ଆସ୍କା ବିଧାନସଭା ଆସନରେ ମଞ୍ଜୁଳା ସ୍ୱାଇଁ ବିଜୟୀ

ବ୍ରହ୍ମପୁର:(ଓଡ଼ିଶା ରିପୋର୍ଟର): ଆସ୍କା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ମଞ୍ଜୁଳା ସ୍ୱାଇଁ ବିଜୟୀ ହୋଇଛନ୍ତି। ମଞ୍ଜୁଳାଙ୍କ ପାଇଁ ରାଜନୀତି କିଛି ନୂଆ ନୁହେଁ। ସ୍ୱାମୀ ସ୍ୱର୍ଗତ ଲଡୁକିଶୋର ସ୍ୱାଇଁ ଥିଲେ ଆସିକାର ପୂର୍ବତନ ସାଂସଦ । ଲଡ଼ୁକିଶୋର ମୁଖ୍ୟମନ୍ତ୍ରୀଙ୍କର ଅତ୍ୟନ୍ତ ଘନିଷ୍ଠ ସହଯୋଗୀ ଥିଲେ। ଆସିକାରେ ସେ ଅନେକ ଲୋକାଭିମୁଖୀ କାର୍ଯ୍ୟ ମଧ୍ୟ କରିଛନ୍ତି।

ଏଥିପାଇଁ ସ୍ୱାମୀଙ୍କର ଦେହାନ୍ତ ପରେ ମଞ୍ଜୁଳା ରାଜନୀତିରେ ପ୍ରବେଶ କରିଥିଲେ। ସ୍ୱାମୀଙ୍କର ନୀତି ଆଦର୍ଶକୁ ନେଇ ମଞ୍ଜୁଳା କିପରି ଲୋକାଭିମୁଖୀ କାର୍ଯ୍ୟ କରୁଛନ୍ତି ତାହା ଆଗାମୀ ଦିନରେ ଜଣାପଡିବ।