ପରୀ ହତ୍ୟା ମାମଲା: ଅଭିଯୁକ୍ତଙ୍କୁ ଅନ୍ତରୀଣ  ଜାମିନ୍

କଟକ(ଓଡ଼ିଶା ରିପୋର୍ଟର): ବହୁଚର୍ଚ୍ଚିତ ନୟାଗଡ଼ ଜିଲ୍ଲା ପରୀ ହତ୍ୟା ମାମଲାର ଅଭିଯୁକ୍ତ ସରୋଜ ସେଠୀଙ୍କୁ ମିଳିଲା ଅନ୍ତରୀଣ  ଜାମିନ୍ । ସରୋଜଙ୍କୁ  ହାଇକୋର୍ଟ  ୧୦ ଦିନ ପାଇଁ ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି। ତେବେ ଜାମିନ୍‌ରେ ଯିବା ପୂର୍ବରୁ କଣ ସବୁ ସର୍ତ୍ତ ରହିବ, ତାହା ତଳକୋର୍ଟ ସ୍ଥିର କରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ନୟାଗଡ଼ ଯଦୁପୁର ଅଞ୍ଚଳର ୫ ବଷିୟା ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା । ଘର […]

high-court

  • Published: Saturday, 10 December 2022
  • , Updated: 10 December 2022, 09:49 AM IST

କଟକ(ଓଡ଼ିଶା ରିପୋର୍ଟର): ବହୁଚର୍ଚ୍ଚିତ ନୟାଗଡ଼ ଜିଲ୍ଲା ପରୀ ହତ୍ୟା ମାମଲାର ଅଭିଯୁକ୍ତ ସରୋଜ ସେଠୀଙ୍କୁ ମିଳିଲା ଅନ୍ତରୀଣ  ଜାମିନ୍ । ସରୋଜଙ୍କୁ  ହାଇକୋର୍ଟ  ୧୦ ଦିନ ପାଇଁ ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି। ତେବେ ଜାମିନ୍‌ରେ ଯିବା ପୂର୍ବରୁ କଣ ସବୁ ସର୍ତ୍ତ ରହିବ, ତାହା ତଳକୋର୍ଟ ସ୍ଥିର କରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

ନୟାଗଡ଼ ଯଦୁପୁର ଅଞ୍ଚଳର ୫ ବଷିୟା ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା । ଘର ସମ୍ମୁଖରେ ଖେଳୁଥିବାବେଳେ ପରୀ ନିଖୋଜ ହୋଇଯାଇଥିଲା। ଏହାର ୧୦ ଦିନ ପରେ ମିଳିଥିଲା ମୃତଦେହ। ଏହି ଘଟଣାର ତଦନ୍ତ ପାଇଁ SIT ଗଠନ କରାଯିବା ସହ ଅଭିଯୁକ୍ତ ସରୋଜ ସେଠୀଙ୍କୁ ଗିରଫ କରାଯାଇଥିଲା।

ଗିରଫ ସରୋଜଙ୍କୁ ପୋକ୍ସୋ କୋର୍ଟ ନାବାଳକ ଦର୍ଶାଇବା ପରେ ତାଙ୍କୁ  ବାଳସୁଧାର ଗୃହକୁ ପଠାଇ ଦିଆଯାଇଥିଲା ।  ସେଠାରେ ଅଭିଯୁକ୍ତଜଣକ ଥିବା ବେଳେ ଏବେ ତାଙ୍କୁ ଅନ୍ତରୀଣ ଜାମିନ ମଞ୍ଜୁର ହୋଇଛି।

Related story