ପାଟଣାଗଡ: ମହିଳା ନିର୍ଯାତନା ତଥା ଅନ୍ୟ ମହିଳା ସଂକ୍ରାନ୍ତୀୟ ମାମଲା ଗୁଡିକୁ ସଦର ମହକୁମାକୁ ସ୍ଥାନାନ୍ତର କରାଯିବା ପ୍ରତିବାଦରେ ଆଜି ଓକିଲ ସଂଘ ପାଟଣାଗଡ ବନ୍ଦ ଡାକରା ଦେଇଛି। ବନ୍ଦ ଡାକରା ପ୍ରଭାବରେ ଆଜି ସକାଳ ୬ରୁ ଦୋକାନ ବଜାର ବନ୍ଦ ରହିବା ସହ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି। ହେଲେ ଗାଡି ଚଳାଚଳ ଓ ସ୍କୁଲ କଲେଜ ସ୍ୱାଭାବିକ ରହିଛି। ଆଗାମୀ ଦିନରେ ସରକାର ଓକିଲ ମାନଙ୍କର ଏହି ଦାବିକୁ ନ ମାନିଲେ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ଓକିଲମାନେ ଦାବି କହିଛନ୍ତି।
ସୂଚନାଯୋଗ୍ୟ,ମହିଳା ନିର୍ଯାତନା ସଂକ୍ରାନ୍ତ ମାମଲା ଗୁଡିକ ଜିଲ୍ଳା ସଦର ମହକୁମାକୁ ସ୍ଥାନାନ୍ତର କରାଯିବା ପ୍ରତିବାଦରେ ଓକିଲମାନେ ଗତ ଏକମାସ ଧରି ଆନ୍ଦୋଳନ ଚଳାଇଛନ୍ତି। ଇତି ମଧ୍ୟରେ ଆଇନମନ୍ତ୍ରୀ ଅରୁଣ ସାହୁ ପାଟଣାଗଡକୁ ଆସି ଓକିଲମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। କିନ୍ତୁ କିଛି ନିଷ୍ପତ୍ତି ହୋଇପାରି ନଥିଲା। ପରେ ଓକିଲମାନେ ଆଇନ ବିଭାଗ ସଚିବ ବିଭୂପ୍ରସାଦ ରାୟ ଏବଂ ଆଇନ ମନ୍ତ୍ରୀଙ୍କୁ ସାକ୍ଷତ କରି ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ମଦ୍ୟପ ପୁଅର ନିର୍ଯାତନା ଅତିଷ୍ଠ କଲା, ଛୁରୀ ଭୁଷିଦେଲା ବାପା
ମଦ୍ୟପ ପୁଅର ନିର୍ଯାତନା ଅତିଷ୍ଠ କଲା। ଯେଉଁ ପୁଅ ବାପାର ସାହାରା ପାଲଟିବା କଥା, ସେ ମୁଣ୍ଡ ବିନ୍ଧାର କାରଣ ପାଲଟିଲା। ମଦ ନିଶାରେ ଚୁର ପୁଅର ସବୁବେଳେ କଲବଲ କରିବାରୁ ତାକୁ ରାସ୍ତାରୁ ସଫା କରିଦେଲା ବାପା।
Crime
ସ୍ୱାମୀ ପାଲଟିଗଲା ସଇତାନ, ସ୍ତ୍ରୀର ବେକ କାଟିଦେଲା
ଘରୋଇ କଳହରୁ ଘଟିଲା ବୀଭତ୍ସ ହତ୍ୟାକାଣ୍ଡ। ସ୍ୱାମୀ ପାଲଟିଗଲା ସଇତାନ । ସାତ ଜନ୍ମ ପାଇଁ ଯାହା ହାତ ଧରିଥିଲା ତା’ ବେକ କାଟି ଦେଲା।
Accident
ବ୍ରିଜ ତଳକୁ ଖସିଲା ସ୍କୁଟି, ଆଖି ବୁଜିଲେ ଚାଳକ
ଭବାନୀ ଷଡ଼ଙ୍ଗୀ କୌଣସି କାମ ପାଇଁ ତୁରେକେଲା ପଟେ ଆସୁଥିଲେ। ମାତ୍ର ପଣ୍ଡେନ ବ୍ରିଜ ନିକଟରେ ତାଙ୍କ ସ୍କୁଟି ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସି ପଡ଼ିଥିଲା।
Crime
ନିର୍ମାଣାଧୀନ ଘରୁ ବୋମା ଭର୍ତ୍ତି ବ୍ୟାଗ୍ ଜବତ, ଅଭିଯୁକ୍ତ ଚମ୍ପଟ
ପୁଲିସ୍କୁ ଦେଖି କିଛି ଯୁବକ ବ୍ୟାଗ ଛାଡି ଦୌଡ଼ି ପଳାଇଥିବା ବେଳେ ପୁଲିସ୍ ସେମାନଙ୍କ ସନ୍ଧାନ ଆରମ୍ଭ କରିଛି।
Crime
‘ଆଇନ ଛାତ୍ର ରାଗିଂ କରିବା ଅଶୋଭନୀୟ, ଅନାଥାଶ୍ରମରେ ସପ୍ତାହେ ପାଠ ପଢ଼ାଇବେ’
ଆବେଦନର ବିଚାର କରି ଆଇନ ଛାତ୍ରଙ୍କ ବିରୋଧରେ ନିମ୍ନ ଅଦାଲରେ ରୁଜୁ ହୋଇଥିବା ଫୌଜଦାରୀ ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ମାତ୍ର ଆଇନ ଛାତ୍ରଙ୍କ ଏପରି ଆଚରଣରେ କ୍ଷୋଭ ପ୍ରକାଶ କରିଛନ୍ତି ହାଇକୋର୍ଟ।