ନୟାଗଡ଼ ନାବାଳିକା ହତ୍ୟା ମାମଲା: ନାର୍କୋ ଟେଷ୍ଟକୁ ନାବାଳକ ଅଭିଯୁକ୍ତଙ୍କ ନା

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ ): ନାର୍କୋ ଟେଷ୍ଟ ନିମନ୍ତେ ଅମଙ୍ଗ ହେଲେ ଅଭିଯୁକ୍ତ ।  ବହୁଚର୍ଚ୍ଚିତ ନୟାଗଡ଼ ନାବାଳିକା ହତ୍ୟା ମାମଲାରେ ଏସ୍‌ଆଇଟି ଦ୍ୱାରା ଗିରଫ ନାବାଳକ ଅଭିଯୁକ୍ତ  ଆଜି ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ହାଜର ହୋଇଥିବା ବେଳେ ସେଠାରେ  ନାର୍କୋ ଟେଷ୍ଟ ନିମନ୍ତେ ନା କହିଥିବା ଜଣାଯାଇଛି। ନାର୍କୋ ଟେଷ୍ଟ ଲାଗି SIT ପକ୍ଷରୁ ଆବେଦନ କରାଯାଇଥିବା ବେଳେ ନାବାଳକଜଣକ କିନ୍ତୁ ଏଥିନିମନ୍ତେ ନିଜ ଅସହମତି ପ୍ରକାଶ କରିଛନ୍ତି ।  ସୂଚନାଯୋଗ୍ୟ, ଆଜି ଏନେଇ SIT  ଓକିଲ ଏବଂ […]

nayagad-1--111

Niharika Rout
  • Published: Friday, 08 January 2021
  • , Updated: 08 January 2021, 01:58 PM IST

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ ): ନାର୍କୋ ଟେଷ୍ଟ ନିମନ୍ତେ ଅମଙ୍ଗ ହେଲେ ଅଭିଯୁକ୍ତ ।  ବହୁଚର୍ଚ୍ଚିତ ନୟାଗଡ଼ ନାବାଳିକା ହତ୍ୟା ମାମଲାରେ ଏସ୍‌ଆଇଟି ଦ୍ୱାରା ଗିରଫ ନାବାଳକ ଅଭିଯୁକ୍ତ  ଆଜି ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ହାଜର ହୋଇଥିବା ବେଳେ ସେଠାରେ  ନାର୍କୋ ଟେଷ୍ଟ ନିମନ୍ତେ ନା କହିଥିବା ଜଣାଯାଇଛି। ନାର୍କୋ ଟେଷ୍ଟ ଲାଗି SIT ପକ୍ଷରୁ ଆବେଦନ କରାଯାଇଥିବା ବେଳେ ନାବାଳକଜଣକ କିନ୍ତୁ ଏଥିନିମନ୍ତେ ନିଜ ଅସହମତି ପ୍ରକାଶ କରିଛନ୍ତି । 

ସୂଚନାଯୋଗ୍ୟ, ଆଜି ଏନେଇ SIT  ଓକିଲ ଏବଂ ଅଭିଯୁକ୍ତ ନାବାଳକଙ୍କ ଓକିଲ ନିଜ ନିଜର ପକ୍ଷ ରଖିଥିଲେ । ତେବେ Narco ଟେଷ୍ଟ ପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କ ସହମତିର ଆବଶ୍ୟକତା ଥିବା ବେଳେ ଏନେଇ ନିଜର ଅସହମତି ପ୍ରକାଶ କଲେ ଅଭିଯୁକ୍ତ ନାବାଳକ । ଉଭୟ ପକ୍ଷର ଶୁଣାଣି ଶେଷ ହୋଇଥିବା ବେଳେ ଏନେଇ ଜୁଭେନାଇଲ ଜଷ୍ଟିସ ବୋର୍ଡର ଆଦେଶ ଆଜି ପ୍ରକାଶ ପାଇବ । ଏହାପରେ ପୁଣି ଅନୁଗୁଳ ବାଳ ସୁଧାର ଗୃହକୁ ଫେରିଯିବ ଅଭିଯୁକ୍ତ ।

