ମହିଳା ମାଓବାଦୀଙ୍କୁ ଏନ୍‌କାଉଣ୍ଟର ପ୍ରତିବାଦ: କଳାହାଣ୍ଡି ଓ ରାୟଗଡ଼ା ବନ୍ଦ

ରାୟଗଡ଼ା: ଗତ ୧୫ ତାରିଖରେ ପୋଲିସ୍‌ ଗୁଳିରେ କ୍ୟାଡର ମହିଳା ମାଓବାଦୀ ସଙ୍ଗୀତାର ମୃତ୍ୟୁ ଘଟଣାର ପ୍ରତିବାଦରେ ଆଜି କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାରେ ମାଓବାଦୀମାନେ ବନ୍ଦ ଡାକରା ଦେଇଛନ୍ତି। ବାଂଶଧାରା, ଘୁମୁସର ଓ ନାଗାବଳୀ ମାଓବାଦୀ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ବନ୍ଦର ପ୍ରଭାବ କଲ୍ୟାଣସିଂହପୁରରେ ଦେଖିବାକୁ ମିଳିଛି। ଦୋକାନ ବଜାର ବନ୍ଦ ରହିବା ସହ ବସ୍‌ ଚଳାଚଳ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଛି। କଲ୍ୟାଣସିଂହପୁରଠାରୁ ରାୟଗଡ଼ା ଓ କଳାହାଣ୍ଡିକୁ ଗାଡ଼ିଚଳାଚଳ ବନ୍ଦ […]

mao

Rakesh Mallick
  • Published: Thursday, 29 September 2016
  • , Updated: 29 September 2016, 12:10 PM IST

ରାୟଗଡ଼ା: ଗତ ୧୫ ତାରିଖରେ ପୋଲିସ୍‌ ଗୁଳିରେ କ୍ୟାଡର ମହିଳା ମାଓବାଦୀ ସଙ୍ଗୀତାର ମୃତ୍ୟୁ ଘଟଣାର ପ୍ରତିବାଦରେ ଆଜି କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାରେ ମାଓବାଦୀମାନେ ବନ୍ଦ ଡାକରା ଦେଇଛନ୍ତି। ବାଂଶଧାରା, ଘୁମୁସର ଓ ନାଗାବଳୀ ମାଓବାଦୀ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି।

ବନ୍ଦର ପ୍ରଭାବ କଲ୍ୟାଣସିଂହପୁରରେ ଦେଖିବାକୁ ମିଳିଛି। ଦୋକାନ ବଜାର ବନ୍ଦ ରହିବା ସହ ବସ୍‌ ଚଳାଚଳ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଛି। କଲ୍ୟାଣସିଂହପୁରଠାରୁ ରାୟଗଡ଼ା ଓ କଳାହାଣ୍ଡିକୁ ଗାଡ଼ିଚଳାଚଳ ବନ୍ଦ ରହିଛି।

ପୋଲିସ୍‌ ପକ୍ଷରୁ ବିଭିନ୍ନ ସମ୍ୱେଦନଶୀଳ ଅଞ୍ଚଳରେ ଫୋର୍ସ ମୁତୟନ କରାଯିବା ସହ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

Related story