ହତ୍ୟାର ୭ ବର୍ଷ ପରେ ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ

କଟକ(ଓଡ଼ିଶା ରିପୋର୍ଟର): ଦୀର୍ଘ ୭ ବର୍ଷ ପରେ କଟକ ମାଲଗୋଦାମ ଡାଲି ବ୍ୟବସାୟୀ ମହମ୍ମଦ ୟାକୁବ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଧରିଲା କମିଶନରେଟ୍‌ ପୁଲିସ। ସେ ରାଜ୍ୟ ବାହାରକୁ ପଳାଇବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ହାତରେ ଧରା ପଡ଼ିଛି। ପୁଲିସ ତା’ଠାରୁ ପିସ୍ତଲ ଓ ଗୁଳି ଜବତ କରିଛି। ସେ ଧଳସାମନ୍ତ ବ୍ରଦର୍ସର ସହଯୋଗୀ ଥିବା ପୁଲିସ କମିଶନରେ ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି। ୨୦୧୪ ମସିହାରେ ମାଲଗୋଦାମ ଡାଲି ବ୍ୟବସାୟୀ ମହମ୍ମଦ ୟାକୁବ ଓରଫ ଫାରୁକଙ୍କୁ […]

Sankar

Manoranjan Sial
  • Published: Wednesday, 01 September 2021
  • , Updated: 01 September 2021, 06:47 PM IST

କଟକ(ଓଡ଼ିଶା ରିପୋର୍ଟର): ଦୀର୍ଘ ୭ ବର୍ଷ ପରେ କଟକ ମାଲଗୋଦାମ ଡାଲି ବ୍ୟବସାୟୀ ମହମ୍ମଦ ୟାକୁବ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଧରିଲା କମିଶନରେଟ୍‌ ପୁଲିସ। ସେ ରାଜ୍ୟ ବାହାରକୁ ପଳାଇବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ହାତରେ ଧରା ପଡ଼ିଛି। ପୁଲିସ ତା’ଠାରୁ ପିସ୍ତଲ ଓ ଗୁଳି ଜବତ କରିଛି। ସେ ଧଳସାମନ୍ତ ବ୍ରଦର୍ସର ସହଯୋଗୀ ଥିବା ପୁଲିସ କମିଶନରେ ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି।

୨୦୧୪ ମସିହାରେ ମାଲଗୋଦାମ ଡାଲି ବ୍ୟବସାୟୀ ମହମ୍ମଦ ୟାକୁବ ଓରଫ ଫାରୁକଙ୍କୁ ତାଙ୍କ ଗୋଦାମ ଆଗରେ ଗୁଳି କରି ହତ୍ୟା କରାଯାଇଥିଲା। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଦୀପକ ନାୟକ ଓରଫ ଶଙ୍କର ଫେରାର ଥିଲା। ଦୀର୍ଘ ୭ ବର୍ଷ ପରେ ତାକୁ କମିଶନରେଟ୍‌ ପୁଲିସ ଷ୍ଟେସନ୍‌ ଅଞ୍ଚଳରୁ ଆଜି ଗିରଫ କରିବାରେ ସଫଳ ହୋଇଛି। ପୁଲିସ ତାଙ୍କଠାରୁ ଗୋଟିଏ ପିସ୍ତଲ ଓ ଦୁଇ ରାଉଣ୍ଡ ଗୁଳି ଜବତ କରିଛି। ସେ ରାଜ୍ୟ ବାହାରକୁ ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଧରାପଡ଼ିଥିବା ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।

କମିଶନରଙ୍କ କହିବା ଅନୁସାରେ ଶଙ୍କର ହେଉଛି ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତାଙ୍କ ପ୍ରମୁଖ ସହଯୋଗୀ। ସେ ଧଳସାମନ୍ତ ଭାଇଙ୍କ ପାଇଁ ଦାଦାବଟି ଓ ଅପରାଧୀକ କାର୍ଯ୍ୟ କରୁଥିଲା। ୨୦୧୨ ଓ ୨୦୧୩ ମସିହାରେ ଘଟିଥିବା ବହୁ ଅପରାଧୀକ ମାମଲାରେ ସେ ସମ୍ପୃକ୍ତି ରହିଥିଲା। ମାତ୍ର ୨୦୧୪ ମସିହାରେ ଡାଲି ବ୍ୟବସାୟୀ ମହମ୍ମଦ ୟାକୁବ ହତ୍ୟାକାଣ୍ଡ ପରେ ଫେରାର ଥିଲା। ଦୀର୍ଘ ୭ ବର୍ଷ ପରେ ତାକୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ଏହି ହତ୍ୟାକାଣ୍ଡରେ ଅନ୍ୟ କେଉଁମାନଙ୍କ ସମ୍ପୃକ୍ତି ରହିଛି, ଶଙ୍କରକୁ ଜେରା ପରେ ଜଣାପଡ଼ିବ ବୋଲି ପୁଲିସ କମିଶନର କହିଛନ୍ତି।

Related story