ଅଭିଯୁକ୍ତ ନାବାଳକ ହୋଇଥିବାରୁ ପ୍ରଥମେ କୋର୍ଟ  SITର ନାର୍କୋ ଆନାଲିସିସ୍‌ ଟେଷ୍ଟ ଅପିଲ ଖାରଜ କରିଥିଲେ । ଏହାପରେ ଆଜି  ଜୁଭେନାଇଲ ଜଷ୍ଟିସ୍ ବୋର୍ଡରେ  ଏହି  ଆବେଦନର ଶୁଣାଣି ହୋଇଥିବା ବେଳେ SIT ଉଦ୍ୟମ ଫସର ଫାଟିଯାଇଥିବା ଆଲୋଚନା ହେଉଛି  ।

ସୂଚନାଯୋଗ୍ୟ, ପରୀ ହତ୍ୟା ମାମଲାରେ ଅଭିଯୁକ୍ତକୁ ସାବାଳକ ଦର୍ଶାଇ SIT କୋର୍ଟ ଚାଲାଣ କରିଥିଲା। ହେଲେ ନୟାଗଡ଼ ପୋକ୍ସୋ କୋର୍ଟ ତାଙ୍କୁ ନାବାଳକ ଦର୍ଶାଇଥିଲେ । ତେଣୁ ଅଭିଯୁକ୍ତର ବିଚାର ଜୁଭେନାଇଲ ଜଷ୍ଟିସ କୋର୍ଟ ନା ଚିଲଡ୍ରେନ୍ କୋର୍ଟରେ ହେବ ତାହା କମିଟି ନିର୍ଦ୍ଧାରଣ କରିବ। ଅଭିଯୁକ୍ତକୁ କୋର୍ଟ ନାବାଳକ କହିବା ପରେ SIT ଅରୁଣ ବୋଥ୍ରାଙ୍କୁ ଜବରଦସ୍ତ ଝଟକା ଲାଗିଛି।

IT ପକ୍ଷରୁ ଅଭିଯୁକ୍ତଙ୍କୁ ସାବାଳକ ଦର୍ଶାଯିବାରୁ ଏହା ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଅଭିଯୁକ୍ତଙ୍କ ଓକିଲ। ଏପରିକି ଅଭିଯୁକ୍ତଙ୍କ ଜନ୍ମ ପ୍ରମାଣପତ୍ର ଓ ମ୍ୟାଟ୍ରିକ ସାର୍ଟିଫିକେଟ ଦାଖଲ କରିଥିଲେ। ପ୍ରମାଣ ପାଇଲା ପରେ ଅଭିଯୁକ୍ତକୁ ନାବାଳକ ଦର୍ଶାଇଲେ କୋର୍ଟ।

ସୂଚନାଯୋଗ୍ୟ, ଗତ ଡିସେମ୍ବର ୨୧ ତାରିଖରେ SIT ମୁଖ୍ୟ ଅରୁଣ ବୋଥ୍ରା କହିଥିଲେ ଯେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ଅଛି। ତେଣୁ ସବୁ ପ୍ରମାଣ ପାଇବା ପରେ ହିଁ ଅଭିଯୁକ୍ତଙ୍କୁ ଗିରଫ କରିଛୁ। ଘଟଣାରେ ଗିରଫ ବ୍ୟକ୍ତି ହିଁ ହେଉଛନ୍ତି ନୟାଗଡ଼ ନାବାଳିକ  ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଏବଂ ସେ ଜଣେ ସାବାଳକ ବୋଲି ବୋଥ୍ରା ଦର୍ଶାଇଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀ ନିର୍ଭୟା ମାମଲାକୁ ନେଇ ଆଇନରେ ହୋଇଥିବା ସଂଶୋଧନ ଅନୁଯାୟୀ ଜଘନ୍ୟ ଅପରାଧରେ ସଂଶ୍ଳିଷ୍ଟ ବାଳ ଅପରାଧୀଙ୍କ ବୟସ ୧୬ରୁ ୧୮ ବର୍ଷ ମଧ୍ୟରେ ହୋଇଥିଲେ, ଚିଲ଼ଡ୍ରେନ୍ କୋର୍ଟରେ ସେମାନଙ୍କର ସାବାଳକ ଭାବେ ବିଚାର ହେବ। ନୟାଗଡ଼ ପରୀ ମାମଲା ମଧ୍ୟ ଏକ ଜଘନ୍ୟ ଅପରାଧ ହୋଇଥିବାରୁ ଅଭିଯୁକ୍ତକୁ ସାବାଳକ ଦର୍ଶାଇବା ଲାଗି ଆଇନ୍ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ଏସ୍ଆଇଟି ପକ୍ଷରୁ ସୂଚନା ଦିଆଯାଇଛି।

 

Related story