରାଯିବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ୧୦୦ ବିଜୁ ସେତୁ ଉଦ୍‌ଘାଟନ କରିଛନ୍ତି। ଏହାଛଡ଼ା ୩ ଲକ୍ଷ ହିତାଧିକାରୀଙ୍କୁ ମଧୁ ପେନ୍‌ସନ୍‌ ଯୋଜନାରେ ସାମିଲ କରାଯାଇଛି। କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର, ମହିଳା ଶିଶୁ କଲ୍ୟାଣ ମନ୍ତ୍ରୀ ଉଷା ଦେବୀ, ଶ୍ରମ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ ବିଧାୟକ ଏବଂ ସାଂସଦ ବୈଜୟନ୍ତ ପଣ୍ଡା ଯୋଗ ଦେଇଥିଲେ।

ଅନେକ ସମୟରେ ଶବଦାହକ ଗାଡ଼ି ଆସୁନଥିବାରୁ ମୃତଦେହକୁ ଟ୍ରଲି, ରିକ୍ସା ଓ ସାଇକେଲ୍‌ରେ ବୁହାଯାଉଛି। ଗତକାଲି ବଭାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବାହକ ଗାଡି ନ ମିଳିବାରୁ ସ୍ତ୍ରୀର ମୃତଦେହକୁ ସ୍ୱାମୀ କାନ୍ଧରେ ବୋହି ଘରକୁ ଆଣିଥିଲା। ଏହି ଘଟଣା ସମଗ୍ର ଓଡ଼ିଶାରେ ଚହଳ ପକାଇଥିଲା। ଏଭଳି ଘଟଣା ଯେପରି ଭବିଷ୍ୟତରେ ନ ଘଟିବ ସେଥିପ୍ରତି ଦୃଷ୍ଟିଦେଇ ରାଜ୍ୟ ସରକାର ଏହି ନୂଆ ଯୋଜନା କାର୍ଯ୍ୟକାରୀ କରିଛନ୍ତି।

Related story